ପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର: ଏଣିକି ଅନଲାଇନ ଜରିଆରେ ବି ଉଠାଇ ପାରିବେ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା, ୫ ଦିନ ଭିତରେ ଖାତାକୁ ଚାଲିଆସିବ ଟଙ୍କା

444

ଏଣିକି ଆପଣ ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡର ଟଙ୍କା ଅନଲାଇନ ଜରିଆରେ ବି ଉଠାଇବେ । ଏଥିପାଇଁ ଆପଣଙ୍କୁ ଆଉ କଂପାନୀର ଚକ୍କର କାଟିବାକୁ ବି ପଡିବ ନାହିଁ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓର ୱେବସାଇଟକୁ ଯାଇ ଆପଣ ଆପଣଙ୍କର ପିଏଫ ଉଠାଇବା ସହ ଆଡଭାନ୍ସ ଲୋନ ପାଇଁ ମଧ୍ୟ ଅନଲାଇନ ଜରିଆରେ କ୍ଲେମ ଫାଇଲ କରିପାରିବେ । ତେବେ ଅନଲାଇନ ଜରିଆରେ ପିଏଫ ଉଠାଇବାକୁ ହେଲେ ଆପଣଙ୍କ ନିକଟରେ ଆଧାର ଏବଂ ୟୁଏଏନ ୟୁନିଭର୍ସାଲ ଆକାଉଂଟ ନମ୍ବର ଥିବା ନିହାତି ଜରୁରୀ । ତେବେ ନିମ୍ନରେ ଆମେ କିଭଳି ପିଏଫ ଖାତାରେ ଟଙ୍କା ଉଠାଇବେ ଏନେଇ ବିସ୍ତାର ଭାବରେ ଆଲୋଚନା କରିଛୁ ।

କ୍ଲେମ କରିବେ କିପରି?

ଇପିଏଫଓ ସଦସ୍ୟମାନେ ଏଣିକ ନିଜ ପିଏଫ ଉଠାଇବା ପାଇଁ କିମ୍ବା ପିଏଫରୁ ଆଡଭାନ୍ସ ଟଙ୍କା ଉଠାଇବା ପାଇଁ ୟୁନିଫାଇଡ ପୋର୍ଟାଲକୁ ଯାଇ ଅନଲାଇନ କ୍ଲେମ କରିପାରିବେ । ବର୍ତ୍ତମାନ ସମୟରେ ଇପିଏଫଓର ପାଖାପାଖି ୪ କୋଟି ଆକ୍ଟିଭ ମେମ୍ବର ଅଛନ୍ତି । ଯେଉଁମାନେ କି ଏହି ସୁବିଧାର ଲାଭ ଉଠାଇପାରିବେ । ତେବେ ଇପିଏଫଓର ମୋଟ ମେମ୍ବର୍ସଙ୍କ ସଂଖ୍ୟା ପାଖାପାଖି ୧୫ କୋଟି ରହିଛି ।

କେୱାଇସି ନିହାତି ଜରୁରୀ

ଅନଲାଇନ କ୍ଲେମ ସବମିଟ କରିବା ଭଳି ସୁବିଧାର ଫାଇଦା ସେହିମାନଙ୍କୁ ହିଁ ମିଳିବ , ଯେଉଁମାନଙ୍କର ୟୁନିଫାଇଡ ପୋର୍ଟାଲରେ କେୱାଇସି ସଂପୂର୍ଣ୍ଣ ଥିବ । ଅର୍ଥାତ୍ ତାଙ୍କର ଆକ୍ଟିଭେଟଡ ୟୁଏଏନ, ଆଧାର ଏବଂ ବ୍ୟାଙ୍କ ଆକାଉଂଟ ନମ୍ବର ଦେବାକୁ ପଡିବ । ଏହାପରେ ଯାଇ ହିଁ ଯାଇ ୟୁନିଫାଇଡ ପୋର୍ଟାଲରେ ଅନଲାଇନ କ୍ଲେମ ସବମିଟ ହୋଇପାରିବ ।

୫ ଦିନ ଭିତରେ ମିଳିବ ଟଙ୍କା

ଇପିଏଫଓ ତରଫରୁ ଆଧାର ସେଟିଂକୁ ଏନକରେଜ କରିବା ପାଇଁ ନିଜ ଫିଲ୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ଅନଲାଇନ କ୍ଲେମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ଏବଂ ଏଭଳି କ୍ଲେମର ସେଟେଲମେଂଟ ୫ ଦିନ ଭିତରେ କରନ୍ତୁ ।

ଅନଲାଇନ୍ ଜରିଆରେ କିଭଳି ଉଠାଇବେ ଟଙ୍କା

• ଅନଲାଇନ କ୍ଲେମ ସବମିଟ କରିବା ପାଇଁ ଆପଣଙ୍କୁ ଇପିଏଫଓର ୱେବସାଇଟ http://www.epfindia.com/site_en/କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଅନଲାଇନ କ୍ଲେମ କରିବାର ବିକଳ୍ପ ନଜର ଆସିବ ।

• ଅନଲାଇନ କ୍ଲେମ ଅପସନ ଉପରେ କ୍ଲିକ୍ କରିବା ପରେ https://unifiedportal-mem.epfindia.gov.in/memberinterface/ଲିଙ୍କ ଖୋଲିବ । ଏଠାରେ ଆପଣଙ୍କୁ ନିଜର ୟୁନିଭର୍ସାଲ ଆକାଉଂଟ ତଥା ୟୁଏଏନ ଏବଂ ପାସୱାର୍ଡ ଦେବାକୁ ହେବ ।

• ଏହାପରେ କ୍ଲେମ ସବମିଟ୍ କରିବାର ବିକଳ୍ପ ଆସିବ ।

ଏହାଦ୍ୱାରା ଆପଣଙ୍କୁ ପିଏଫର ଟଙ୍କା ଉଠାଇବା ପାଇଁ ଆଉ କଂପାନୀକୁ ଯାଇ ପିଏଫ ୱିଡ୍ରାଲ ଫର୍ମ ଭରି ଜମା କରିବାକୁ ଆଉ ଦରକାର ପଡିବନି । କାରଣ ଏବେ ଆପଣ ଏହି କାମ ଅନଲାଇନ ଜରିଆରେ ବି କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ୟୁନିଫାଇଡ ପୋର୍ଟାଲରେ କେୱାଇସି ଭରିବାକୁ ହେବ ।