୧୦ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ଭାରତୀୟ ଡାକ ବିଭାଗରେ ଚାକିରି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

270

ବେରୋଜଗାର ଯୁବକ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ । କାରଣ ଭାରତୀୟ ଡାକ ବିଭାଗ ଖୋଲିଦେଇଛି ନିଯୁକ୍ତିର ପସରା ।

ସୂଚନା ମୁତାବକ, ଡାକ ବିଭାଗରେ ୧୦ମ ଶ୍ରେଣୀ ଆଶାୟୀପ୍ରାର୍ଥୀଙ୍କ ପାଇଁ ଚାକିରି ହାସଲ କରିବାର ସୁବର୍ଣ୍ଣସୁଯୋଗ ମିଳିବ । କାରଣ, ବିଭୋଗ ଗ୍ରାମୀଣ ଡାକ ସେବକ ପଦବିରେ ଭର୍ତ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ଅବଧୀ ରହିଛି ୯ ଏପ୍ରିଲ ୨୦୧୮ । ଏଠାରେ ଆମେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବୟସ ସୀମା: ୧୮ରୁ ୪୦ ବର୍ଷ

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ଶ୍ରେଣୀର ଆଶାୟୀପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୧୦୦ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ମହିଳା ଏବଂ ଏସିଏଟି ଆଶାୟୀଙ୍କୁ ଆପ୍ଲିକେସନ ଫିସ ଦେବାକୁ ଆଶ୍ୱସ୍ତି ମିଳିବ ।

ଆବେଦନ କରିବାର ଶେଷ ତାରିଖ: ୦୯ ଏପ୍ରିଲ ୨୦୧୮

ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କ ଚୟନ ୧୦ମ ପରୀକ୍ଷାରେ ରଖିଥିବା ନମ୍ବର ଉପରେ ନିର୍ଭର କରେ ।

ନିଯୁକ୍ତି ପ୍ରକ୍ରିୟା: ୧୦୫୮ ପଦବି ମଧ୍ୟରୁ ସାଧାରଣ ଶ୍ରେଣୀରେ ୫୫୯ ପଦବି, ଓବିସି ଶ୍ରେଣୀରେ ୨୪୭ ପଦବି, ଏସସି ଶ୍ରେଣୀରେ ୧୩୩ , ଏସଟି ପାଇଁ ୭୬, ପିଏଚ-ଏଚଏଚ ପାଇଁ ୧୪, ପିଏଚ-ଓଏଚ ପାଇଁ ୧୫ ଏବଂ ପିଏଚ-ଭିଏଚ ଶ୍ରେଣୀରେ ୧୪ ପଦବି ପାଇଁ ନିଯୁକ୍ତି କରାଯିବ ।

କିପରି କରିବେ ଆବେଦନ : ଆଶାୟୀପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନଲାଇନ ଆବେଦନ କରିବାକୁ ପଡିବ । ସର୍ବପ୍ରଥମେ https://117.239.178.144/gdsonline/fee.aspxରେ ଲଗଇନ କରନ୍ତୁ । ଏଠାରେ ପୂର୍ବରୁ ଆପଣଙ୍କୁ ରେଜିଷ୍ଟେସନ କରିବାକୁ ହେବ । ରେଜିଷ୍ଟେସନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆପଣଙ୍କୁ ୱେବ-ପୋର୍ଟାଲ https://117.239.178.144/gdsonline/reference.aspx କୁ ଯିବାକୁ ପଡିବ ।ଏଠାରେ ଆପଣଙ୍କୁ ଆଗାମୀ ଆପ୍ଲିକେସନ ପ୍ରୋସେସ ସଂପୂର୍ଣ୍ଣ କରିବାକୁ ହେବ । ଏବଂ ରେଜିଷ୍ଟେସନ ନମ୍ବର ବି ଦେବାକୁ ପଡିବ । ଏହାପରେ ଫର୍ମ ଭରନ୍ତୁ, କୁହାଯାଇଥିବା ଡକ୍ୟୁମେଂଟ ଅପଲୋଡ କରନ୍ତୁ ଏବଂ ଶେଷରେ ଆପ୍ଲିକେସନର ଏକ ପ୍ରଂଟଆଉଟ ବାହାର କରିଦିଅନ୍ତୁ ।