ଆପଣଙ୍କ ବୁଲିବାର ସବୁ ଖର୍ଚ୍ଚ ବହନ କରିବେ ମୋଦି ସରକାର ! ହେଲେ ଏଥିପାଇଁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ?

65

ଦେଶର ୧୭ରୁ ବି ଅଧିକ ସ୍ଥାନରେ ଆପଣ ଆପଣଙ୍କର ଅବସର ମୁହୂର୍ତ୍ତକୁ ବିଚାଇପାରିବେ । ଆଉ ଆପଣଙ୍କର ଏହି ହଲିଡେ ପ୍ୟାକେଜର ପୂରା ଖର୍ଚ୍ଚ ମୋଦି ସରକାର ହିଁ ବହନ କରିବେ । ହେଲେ ଏଥିପାଇଁ ଆପଣଙ୍କୁ ମଧ୍ୟ କିଛି କାମ କରିବାକୁ ପଡିବ ।

ପ୍ରକୃତ ମାମଲାଟି ହେଲା, ପର୍ଯ୍ୟଟନ ମନ୍ତ୍ରାଳୟ ତରଫରୁ ‘ପର୍ଯ୍ୟଟନ ପର୍ବ ଫଟୋ କନଟେଷ୍ଟ’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯଦି ଆପଣଙ୍କର ଫଟୋଗ୍ରାଫିର ସଉକ୍ ଅଛି ତେବେ ହଲିଡେ ପ୍ୟାକେଜର ଲାଭ ଉଠାଇପାରିବେ । ଏହାକୁ ‘ଦେଖୋ ଅପନା ଦେଶ’ ନାଁରେ ବି ନାମିତ କରାଯାଇଛି । ଖାଲି ଏତିକି ନୁହେଁ, ଏଠାରେ ଆପଣଙ୍କୁ ଅତୁଲ୍ୟ ଭାରତ ଥିମ୍ ଆଧାରରେ ଏକ ଫଟୋ ଉଠାଇ ପଠାଇ ଉକ୍ତ ଫଟୋକୁ ମୋଦି ସରାକରଙ୍କ ପାଖକୁ ପଠାଇବାକୁ ହେବ । ତେବେ ଜରୁରୀ ଅଟେ କି, ଆପଣ ଉଠାଇବା ଫଟୋ ଯେପରି ଅନ୍ୟ କେଉଁଠି ବ୍ୟବହାର ହୋଇନଥିବ । ନା ହିଁ ଏହି ଫଟୋ କୌଣସି ବି ପ୍ରକାରର କପିରାଇଟ ଉଲ୍ଲଂଘନ କରୁଥିବ ।

ଯଦି ଆପଣ ଉଠାଇଥିବା ଫଟୋ ସବୁଠାରୁ ବେଷ୍ଟ ଭାବେ ପ୍ରମାଣିତ ହୁଏ ତେବେ ଆପଣଙ୍କୁ ନା କେବଳ ଅନ-ଏକ୍ସପ୍ରେସ ହଲିଡେ ପ୍ୟାକେଜ ମିଳିବ, ବରଂ ଆପଣଙ୍କ ତରଫରୁ ଉଠାଯାଇଥିବା ଫଟୋକୁ ଅତୁଲ୍ୟ ଭାରତର କ୍ୟାମ୍ପେନରେ ମଧ୍ୟ ବ୍ୟବହାର କରାଯିବ ।

ବିଜେତା

ଏହି କାର୍ଯ୍ୟକ୍ରମରେ ଫଟୋ ଜମା କରିବା ପାଇଁ ଆପଣଙ୍କ ନିକଟରେ ୨୭ ସେପ୍ଟମ୍ବର ପର୍ଯ୍ୟନ୍ତ ସମୟ ରହିଛି । ତେବେ ନିର୍ଧାରିତ ତାରିଖ ପୂର୍ବରୁ ଆପଣଙ୍କୁ ଏଠାରେ ନିଜର ଏଂଟି ଆଇ Mygov.in ରେ ଜମା କରିବାକୁ ହେବ । ଆପଣଙ୍କ ତରଫରୁ ଉଠାଯାଇଥିବା ଫଟୋ ପାଇଁ ମଧ୍ୟ କିଛି ପାରାମିଟର୍ସ ରଖାଯାଇଛି । ଆପଣଙ୍କର ଫଟୋ ସେହି ପାରାମିଟର୍ସକୁ ଅନୁସରଣ କରୁଥିବା ଦରକାର । ଏହି ପ୍ରତିଯୋଗୀତା ପାଇଁ ସମସ୍ତ ନିୟମ ଏବଂ ସର୍ତ୍ତାବଳୀ ଜାଣିବା ପାଇଁ ଆପଣ https://static.mygov.in/rest/s3fs-public/mygov_153709956251553221.pdfକୁ ଯାଇ ଜାଣିପାରିବେ । ଏଠାରେ ଆପଣଙ୍କୁ ସମସ୍ତ ସୂଚନା ମିଳିଯିବ । ସେହିପରି ଆପଣ Mygov.inକୁ ଯାଇ ବି ସମସ୍ତ ସୂଚନା ପାଇପାରିବେ ।