ବିମୁଦ୍ରାକରଣ ପରଠାରୁ ଭାରତରେ ଅନଲାଇନ କାରବାର ଦିନକୁ ଦିନ ବୃ୍ଦ୍ଧିପାରିବାରେ ଲାଗିଛି । ଭାରତୀୟ ଅର୍ଥବ୍ୟବସ୍ଥାକୁ ଡିଜିଟଲାଇଜ କରିବା ପାଇଁ ସରକାର ଅନେକ ଆପ ମଧ୍ୟ ଲଂଚ କରିଛନ୍ତି ଯାହା ଜରିଆରେ ଲୋକେ କାହାକୁ ବି ସହଜରେ ଟଙ୍କା ଟ୍ରାନ୍ସଫର କରିପାରିବେ । କିନ୍ତୁ ଅନେକ ସମୟରେ ନଜର ଆସିଛି କି ଅନଲାଇନ କାରବାର ମାମଲାରେ ପେଟିଏମ ଆପ ଅତ୍ୟନ୍ତ ସୁରକ୍ଷିତ ସାବ୍ୟସ୍ତ ହୋଇଛି । ଏହି ଆପ ଲୋକକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେବାକୁ ଲାଗିଛି । ପେଟିଏମ ଜରିଆରେ ଲୋକେ ୟୁଟିଲିଟି ବିଲ ଆଦିର ପେମେଂଟ କରିବା ସହ ରିଚାର୍ଜ କିମ୍ବା ବିଲ ଆଦି ପେମେଂଟ କରିପାରିଥାନ୍ତି ।
ଖାଲି ସେତିକି ନୁହେଁ ଏହା ଜରିଆରେ ଲୋକେ କୌଣସି ବି ବ୍ୟାଙ୍କ ଆକାଉଂଟରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ । ସେମିତିରେ କହିବାକୁ ଗଲେ ତ ଏହି ପ୍ରକ୍ରିୟା ଆପଣଙ୍କୁ ହୁଏତ ଜଣାଥିବ ନିଶ୍ଚୟ କିନ୍ତୁ ଯଦି ଆପଣଙ୍କୁ ଏସଂପର୍କରେ ଜଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏହାର ବ୍ୟବହାର ସଂପର୍କରେ ଜଣାଇବାକୁ ଯାଉଛୁ । ତେଣୁ ଏଥିପାଇଁ ସର୍ବ ପ୍ରଥମେ ଆପଣଙ୍କୁ ପେଟିଏମରେ ନିଜର ଏକ ଆକାଉଂଟ ଖୋଲିବାକୁ ପଡିବ ଏବଂ ପେଟିଏମ ୱାଲେଟରେ ଟଙ୍କା ରହିଥିବା ଜରୁରୀ । ଯଦି ଆପଣଙ୍କର ପେଟିଏମ ଆକାଉଂଟରେ ଟଙ୍କା ନାହିଁ ତେବେ ଆପଣଙ୍କୁ ପ୍ରଥମେ ଏଥିରେ ଟଙ୍କା ଜମା କରିବାକୁ ପଡିବ ।
ଜାଣନ୍ତୁ କିପରି କରିବେ ପେଟିଏମରୁ ଟଙ୍କା ଟ୍ରାନ୍ସଫର
• ପ୍ରଥମେ ପେଟିଏମ ଆପକୁ ଓପନ କରନ୍ତୁ ।
• ଏଠାରେ ସର୍ବଶୀର୍ଷରେ ଆଡ ମନିର ବିକଳ୍ପ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।
• ଏବେ ଆପଣ ଯେତେ ପରିମାଣର ଟଙ୍କା ୱାଲେଟରେ ଆଡ କରିବାକୁ ଚାହିଁବେ ଏଂଟର କରିପାରିବେ ।
• ଏହାପରେ ଆଡ ମନି ରେ କ୍ଲିକ୍ କରିବାକୁ ପଡିବ ।
• ଏଠାରୁ କ୍ରେଡିଟ୍ କିମ୍ବା ଡେଭିଟ୍ କାର୍ଡ ଡିଟେଲ୍ସ ଏଂଟର କରିବା ପରେ ଆପଣ ଆପଣଙ୍କର ୱାଲେଟରେ ଟଙ୍କା ଆଡ କରିପାରିବେ ।
• ଏହାପରେ ଆପଣଙ୍କୁ ପୁଣିଥରେ ପେଟିଏମର ମୁଖ୍ୟ ପେଜକୁ ଫେରିବାକୁ ପଡିବ ଏବଂ ସେଠାରେ ଆପଣଙ୍କୁ ସବୁଠାରୁ ଉପରେ ମନି ଟ୍ରାନ୍ସଫରର ବିକଳ୍ପ ନଜର ଆସିବ ଆଉ ସେଠାରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।
• ସେଠାରେ ଆପଣଙ୍କୁ ପଚରା ଯିବ କି ଆପଣ ପେଟିଏମ ୱାଲେଟରୁ କେତେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି କିମ୍ବା ବ୍ୟାଙ୍କ ଆକାଉଂଟରେ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ସେଠାରେ ଆପଣଙ୍କୁ ଟୁ ବ୍ୟାଙ୍କ ଉପରେ କ୍ଲିକ୍ କରିବାକୁ ପଡିବ ।
• ଏହାପରେ ଆପଣ ଯେଉଁ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ସେହି ଆକାଉଂଟର ନମ୍ବର ଦେବାକୁ କହିବ । ଏହାକୁ ଏଂଟର କରିବା ପରେ ଆପଣଙ୍କୁ ପ୍ରୋସେସଡ ଉପରେ କ୍ଲିକ୍ କରିବାକୁ ପଡିବ ।
• ଏଠାରୁ ପେଟିଏମ ୱାଲେଟ ସିଲେକ୍ଟ କରି ଟଙ୍କା ଟ୍ରାନ୍ସଫର କରାଯାଇପାରିବ ।
ଧ୍ୟାନ ରଖିବେ କି ପେଟିଏମରୁ ବ୍ୟାଙ୍କ ଆକାଉଂଟରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ କିଛି ଅତିରିକ୍ତ ଚାର୍ଜ ମଧ୍ୟ ଦେବାକୁ ପଡିଥାଏ ।
ସୌଜନ୍ୟ: ଦୈନିକ ଜାଗରଣ