ଆଉ ବାଇକରେ ପ୍ରତିଦିନ ଭରିବାକୁ ପଡିବନି ତେଲ ! ଆଜି ହିଁ କରନ୍ତୁ ଏହି ଗୋଟିଏ କାମ

Advertisment
ଆଉ ବାଇକରେ ପ୍ରତିଦିନ ଭରିବାକୁ ପଡିବନି ତେଲ ! ଆଜି ହିଁ କରନ୍ତୁ ଏହି ଗୋଟିଏ କାମ

Source:Zee Business

ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ତୈଳଦର । ପେଟ୍ରୋଲ-ଡିଜେଲର ଦର ଅହେତୂକ ଭାବରେ ବୃଦ୍ଧି ପାଇବା କାରଣରୁ ଏହାର ସିଧା ପ୍ରଭାବ ପଡିଛି ସାଧାରଣ ଜନତାଙ୍କ ପକେଟ୍ ଉପରେ । ତେଣୁ ଏଭଳି ପରିସ୍ଥିତିରେ ପ୍ରତିଦିନ ଗାଡିରେ ତେଲ ପକାଇବା ଘୋଡା ଛ’ଟଙ୍କାକୁ ଦାନା ନ’ ଟଙ୍କା ଭଳି ପ୍ରତୀୟ ହେଉଛି । ସେହିପରି ଯଦି ଆପଣ କୌଣସି ସ୍ପୋଟର୍ସ ବାଇକ୍ ଚଲାଉଛନ୍ତି ତେବେ ଆପଣଙ୍କୁ ଜଣା ଥିବ କି, ଏଥିରେ କେତେ ପରିମାଣର ପେଟ୍ରେଲ ବ୍ୟବହାର ହୋଇଥାଏ । କାରଣ ଏହି ବାଇକରେ ବାକି ବାଇକମାନଙ୍କଠାରୁ ଅଧିକ ତେଲ ଟାଣିଥାଏ । ତେଣୁ ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଯେଉଁ ତରିକା ଜଣାଇବୁ , ସେଥଇରେ ଆପଣଙ୍କୁ ଆଉ ତେଲ ସରିବା ଭୟ ରହିବନି ଏବଂ ଆପଣଙ୍କ ବାଇକ୍ ଅଧିକ ମାଇଲେଜ ଦେବାକୁ ଲାଗିବ ।

କିଭଳି ବଢାଇବେ ଗାଡିର ମାଇଲେଜ

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଗାଡି ଅଧିକ ମାଇଲେଜ ଦେଉ, ତେବେ ଆପଣଙ୍କୁ ଗିୟର ଲଗାଇବାର ତରିକା ଟିକିଏ ବଦଳାଇବାକୁ ପଡିବ । ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଯଦି ଆପଣ ଶୀଘ୍ର ଶୀଘ୍ର ଗିୟର ବଦଳାନ୍ତି ତେବେ ଏହାଦ୍ୱାରା ଆପଣଙ୍କ ବାଇକ ଉପରେ ଅଧିକ ଚାପ ପଡିଥାଏ, ସେହିପରି ଯଦି ଆପଣ ଆରାମରେ ଗିୟର ପରିବର୍ତ୍ତନ କରନ୍ତି ତେବେ ବାଇକର ଇଂଜିନ ଉପରେ ବେଶି ଚାପ ପଡିନଥାଏ । ଏଥିସହିତ ହିଁ ଆପଣଙ୍କୁ ଅଧିକ ମାଇଲେଜ ମଧ୍ୟ ମିଳିଥାଏ । ଏହାଛଡା ଯଦି ଆପଣ ବାଇକରେ ଟ୍ରିପଲିଂ କରନ୍ତି ତେବେ ଏହା ମଧ୍ୟ ବାଇକ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe