ଦଶମ ପାସ୍ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ, ମାସିକ ଦରମା ୧୮ ହଜାର ଟଙ୍କା

156

ବେରୋଜଗାରୀ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ନିକଟରେ ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ସୂଚନା ମୁତାବକ, ଡାକ ବିଭାଗ ପକ୍ଷରୁ ଆରଏମଏସ ଏବଂ ପୋଷ୍ଟାଲ ଡିଭିଜନରେ ୯୪ ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ମଇ ୧୨, ୨୦୧୮ ସୁଦ୍ଧା ଆବେଦନ କରିପାରିବେ । ନିମ୍ନରେ ଆମେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଖବର ।

ସର୍ବପ୍ରଥମେ ଏଠାରେ ଆମେ କହିରଖୁଛୁ କି, ଡାକ ବିଭାଗର ଏହି ସମସ୍ତ ୯୫ଟି ପଦବୀ ଆନ୍ଧ୍ର ପ୍ରଦେଶବାସୀରେ ହିଁ ପ୍ରକାଶ ପାଇଛି ।

ପଦବୀ ସଂପର୍କିତ ତଥ୍ୟ

ମଲ୍ଟି ଟାକ୍ସିଂ ଷ୍ଟାଫ(ଏମଟିଏସ)

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ଆଶାୟୀପ୍ରାର୍ଥୀ ଦଶମ ଶ୍ରେଣୀ ପାସ କରିଥିବା ଦରକାର । ଏଥିସହିତ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି କମ୍ପ୍ୟୁଟର ପ୍ରତି ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ ଅଟେ ।

ବୟସ ସୀମା

ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ବୟସ ହୋଇଥିବା ଦରକାର । ସେହିପରି ଓବିସି ଶ୍ରେଣୀର ଆବେଦନକାରୀଙ୍କ ବୟସ ସୀମା ୩ ବର୍ଷ ଏବଂ ଏସସି/ଏସଟି ବର୍ଗର ଆବେଦକଙ୍କ ପାଇଁ ୫ ବର୍ଷ ଛାଡ କରାଯାଇଛି ।

ଦରମା

ଯଦି ଆପଣ ଏଥିରେ ଯୋଗ୍ୟବିବେଚିତ ହୁଅନ୍ତି ତେବେ ଆପଣଙ୍କର ମାସିକ ଦରମା ୧୮ ହଜାର ଟଙ୍କା ରହିବ ।

ଆବେଦନ ଶୁଳ୍କ

ସାଧାରଣ ଏବଂ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଶୁଳ୍କ ବାବାଦକୁ ଦେବାକୁ ପଡିବ । ସେହିପରି ଏସସି/ଏସଟି/ପିଡବ୍ଲୁଡି ବର୍ଗର ପ୍ରାର୍ଥୀ ଏବଂ ସବୁ ବର୍ଗର ମହିଳାପ୍ରାର୍ଥୀଙ୍କ ପାଇଁ ଏହାର ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି ।

ଚୟନ ପ୍ରକ୍ରିୟା

ଏହି ପଦବୀରେ ପାଇଁ ଯେଉଁ ସବୁ ପରୀକ୍ଷା କରାଯିବ ତାହା ଆପ୍ଟିଟ୍ୟୁଡ ଟେଷ୍ଟ ଅନୁସାରେ ହେବ । ଏଥିରେ ୧୦୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ତଥା ମଲ୍ଟିପୁଲ ଚଏସ ଅନୁସାରେ ପ୍ରଶ୍ନ ଉତ୍ତର ଦେବାକୁ ହେବ ।

କିପରି କରିବେ ଆବେଦନ

ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ appost.inକୁ ଯାଇ ଲଗଇନ କରି ଅନଲାଇନ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ଅବଧି

ଅନଲାଇନ ଆବେଦନ କରିବାର ଶେଷ ତାରିଖ ହେଉଛି ୧୨ ମଇ ୨୦୧୮ ।