ପିଜ୍ଜା ଭଳି ଡିଜେଲର ହେବ ହୋମ୍ ଡେଲିଭରୀ । ଆପଣଙ୍କର ମାତ୍ର ଗୋଟିଏ କଲରେ ଘରେ ଆଣି ଦେଇଯିବେ କର୍ମଚାରୀ

21

ପୋଷକ, ଖାଦ୍ୟ ତଥା ବାକି ସାମଗ୍ରୀ ଭଳି ଏଣିକି ପେଟ୍ରୋଲ-ଡିଜେଲର ମଧ୍ୟ ହେବ ହୋମ ଡେଲିଭରୀ । ଇଣ୍ଡିଆନ ଅଏଲ କର୍ପୋରେସନ ଆଧାରରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ତରଫରୁ ଏଣିକି ଏଭଳି ସୁବିଧା ମିଳିବ ସାଧାରଣ ଜନତାଙ୍କୁ । ଆଉ ଏହି ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ ହୋଇସାରିଛି । ଯେଭଳି ଭାବରେ ଆପଣ ଅନଲାଇନ ଜରିଆରେ କୌଣସି ବି ଗ୍ରୋସରି ସପରୁ କିଛି ବି ଅଡର କରିପାରୁଛନ୍ତି ଠିକ୍ ସେହିପରି ହିଁ ଏବେ ଆପଣ ନିଜ ଘରେ ବସି ପେଟ୍ରୋଲ ଡିଜେଲ ଅର୍ଡର କରିପାରିବେ । ଅର୍ଥାତ୍ ଏଣିକି ଡିଜେଲର ହୋମ ଡେଲିଭରୀ ହେବ ଆଉ ଏହି ସୁବିଧା ଜନତାଙ୍କୁ ଯୋଗାଇ ଦେବ ଖୋଦ ହିନ୍ଦୁସ୍ତାନ ପେଟ୍ରୋଲିୟମ । ଯଦିଓ ଏହି ସୁବିଧା ବର୍ତ୍ତମାନ କେବଳ ମୁମ୍ବାଇରେ ଆରମ୍ଭ ହୋଇଛି । ତେବେ ଖୁବ୍ ଶୀଘ୍ର ଏହା ବାକି ସମସ୍ତ ରାଜ୍ୟମାନଙ୍କରେ ବି କାର୍ଯ୍ୟକାରୀ କରିଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏଚପିସିଏଲ ତରଫରୁ ମିଳିଥିବା ସୂଚନା ଅନୁସାରେ, HP Fuel Connect ଆଧାରରେ ଲୋକେ ଡିଜେଲର ହୋମ ଡେଲିଭରୀ ପାଇପାରିବେ । ଏଠାରେ ଆମେ କହି ରଖୁଛୁ କି, ମାର୍ଚ୍ଚ ମାସରୁ ପୁଣେରେ ମଧ୍ୟ ଡିଜେଲର ହୋମ ଡେଲିଭରୀ ଇଣ୍ଡିଆନଅଏଲ କର୍ପୋରେସନ ତରଫରୁ ଆରମ୍ଭ କରିଦିଆସାରିଛି ।

ଏଚପିସିଏଲ କହିବା ଅନୁସାରେ, ଏହି ସୁବିଧା ଦ୍ୱାରା ସେହି ସମସ୍ତ ଗ୍ରାହକଙ୍କୁ ଲାଭ ମିଳିବ । ଯେଉଁମାନେ କି ପେଟ୍ରୋଲ ପମ୍ପରୁ ବ୍ୟାରେଲରୁ ଡିଜେଲ ନେଉଛନ୍ତି । ଏହି ସୁବିଧା ଗ୍ରାହକମାନଙ୍କର ସମୟକୁ ବଂଚାଇବା ସହିତ ଅତିରିକ୍ତ ଇନ୍ଧନ ଖର୍ଚ୍ଚରୁ ବି ସହଯୋଗ କରିବ । ଉଲ୍ଲେଖ ଥାଉ କି, ଗତବର୍ଷ ଏପ୍ରିଲ ମାସରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କି, ପେଟ୍ରୋଲ ପମ୍ପମାନଙ୍କରେ ଦେଖାଯାଉଥିବା ଭିଡକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ସରକାର ପେଟ୍ରୋଲ-ଡିଜେଲର ହୋମ ଡେଲିଭରୀ କରିବା ଉପରେ ବିଚାର କରିବେ ।