ରିଲାଏନ୍ସ ଜିଓର ୪ଜି ଫିଚର ଫୋନ୍ ଭଳି ଜବରଦସ୍ତ ଅଫର ଆସିବା ପରେ ଏହାକୁ ନେଇ ପୁଣି ଥରେ ଟେଲିକମ୍ ଜଗତରେ ସୃଷ୍ଟି ହୋଇଛି ହଇଚଇ । ଖାଲି ସେତିକି ନୁହେଁ ଆଇଡିଆ ସେଲ୍ୟୁଲାର ମଧ୍ୟ ଫୋନ୍ ମେକର କଂପାନୀ ସହିତ ମିଶି ଜିଓ ଭଳି ଶସ୍ତା ମୋବାଇଲ ଫୋନ୍ ତିଆରି କରିବା ନେଇ କାମ ଆରମ୍ଭ କରିଦେଇଛି ଏବଂ ଫୋନ୍ ମେକର କଂପାନୀ ବି ଆଇଡିଆ ଶସ୍ତା ଫୋନ୍ ତିଆରିକୁ ନେଇ କାମ ଜୋରଦାର ଚଳାଇଛି । ଯାହାର ସୂଚନା ଖୋଦ୍ କଂପାନୀର ନିର୍ଦ୍ଦେଶକ ହିମାଂଶୁ କପାନିଆ ଦେଇଛନ୍ତି ।

Advertisment

ଯଦିଓ କଂପାନୀ ସ୍ପଷ୍ଟ ଭାବେ କହିଛି କି, ହ୍ୟାଣ୍ଡସେଟ୍ ଉପରେ କଂପାନୀ ପକ୍ଷରୁ କୌଣସି ସବସିଡ୍ ମିଳିବ ନାହିଁ ବୋଲି ତେବେ, କପାନିଆ କହିଛିନ୍ତି, କଂପାନୀ ମୋବାଇଲ ହ୍ୟାଣ୍ଡସେଟର ଦାମ କମାଇବା ଦିଗରେ ଚେଷ୍ଟା ଚଳାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହ୍ୟାଣ୍ଡସେଟ୍ ପାଇଁ ଏହାର ଉଚିତ୍ ମୂଲ୍ୟ ୨୫୦୦ ଟଙ୍କା ରହିବ । ଏହାପୂର୍ବରୁ ମଧ୍ୟ ଦୂରସଂଚାର କଂପାନୀମାନେ ହ୍ୟାଣ୍ଡସେଟ୍ ମେକର୍ସଙ୍କ ସହିତ କାମ କରିସାରିଛନ୍ତି । ସେହି ସମୟରେ ରିଲାଏନ୍ସ ଇଫୋକମର ଶସ୍ତା ହ୍ୟାଣ୍ଡସେଟ୍ ଭଳି ଅଫର ବଜାରକୁ ଆସିଥିଲା ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ଜିଓ ୪ଜି ଫିଚର ଫୋନ ଲଂଚ କରିଛି । ଯାହାର ମାଗଣା ବୁକିଂ ୨୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ଆପଣଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଘୋଷଣା ମୁତାବକ, ଯଦି ଆପଣ ୧୫୦୦ ଟଙ୍କା ଦେଇ ଏହି ଫୋନକୁ କ୍ରୟ କରନ୍ତି ତେବେ ୩ ବର୍ଷ ପରେ କଂପାନୀ ଏହି ଅର୍ଥକୁ ଆପଣଙ୍କୁ ଫେରସ୍ତ କରିବ ।

ସୌଜନ୍ୟ- ଏବିପି ନ୍ୟୁଜ୍