ମାତ୍ର ଗୋଟିଏ କ୍ଲିକରେ ଜାଣନ୍ତୁ, ଆପଣଙ୍କ ଖାତାକୁ କେବେ ଆଉ କେତେ ଆସୁଛି ଗ୍ୟାସ ସବସିଡ ?

65

ଇନ୍ଧନ ଗ୍ୟାସ ଉପରେ ମିଳୁଥିବା ସବସିଡ ସଂପର୍କରେ ତ ଆପଣଙ୍କୁ ନିଶ୍ଚୟ ଜ୍ଞାନ ଥିବ । ଏହି ଯୋଜନା ଆଧାରରେ ସିଲିଣ୍ଡର ଉପରେ ସବସିଡ ବାବଦକୁ ଟଙ୍କା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଚାଲି ଆସିଥାଏ । ହେଲେ ସମସ୍ୟା ସେତେବଳେ ସସୃଷ୍ଟି ହୋଇଥାଏ ଯେତେବେଳେ ଆମକୁ ଜଣା ପଡିନଥାଏ କି ଆକାଉଟଂରେ ଟଙ୍କା ଆସିଛି କି ନାହିଁ ଆଉ ଯଦି ବି ଆସିଛି ତ କେତେ ଆସୁଛି ? ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଜଣାଇବୁ, ଯାହାଦ୍ୱାରା ଆପଣ ଘରେ ବସି ଆପଣଙ୍କ ମୋବାଇଲ ଫୋନ ଜରିଆରେ ଜାଣିପାରିବେ କି ଆପଣଙ୍କ ଆକାଉଂଟରେ କେତେ ଏବଂ କେବେ ସବସିଡ ଟଙ୍କା ଆସିଛି । ତେବେ ପଢନ୍ତୁ ପୂରା ଖବର . . .
• ସର୍ବ ପ୍ରଥମେ ଆପଣଙ୍କୁ www.mylpg.inକୁ ଯିବାକୁ ହେବ ।

• ଏଠାରେ ଆପଣଙ୍କୁ ଗ୍ୟାସ କଂପାନୀମାନଙ୍କର ନାଁ ନଜର ଆସିବ ଆଉ ଏମାନଙ୍କ ମଧ୍ୟରୁ ଆପଣଙ୍କୁ, ଆପଣ ବ୍ୟବହାର କରୁଥିବା ଗ୍ୟାସ ତଥା ସର୍ଭିସ ପ୍ରୋଭାଇଡରଙ୍କ ନାଁ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ ଏଲପିଜି ଆଇଡି ଏବଂ ରେଜଷ୍ଟର୍ଡ ମୋବାଇଲ ନମ୍ବର ଦେବାକୁ କୁହାଯିବ । ଯାହାକୁ ଆପଣଙ୍କୁ ଏଠାରେ ଦେବାକୁ ପଡିବ ।

• ଏହାପରେ ଆପଣ ‘ଓକେ’ କରିବା ଦ୍ୱାରା ଆପଣଙ୍କୁ ସବସିଡର ପୂରା ଡିଟେଲ୍ସ ମିଳିଯିବ ।

• ଏଥିରେ ଆପଣଙ୍କୁ କେବେ ଏବଂ କେତେ ପରିମାଣର ଅର୍ଥ ରାଶି ସବସିଡ ବାବଦକୁ ମିଳିଛି ସେ ନେଇ ସମସ୍ତ ତଥ୍ୟ ମିଳିଯିବ ।

• ସେହିପରି ଯଦି ଆପଣଙ୍କ ଆକାଉଂଟରେ ସବସିଡ ଟଙ୍କା ଆସୁନାହିଁ ତେବେ ଆପଣ ‘ଫିଡବ୍ୟାକ’ ବାଲା ବଟନ ଉପରେ କ୍ଲିକ୍ କରି ନିଜର ଅଭିଯୋଗ ଜଣାଇପାରିବେ ।

• ଯଦି ଆପଣ ଆପଣଙ୍କର ଏଲପିଜି ଆଇଡିକୁ ଆକାଉଂଟ ସହ ଲିଙ୍କ କରିନାହାଁନ୍ତି ତେବେ ଆପଣ ଡିଷ୍ଟ୍ରିବ୍ୟୁଟରଙ୍କ ସହ ମିଶି ଏହି ସମସ୍ୟାର ସମାଧାନ କରିପାରିବେ । ଏଥିସହିତ ହିଁ ଆପଣ ୧୮୦୦୨୩୩୩୫୫୫ ନମ୍ବରରେ ମାଗଣାରେ କଲ କରି ନିଜର ଅଭିଯୋଗ ଜଣାଇପାରିବେ ।