କୋର୍ଟର କଡା ନିର୍ଦ୍ଦେଶ ! ଏଣିକି ଗର୍ଭବତୀ ପତ୍ନୀଙ୍କୁ ଘରୁ ତଡିଲେ ସ୍ୱାମୀଙ୍କୁ ହେବ ୨୨ ବର୍ଷ ଜେଲ । ଜାଣନ୍ତୁ କେବେଠାରୁ ଲାଗୁହେବ ଏଭଳି କଠୋର ନିୟମ

77

ଏଭଳି ଏକ କଠୋର ଦଣ୍ଡାଦେଶ ଶୁଣାଇଛି ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ପାରିବାରିକ ଅଦାଲତ । ଯେଉଁଠି ଜଣେ ୫୫ବର୍ଷୀୟ ଯୁବକଙ୍କୁ କୋର୍ଟ ୨୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛି ଏବଂ ଉକ୍ତ ବ୍ୟକ୍ତି ଜଣଙ୍କରୁ ଦୋଷ ଏହା ଥିଲା କି ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ ଓ ତାଙ୍କୁ ନିଜ ଘରୁ ବାହାର କରିଦେଇଥିଲା । ବଡ କଥା ହେଲା ଉକ୍ତ ବ୍ୟକ୍ତି ବିଶେଷ ଜଣଙ୍କ ତାଙ୍କର ପତ୍ନୀ ଚଳିବା ପାଇଁ ଟଙ୍କାଟିଏ ମଧ୍ୟ ଦେଇନଥିଲେ । ଶୁଣିବାକୁ ମିଳିଛି କି, ଏଭଳି ଦଣ୍ଡାଦେଶ ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ଦଣ୍ଡାଦେଶ ଅଟେ ।

ସୂଚନା ଅନୁସାରେ, ପୀଡିତାଙ୍କ ପତି ମଧ୍ୟପ୍ରଦେଶରେ ରୁହନ୍ତି । ସେହିପରି ତାଙ୍କର ୫୦ ବର୍ଷୀୟ ପତ୍ନୀ ଏବଂ ୨୮ ବର୍ଷୀୟ ଝିଅ ଅହମଦାବାଦରେ ବାସକରନ୍ତି । କୋର୍ଟ ଭରଣପୋଷଣ ବାବଦକୁ ଭର୍ତ୍ତା ନଦେବା କାରଣରୁ ମଧ୍ୟପ୍ରଦେଶ ପୁଲିସ ଅଧିକାରଙ୍କୁ ତୁରନ୍ତ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଆହୁରୀ ମଧ୍ୟ କହିଛି କି, ନିୟମାନୁସାରେ, ଯଦି ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ତାର ଭରଣ ପୋଷଣ ବାବାଦକୁ ଟଙ୍କା ନ ଦିଅନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଉ ତାହା ହେଉଛି ଜେଲ ଦଣ୍ଡାଦେଶ । ତେଣୁ ଏହି ମାମଲାରେ ପତି ଜଣକ ନା ହିଁ ନିଜ ପତ୍ନୀଙ୍କର ଭରଣପୋଷଣ ପାଇଁ ଟଙ୍କା ଦେଉଥିଲେ ନା ହିଁ କୋର୍ଟରେ ହାଜର ହେଉଥିଲେ ।

ସେହିପରି, ମାମଲାଟିର ଶୁଣାଣି କରିବାକୁ ଯାଇ କୋର୍ଟ ଆହୁରୀ ମଧ୍ୟ କହିଛି କି, ଅଭିଯୁକ୍ତ ପତିଙ୍କ ନିକଟକୁ ପଠାଯାଇଥିବା ନୋଟିସର ନା ତ ସେ କୌଣସି ସମ୍ମାନ କରିଥିଲେ । ନା ହିଁ ତାଙ୍କର କୌଣସି ଓକିଲ ଏବଂ ଖୋଦ ଅଭିଯୁକ୍ତ କୋର୍ଟର ଶୁଣାଣି ସମୟରେ ହାଜର ହୋଇଥିଲେ । ଯେଉଁଥି ପାଇଁ ବାଧ୍ୟ ହୋଇ କୋର୍ଟକୁ ଏଭଳି ନିଷ୍ପତି ନେବାକୁ ପଡିଥିଲା । ତେବେ ଯେଉଁମାନେ କୋର୍ଟ କଚେରୀକୁ ଆଦୌ ଭୟ କରୁ ନାହାଁନ୍ତି ସେମାନଙ୍କ ପାଇଁ ଏଭଳି ଦଣ୍ଡାଦେଶ କୌଣସି ଉଦାହରଣରୁ କମ ନୁହେଁ ବୋଲି କୋର୍ଟ ତରଫରୁ କୁହାଯାଇଛି ।