ମାତ୍ର ୪ଟି ସୋପାନରେ ରିକଭର କରିପାରିବେ ସ୍ମାର୍ଟଫୋନରୁ ଡିଲିଟ୍ ହୋଇଯାଇଥିବା ଫଟୋ

Advertisment
ମାତ୍ର ୪ଟି ସୋପାନରେ ରିକଭର କରିପାରିବେ ସ୍ମାର୍ଟଫୋନରୁ ଡିଲିଟ୍ ହୋଇଯାଇଥିବା ଫଟୋ

Source: assets.nydailynews.com

ଆଜି କାଲି ଅଧିକାଂଶ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଡକ୍ୟୁମେଂଟ୍, ଫଟୋ ଏବଂ ଅନେକ ଭିଡିଓ ଆଦି ସେଭ ରଖିଥାନ୍ତି । ହେଲେ ଅନେକ ସମୟରେ ଏଭଳି ଘଟିଥାଏ କି ଆମର ଭୁଲ ପାଇଁ ହେଉ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ହେଉ ମୋବାଇଲରେ ସେଭ ରଖିଥିବା ସମସ୍ତ ଡାଟା ଡିଲିଟ୍ ହୋଇଯାଇଥାଏ । ଅନେକ ୟୁଜର୍ସଙ୍କୁ ଏକଥା ବି ଜଣା ନଥାଏ କି ଡିଲିଟ୍ ହୋଇଯାଇଥିବା ଏହି ଡାଟାକୁ ମଧ୍ୟ ପୁଣି ଥରେ ରିକଭର କରାଯାଇପାରିବ ।

publive-imageଏଠାରେ ଆମେ କହି ରଖୁଛୁ କି, ଡିଲିଟ୍ ହୋଇଯାଇଥିବା ଏହି ଫଟୋଗୁଡିକୁ ମଧ୍ୟ ରିକଭରି କରିବା ଯଦିଓ କଷ୍ଟକର ହୋଇଥାଏ, ହେଲେ ଅସମ୍ଭବ ମଧ୍ୟ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଡିଲିଟ୍ ହୋଇଯାଇଥବା ଫଟୋକୁ ରିକଭର କରାଯାଇ ପାରବ ।ଯଦି ଆପଣଙ୍କ ମୋବାଇଲରୁ ଡାଟା ଡିଲିଟ୍ ହୋଇଯାଇଥିବ ଏବଂ କୌଣସି ବ୍ୟାକଅପ ବି ସେଭ ନଥିବ ତେବେ ଏସଫ୍ଟିଚ ଫଟୋ ରିକଭରି ସଫ୍ଟୱେର ଜରିଆରେ ଆପଣ ଆପଣଙ୍କର ଡାଟାକୁ ରିକଭର କରିପାରିବେ । ଏହି ସଫ୍ଟୱେର ଆପଣଙ୍କୁ ସହଜରେ ଇଂଟରନେଟରେ ମିଳିଯିବ ।

କିପରି କରିବେ ବ୍ୟବହାର

• ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ କମ୍ପ୍ୟୁଟରରେ ଏସଫ୍ଟିଚ ଫଟୋ ରିକଭରି ସଫ୍ଟୱେରକୁ ଇନଷ୍ଟଲ କରିବାକୁ ପଡିବ ।

• ଏହାପରେ ଯଦି ଆପଣଙ୍କୁ ମେମୋରି କାର୍ଡରୁ ଡାଟା ରିକଭର କରିବାକୁ ଅଛି ତେବେ କାର୍ଡକୁ ପିସିରେ ଇଂସର୍ଟ କରନ୍ତୁpublive-image ଏବଂ ଯଦି ଫୋନରୁ ରିକଭର କରିବାରେ ଅଛି ତେବେ ୟୁଏସବି କେବୁଲ ଜରିଆରେ ଫୋନକୁ କମ୍ପ୍ୟୁଟରରେ କନେକ୍ଟ କରନ୍ତୁ ।

• ଏହାପରେ ସଫ୍ଟୱେରକୁ ଓପନ କରନ୍ତୁ । ଫୋନ କିମ୍ବା ମେମୋରି କାର୍ଡକୁ କନେକ୍ଟ କରିବା ପରେ ସ୍କ୍ରିନରେ ଯାହା ବି ନୁଆ ଡ୍ରାଇଭ ନଜର ଆସିବ ତାକୁ ସିଲେକ୍ଟ କରନ୍ତୁ ।

• ଏବେ ଆପଣଙ୍କୁ ଏକ ସ୍କାନର ଅପସନ ନଜର ଆସିବ ଯାହାକୁ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । ଏହାକୁ କ୍ଲିକ କରିବା କ୍ଷଣି ହିଁ ଆପଣଙ୍କର ଡିଲିଟ୍ ହୋଇଥିବା ଫାଇଲ ରିକଭର ହୋଇଯିବ । ଯାହାକୁ ଆପଣ ସେଭ ମଧ୍ୟ କରିପାରିବେ । ଏହି ସଫ୍ଟୱେର  ବ୍ୟତୀତ ମଧ୍ୟ ଅନେକ ସଫ୍ଟୱେର ବା ତରିକା ରହିଛି ଯାହା ସହାୟତାରେ ଡିଲିଟ୍ ହୋଇଯାଇଥିବା ଡାଟାକୁ ରିକଭର କରାଯାଇ ପାରିବ ।

 ସୌଜନ୍ୟ: ଦୈନିକ ଜାଗରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe