ଡ୍ରାଇଭିଂ ଲାଇସେନ୍ସ କରିନାହାଁନ୍ତି କି? ତେବେ ଘରେ ବସି ପ୍ରସ୍ତୁତ କରିପାରିବେ ନିଜ ଡିଏଲ, ପକେଟରୁ ଖର୍ଚ୍ଚ ହେବ ମାତ୍ର ୩୫୦ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

112

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଅପରିହାର‌୍ୟ୍ୟ । କାରଣ ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ ମୋଟା ରକମର ଫାଇନ ମଧ୍ୟ ଦେବାକୁ ପଡିଥାଏ । ତେଣୁ ଏହିସବୁ ସମସ୍ୟାରୁ ଦୂରରେ ରହିବା ପାଇଁ ଯଦି ଚାହୁଁଛନ୍ତି ତେବେ ତୁରନ୍ତ ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇଦିଅନ୍ତୁ । ସେହିପରି ଡିଏଲ ବନାଇବା ମଧ୍ୟ ପୂର୍ବପେକ୍ଷା ଆହୁରୀ ସହଜ ହୋଇପଡିଛି । କାହିଁକି ନା ପୂର୍ବରୁ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ବାରମ୍ବାର ଡିଏଲ ଅଫିସର ଚକ୍କର କାଟିବାକୁ ପଡୁଥିଲା କିନ୍ତୁ ଏବେ ଏହି କାମ ଆପଣ ଘରେ ବସି ବି କରିପାରିବେ ।ବଡ କଥା ହେଲା ଏଥିପାଇଁ ଆପଣଙ୍କର ଖର୍ଚ୍ଚ ହେବ ମାତ୍ର ୩୫୦ ଟଙ୍କା । ତେବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା

ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ପରିବହନ ମନ୍ତ୍ରାଳୟର ଆଧିକାରୀକ ୱେବଲାଇଟ୍ ତଥା ଜିଓଭି ଡଟ୍ ଇନକୁ ଯାଇ ଲଗଇନ କରିବାକୁ ହେବ । ଏହାପରେ ଆପଣଙ୍କୁ ଏଠାରେ ଆପ୍ଲାଏ ଡ୍ରାଇଭିଂ ଲାଇସେନ୍ସର ଅପସନ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ । ଏହାପରେ ଏଠାରେ ଏକ ପେଜ ଓପନ ହୋଇଯିବ । ଯେଉଁଥିରେ ଆପଣଙ୍କୁ ଆପଣଙ୍କର ତଥ୍ୟ ସଠିକ୍ ସଠିକ୍ ଭରିବାକୁ ହେବ । ଏଠାରେ ଆମେ କହି ରଖୁଛୁ କି, ଏଥିପାଇଁ ଆପଣଙ୍କ ନିକଟରେ ଦଶମ ଶ୍ରେଣୀର ମାର୍କସିଟ କିମ୍ବା ଆଧାର କାର୍ଡ ଥିବା ନିହାତି ଜରୁରୀ ।

ଫର୍ମ ଭରିବା ପରେ ଆପଣଙ୍କୁ ୩୫୦ ଟଙ୍କା ପେମେଂଟ କରିବାକୁ ହେବ । ଯାହାପରେ ଆପଣଙ୍କ ଫୋନରେ ଓଟିପି ତରଫରୁ ଏକ କନଫର୍ମେସନ ମେସେଜ ପଠାଯିବ ଏବଂ ଏହାପରେ ଆପଣଙ୍କୁ ଆରଟିଓ ତରଫରଏକ ଡେଟ୍ ମେସେଜ ମିଳିବ । ଯେଉଁଥିରେ ଆପଣଙ୍କୁ କେବେ ଟେଷ୍ଟ ଦେବାକୁ ପଡିବ ସେ ନେଇ ଦର୍ଶା ଯାଇଥିବ । ତେବେ ଟେଷ୍ଟ ଦେବାର ମାତ୍ର ୧୫ ଦିନ ଭିତରେ ହିଁ ଆପଣ ଦେଇଥିବା ଠିକଣାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ପଠାଇ ଦିଆଯିବ ।