ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ଆଇଡିଆ-ଭୋଡାଫୋନର ଶସ୍ତା ଫୋରଜି ଫୋନ ! ଆଗାମୀ ମାସରେ ହୋଇପାରେ ଲଂଚ

Advertisment
ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ଆଇଡିଆ-ଭୋଡାଫୋନର ଶସ୍ତା ଫୋରଜି ଫୋନ ! ଆଗାମୀ ମାସରେ ହୋଇପାରେ ଲଂଚ

Source: themobileindian.com

ରିଲାଏନ୍ସ ଜିଓର ଫୋରଜି ଫିଚରକୁ ଟକ୍କର ଦେବା ପାଇଁ ଏବେ ଅଂଟା ଭିଡିଛନ୍ତି ବିଭିନ୍ନ ଟେଲିକମ କଂପାନୀ । ଜିଓ ଭଳି ବାକି କଂପାନୀମାନେ ମଧ୍ୟ ଶସ୍ତା ଏବଂ ଦମଦାର ଫିଚର ଫୋନ ଲଂଚ କରିବାକୁ ଯୋଜନା ଚpublive-imageଳାଇଛନ୍ତି । ତେବେ ଆଗାମୀ ସପ୍ତାହରେ ଭାରତୀ ଏୟାରଟେଲ ତାର ୨୦୦୦ଟଙ୍କିଆ ଫୋରଜି-ଭୋଲ୍ଟି ସପୋର୍ଟ ଥିବା ସ୍ମାର୍ଟଫୋନ ଲଂଚ କରିବାକୁ ଯାଉଥିବାବେଳେ ଆଇଡିଆ ସେଲୁଲର ଏବଂ ଭୋଡାଫୋନ ଇଣ୍ଡିଆ ମଧ୍ୟ ଆଗାମୀ ଦୁଇ ତିନ ମାସ ଭିତରେ ଏଭଳି ପ୍ରକାରର ହ୍ୟାଣ୍ଡସେଟ୍ ଲଂଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ସୂଚନା ମୁତାବକ, ଆଇଡିଆ, ଫୋନ ନିର୍ମାଣ କରୁଥିବା କଂପାନୀଙ୍କ ସହିତ ମିଶି ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ହ୍ୟାଣ୍ଡସେଟ୍ ବଜାରରେ ଲଂଚ କରୁଥିବାର ଖବର ସାମ୍ନାକୁ ଆସିଥିବା ବେଳେ ଭୋଡାଫୋନ ଇଣ୍ଡିଆ ମଧ୍ୟ ଅନୁରୂପ ପନ୍ଥା ଆପଣେଇ ପାରେ ବୋଲି ଶୁଣିବାକୁ ମିଳିଛି । ତେବେ ଏହି ସ୍ମାର୍ଟଫୋନର ମୂଲ୍ୟ ୨,୫୦୦ଟଙ୍କା ମଧ୍ୟରେ ରହିପାରେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

publive-imageଉଲ୍ଲେଖଯୋଗ୍ୟ କି, ଭାରତୀ ଏୟାରଟେଲର ହ୍ୟାଣ୍ଡସେଟ୍ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ଅଫର ସହିତ ବଜାରକୁ ଆସିବ । ଏହି ସ୍ମାର୍ଟଫୋନ ଚଳିତ ମାସ ହିଁ ଲଂଚ ହେବାକୁ ଯାଉଛି । ଏଥିସହିତ ଗ୍ରାହକଙ୍କୁ କମ ମୂଲ୍ୟରେ ଉଭୟ କଲିଂ ଏବଂ ଡାଟା ମଧ୍ୟ ଦିଆଯିବାର ସୁବିଧା ରହିଥିବା ଶୁଣିବାକୁ ମିଳିଛି ।

publive-imageଏଠାରେ ଆମେ କହି ରଖୁଛୁ କି, ଚଳିତ ମାସରେ ଏୟାରଟେଲ ନିଜର ୪ଜି ସ୍ମାର୍ଟଫୋନ୍ ଲଂଚ କରିବାକୁ ଯାଉଛି ଏବଂ ଯାହାର ମୂଲ୍ୟ ୨,୦୦୦ ଟଙ୍କାରୁ ମଧ୍ୟ କମ ରହିବ । ଏହା ପୂର୍ବରୁ ଖବର ଆସିଥିଲା ୨,୫୦୦ ଟଙ୍କାରେ ୪ଜି ସ୍ମାର୍ଟଫୋନ୍ ଉପଲବ୍ଧ କରାଇବ ଏୟାରଟେଲ କମ୍ପାନୀ । ଏହାସହ ଶୁଣିବାକୁ ମିଳିଛି କି ଏୟାରଟେଲ ଫୋନ ସହ କମ୍ପାନୀ ଅନେକ ମନଲୋଭା ଅଫର ମଧ୍ୟ ଉପସ୍ଥାପନ କରିବ । ସୂଚନା ଅନୁସାରେ, ଏହି ଫୋନରେ ୪ ଇଂଚର ଡିସପ୍ଲେ, ୧ ଜିବି ରାମ୍ ଓ କ୍ୱାଡ଼କୋର ପ୍ରୋସସେର ରହିବ । ଫୋନରେ ଫ୍ରଂଟ ଓ ରିୟର କ୍ୟାମେରା ଉଭୟ ରହିବ । ଫୋନରେ ୧୪୦୦ଏମଏଏଚ୍ ଠାରୁ ଆରମ୍ଭ କରି ୧୬୦୦ଏମଏଏଚ୍ ବ୍ୟାଟେରୀ ହୋଇପାରେ । ଏହାସହ ଫୋନରେ ଆଣ୍ଡ୍ରଏଡ଼୍ ନୁଗଟ ୭.୦ ଓଏସ୍ ହେବାର ସୂଚନା ମଧ୍ୟ ମିଳିଛି ।

ସୌଜନ୍ୟ: ଅମର ଉଜାଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe