୮ମ, ୧୦ମ, ଦ୍ୱାଦଶ ପାସଙ୍କ ପାଇଁ ଖୁସି ଖବର : ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୪୦ବର୍ଷ ବୟସ ପର୍ଯ୍ୟନ୍ତ କରିପାରିବେ ଆବେଦନ

304

ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । India Post Circle Recruitment 2018ରେ ୩୪୪୫ ପୋଷ୍ଟମ୍ୟାନ ଏବଂ ଆସିଣ୍ଟାଂଟ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥି ତଥା ୮ମ, ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଏସଂପର୍କିତ ଅଧିକ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ଯେଉଁଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୧ ସେପ୍ଟେମ୍ବର, ୨୦୧୮ ।  ବଡ କଥା ହେଉଛି, ଏଥିପାଇଁ ଯୋଗ୍ୟ ଆଶାୟୀପ୍ରାର୍ଥଙ୍କ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ଅର୍ଥାତ ୪୦ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ବି ଏଥିପାଇଁ ଆବେଦନ କରିବାର ସୁଯୋଗ ମିଳିବ ।

ବିଭାଗ: India Post Circle

ଆବେଦନ କରିବାର ଶେଷ ତାରିଖ: ୧୧ ସେପ୍ଟେମ୍ବର, ୨୦୧୮

ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କ ଚୟନ ଯୋଗ୍ୟତା ଅନୁସାରେ  କରାଯିବ

 ୱେବସାଇଟ: www.indiapost.gov.in

ମୋଟ ପଦବୀ: ୩୪୪୫

ପଦବୀ ସଂପର୍କିତ ତଥ୍ୟ: ପୋଷ୍ଟମ୍ୟାନ ଏବଂ ଆସିଣ୍ଟାଂଟ

ଶିକ୍ଷାଗତ ଯୋଗ୍ୟତା: କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୮ମ, ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପାସ

ବୟସ ସୀମା:  ୧୮ରୁ ୪୦

ଆବେଦନ ଶୁଳ୍କ: ବିଭାଗ ଦ୍ୱାରା ନିର୍ଧାରିତ

ଦରମା: ଆଶାୟୀପ୍ରାର୍ଥୀଙ୍କୁ ନିୟମାନୁସାରେ ଦରମା ଦିଆଯିବ

ଆବେଦନ ପ୍ରକ୍ରିୟା: ଏହି ନିଯୁକ୍ତିରେ ଯୋଗ୍ୟ ଏବଂ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଆଧିକାରୀକ ୱେବସାଇଟ https://www.indiapost.gov.in ଜରିଆରେ ଅନଲାଇନ ଆବେଦନ କରିପାରିବେ ।