ବିନା ଇଂଟରନେଟରେ ବର୍ଷସାରା ଚଲାନ୍ତୁ ସୋସିଆଲ ମିଡିଆ । ଆପଣାନ୍ତୁ ଏହି ସିକ୍ରେଟ୍ ଟ୍ରିକ୍ ….

26

ସାରା ବିଶ୍ୱରେ ସ୍ମାର୍ଟଫୋନକୁ ଇଂଟରନେଟ ହିଁ ଏକ ସ୍ୱତନ୍ତ୍ର ପ୍ଲାର୍ଟଫର୍ମ ଦେଇଛି, ଯାହା ବିନା ଆଜିର ଦିନରେ ରହିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ବିନା ଇଂଟରନେଟରେ ସତେ ଯେପରି ଅନ୍ୟ କିଛି ଗତି ନାହିଁ । କାରଣ ହ୍ୱାଟସଆପ ଏବଂ ଫେସବୁକ୍ ନିଜର ୟୁଜର୍ସଙ୍କୁ ଏଭଳି ଭାବରେ ଯୋଡି ରଖିଛନ୍ତି କି, ବିନା ଇଂଟରନେଟରେ ମୁହ୍ୂର୍ତ୍ତକ ପାଇଁ ରହିବା ପୂରା ପୂରି କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍ ସଂପର୍କରେ ଜଣାଇବୁ , ଯାହା ଜରିଆରେ ଆପଣ ବିନା ନେଟ୍ ପ୍ୟାକରେ ମଧ୍ୟ ଉଭୟ ହ୍ୱାଟସଆପ ଏବଂ ଫେସବୁକ୍ ମେସେଂଜର ଆପ ବ୍ୟବହାର କରିପାରିବେ । ତେବେ ଏହା ସମ୍ଭବ କିପରି ଆସନ୍ତୁ ଜାଣିବା…

ପ୍ରକୃତ ମାମଲାଟି ହେଲା କି, ଏଥିପାଇଁ ବଜାରରେ ଏକ ଖାସ୍ ସିମ୍ ଉପଲବ୍ଧ । ଯାହାର ନାଁ ହେଉଛି “ଚାଟସିମ” । ଏହି ସିମ୍ ଜରିଆରେ ଆପଣ ବର୍ଷସାରା ବିନା ଇଂଟରନେଟରେ ଏହିସବୁ ସୋସିଆଲ ମିଡିଆ ସାଇଟଗୁଡିକୁ ବ୍ୟବହାର କରିପାରିବେ । ଏହି ସିମକୁ କୌଣସି ବି ଇ-କମର୍ସ ସାଇଟ୍ କିମ୍ବା ୱେବସାଇଟକୁ ଯାଇ କିଣିପାରିବେ ।

ତେବେ ଏହି ଚାଟସିମର ଦାମ ରହିଛି ମାତ୍ର ୧୮୦୦ଟଙ୍କା ଆଉ ଏହାର ବୈଧତା ରହିଛି ପୂରା ପୂରି ଗୋଟିଏ ବର୍ଷ । ଯାହାର ଅର୍ଥ ହେଲା ଆପଣ ବିନା ଇଂଟରନେଟରେ ବର୍ଷକ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିପାରିବେ । ହ୍ୱାଟସଆପ, ଫେସବୁକ ଭଳି ସୋସିଆଲ ମିଡିଆରେ ବନ୍ଧୁଙ୍କ ସହ ଚାଟ କରିପାରିବେ, ଫଟୋ ପଠାଇପାରିବେ ଭିଡିଓ ମଧ୍ୟ ସେୟାର କରିପାରିବେ । ସେହିପରି ଏହି ଚାଟସିମକୁ ଆପଣ ଯେକୌଣସି ବି ମୋବାଇଲରେ ବ୍ୟବହାର କରିପାରିବେ ।