ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା ! ଆଇସଲାଣ୍ଡ ସରକାରଙ୍କ ଘୋଷଣା . . .

61

ଆଇସଲାଣ୍ଡରେ ପୁରୁଷ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଉ ଯେଉଁଥିପାଇଁ ସେଠାକାର ସରକାରଙ୍କୁ ଆପଣାଇବାକୁ ପଡିଛି ଏକ ଭିନ୍ନ ପନ୍ଥା । ତେବେ ପ୍ରଥମେ ଏଠାରେ ଆମେ କହିରଖୁଛୁ କି ଏହି ଖବରଟି ବହୁ ଦିନର ଅଟେ । ମାତ୍ର ବର୍ତ୍ତମାନ ଏହା ସେସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ସୂଚନା ମୁତାବକ, ପୁରୁଷ ସଂଖ୍ୟା ହ୍ରାସ ପାଇବା କାରଣରୁ ସେଠାକାର ସରକାର ଏକ ପ୍ରକାର ଅଫର ଘୋଷଣା କରିଛନ୍ତି । ଆଉ ଏହି ଅଫରଟି କିଛି ଏଭଳି ଥିଲା କି ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଅଫରଟି ହେଲା ବିବାହ ପାଇଁ ଇଚ୍ଛୁକ ପୁଅମାନଙ୍କୁ ଆଇସଲାଣ୍ଡ ଝିଅଙ୍କୁ ଚୟନ କରିବା ସହ ସବୁଦିନ ପାଇଁ ସେଠାରେ ରହିବା ସହ ଉକ୍ତ ଯୁବକଙ୍କୁ ମାସିକ ୩ ଲକ୍ଷ ୩୩ ହଜାର ଟଙ୍କା ସରକାର ଦେବେ ବୋଲି ଘୋଷଣା କରିଛନ୍ତି । ଆଉ ଏଥିରେ ଅଧିକ ପ୍ରାଧାନତ୍ୟା ଦିଆଯାଇଛି ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କୁ । ମାତ୍ର ଏହାର ସତ୍ୟତା ରହିଛି କିଛି ଅଲଗା ।

ସ୍ନୋପ୍ସ ଡଟ୍ କମ୍ ନାମକ ଏକ ୱେବସାଇଟ ଏହି ଖବରଟିକୁ ଏକ ଭୁଲ ଖବର ବୋଲି କହିଛି । ତେବେ ଏହି ୱେବସାଇଟର କହିବା ମୁତାବକ, ଆଇସଲାଣ୍ଡରେ ୧୦୦୭ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୦୦ । ଅପରପକ୍ଷେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ତଥ୍ୟଟିରେ ମହିଳାଙ୍କ ସଂଖ୍ୟା ଅଧିକ ଦର୍ଶାଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଭୁଲ ତଥ୍ୟ ପାଇବା ପରେ ଆଇସଲାଣ୍ଡର ମହିଳାମାନେ ଅନ୍ୟ ଦେଶର ଅଜଣା ପୁରୁଷଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ବିଭିନ୍ନ ସୋସିଆଲ ମିଡିଆର ଆଶ୍ରୟ ନେବା ଆରମ୍ଭ କରିଦେଇଥିଲେ । କାରଣ ସେମାନଙ୍କୁ ଲାଗିଥିଲା କି ତାଙ୍କ ସରକାର ବାସ୍ତବରେ କିଛି ଏଭଳି ଅଫର ଘୋଷଣା କରିଛନ୍ତି ।