ଏଣିକି ଆଧାର ନଥିଲେ ଚଲାଇ ପାରିବେନି ଗାଡ଼ି ! ଜାଣନ୍ତୁ ଘରେ ବସି କିଭଳି କରିବେ ନିଜ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର ନମ୍ବର ଲିଙ୍କ

Advertisment
ଏଣିକି ଆଧାର ନଥିଲେ ଚଲାଇ ପାରିବେନି ଗାଡ଼ି ! ଜାଣନ୍ତୁ ଘରେ ବସି କିଭଳି କରିବେ ନିଜ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର ନମ୍ବର ଲିଙ୍କ

Source: ste.india.com

ଆଧାର ବିନା ବର୍ତ୍ତମାନ ସବୁ ଅଚଳ । ଆଧାର କାର୍ଡକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିବା ପରେ ପରେ ଏବେ ଆଧାର ବିନା ସବୁ କାର୍ଯ୍ୟ ଯେପରି ଅଚଳ ହୋଇପଡିଛି ଆଉ ପୁଣି ଏଥିରେ ସାମିଲ ହୋଇ ଯାଇଛି ଡ୍ରାଇଭିଂ ଲାଇସେନ୍ସ । ଅର୍ଥାତ୍ ଏଣିକି ଆଧାରକୁ ଡ୍ରାଇଭିଂ ଲାଇସେନ୍ସ ସହ ସଂଯୋଗ କରିବା ଏକpublive-imageପ୍ରକାରେ ଅନିବାର୍ଯ୍ୟ କରିଦିଆଯାଇଛି । ସୂଚନା ମୁତାବକ, କିଛିଦିନ ତଳେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଏନେଇ ଟ୍ରାନ୍ସପୋର୍ଟ ମିନିଷ୍ଟ୍ରି ସହ ଆଲୋଚନା ଜାରି ରହିଛି ତେବେ ଉଭୟ ଦସ୍ତାବିଜକୁ କିଭଳି ଲିଙ୍କ କରାଯିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ଚାଲିଛି ।

ଶୁଣିବାକୁ ମିଳିଛି କି, ଆଧାର-ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୋଗ କରିବା ପ୍ରକ୍ରିୟା ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆପଣ କିଭଳି ନିଜ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିପାରିବେ ।

ଆଧାରକୁ ଡ୍ରାଇଭିଂ ଲାଇସେନ୍ସ କିପରି କରିବେ ଲିଙ୍କ

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏବେ ସମସ୍ତ ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟରେ ଆଧାର ନମ୍ବରକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବା ନେଇ ସୁବିଧା ଉପଲବ୍ଧ କରାଯିବ ।

• ଆଧାର ନମ୍ବରକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବା ନେଇ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆପଣ ରହୁଥିବା ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟକୁ ଯିବାକୁ ପଡିବ ।

• ଏହାପରେ ସେଠାରେ ଉଲ୍ଲେଖ ଥିବା ‘ଆଧାର ନମ୍ବର ଏଂଟ୍ରି’ ଉପରେ କ୍ଲିକ୍ କରିବାକୁ ପଡିବ ।

publive-image• ଏହାପରେ ସେଠାରେ ଦର୍ଶାଯାଇଥିବା ‘ରେଜିଷ୍ଟ୍ରେସନ ନମ୍ବର’ ବା ‘ଲାଇସେନ୍ସ ଆଧାର’ରେ ‘ସର୍ଚ୍ଚ ଏଲିମେଂଟ୍’ ଅପସନକୁ ସିଲେକ୍ଟ କରିବାକୁ ପଡିବ ଏବଂ ସେଠାରେ ଆପଣଙ୍କର ରେଜିଷ୍ଟ୍ରେସନ ବା ଲାଇସେନ୍ସ ନମ୍ବରକୁ ଦାଖଲ କରିବାକୁ ପଡିବ ।

• ଏହାପରେ ‘ଗେଟ୍ ଡିଟେଲ୍ସ’ ଆଇକନ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । କ୍ଲିକ୍ କରିବା କ୍ଷଣି ସେଠାରେ ଆପଣଙ୍କୁ ଆପଣଙ୍କର ଗାଡିର ସମସ୍ତ ତଥ୍ୟ ନଜର ଆସିବ ।

• ତେବେ ଏହାର ଠିକ୍ ତଳ ଭାଗକୁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବରର ‘କଲମ’ ନଜର ଆସିବ ।

• ଏହାପରେ ସେଠାରେ ଆପଣଙ୍କୁ ଆପଣଙ୍କର ମୋବାଇଲ ନମ୍ବର ସହିତ ‘୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର’ ଦାଖଲ କରିବାକୁ ପଡିବ ।

• ଶେଷରେ ‘ସବମିଟ୍ ବଟନ’ ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲକୁ ଏକ କନଫର୍ମମେସନ ମେସେଜ ଆସିବ । ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଆଧାର କାର୍ଡ ସହିତ ସଂଯୋଗ ହୋଇଯାଇଛି  ।

ସୌଜନ୍ୟ: ଦୈନିକ ଜାଗରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe