ଆପଣଙ୍କର ସ୍ମାର୍ଟଫୋନର ଆୟୁଷ କେତେ ଦିନ ? ଜାଣିବା ପାଇଁ ବ୍ୟବହାର କରନ୍ତୁ ଏହି ଗୋଟିଏ କୋଡ

50

ସାଧାରଣତଃ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଫୋନର ବ୍ୟାଟେରୀକୁ ନେଇ ଅଧିକାଂଶ ସମୟରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏା ଯେଉଁଥିପାଇଁ କି ସେମାନଙ୍କୁୂ ବାରମ୍ବାର ସର୍ଭିସ ସେଂଟରକୁ ମଧ୍ୟ ଦୌଡିବାକୁ ପଡିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ  ଯାହା ଦ୍ୱାରା ଆପଣଙ୍କୁ ଆଉ ସର୍ଭିସ ସେଂଟର ଦୌଡିବାକୁ ପଡିବ ନାହିଁ । । ଅର୍ଥାତ୍ ଏହି ଟ୍ରିକ୍ ଜରିଆରେ ବ୍ୟବହାରକାରୀ ଘରେ ବସି ହିଁ ମୋବାଇଲର ବ୍ୟାଟେରୀର ସମସ୍ୟାକୁ ନେଇ କୌଣସି ବି କାରଣ ସପର୍କରେ ଜାଣିପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

• ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କର ଫୋନରୁ ଷ୍ଟାର ହ୍ୟାସ୍ ଷ୍ଟାର ହ୍ୟାସ୍ ୪୬୩୬ ହ୍ୟାସ ଷ୍ଟାର ହ୍ୟାସ ଷ୍ଟାର ନମ୍ବର ଡାଏଲ କରିବାକୁ ପଡିବ ।

• ଏପରି କରିବା ପରେ ଏଥିରେ ଆପଣଙ୍କୁ କିଛି ତଥ୍ୟ ନଜର ଆସିବ । ଯାହାକି ଆପଣଙ୍କର ସ୍ମାର୍ଟଫୋନର ସ୍କ୍ରିନ ଉପରେ ଫ୍ଲାସ ଆଧାରରେ ନଜର ଆସିବ ।

• ଏହାଦ୍ୱାରା ଆପଣ ଚାର୍ଜିଂ, ବ୍ୟାଟେରୀ ସ୍କେଲ, ସିଗନାଲ ଷ୍ଟ୍ରେନଥ, ଜିପିଆରଏସ ସର୍ଭିସ, ରୋମିଂ, ନେଟୱାର୍କ ଟାଇପ, ଲୋକେସନ ସମ୍ବନ୍ଧିତ ତଥ୍ୟ ଆଦି ବିଷୟରେ ସହଜରେ ଜାଣି ପାରିବେ ।

• ଯଦି ଆପଣଙ୍କ ଫୋନରେ  ବ୍ୟାଟେରୀ ଜନିତ କୌଣସି ସମସ୍ୟା ରହିଛି ଏବଂ ଫୋନ ଶୀଘ୍ର ଡିସଚାର୍ଜ ହୋଇଯାଉଛି କିମ୍ବା ଫୋନ ଚାର୍ଜିଂ ସମୟରେ ଗରମ ହୋଇଯାଉଛି ତେବେ ଏହି କୋଡ ବ୍ୟବହାର କରି ଆପଣ ଏହାର କାରଣ ସଂପର୍କରେ ଜାଣି ପାରିବେ । ଏହାଦ୍ୱାରା ବ୍ୟବହାରକାରୀଙ୍କୁ ଆଉ ବାରମ୍ବାର ସର୍ଭିସ ସେଂଟର ଯିବାକୁ ପଡିବ ନାହିଁ ।

ଏହାବ୍ୟତୀତ ଆପଣ ନିମ୍ନରେ ଦର୍ଶାଯାଇଥିବା କିଛି ଟିପ୍ସ ଜରିଆରେ ଫୋନର ବ୍ୟାଟେରୀ ଲାଇଫକୁ ବଢାଇ ପାରିବେ ।

ଫୋନର ଭାଇବ୍ରେସନ ମୋଡକୁ ବନ୍ଦ ରଖନ୍ତୁ 

ଅଧିକାଂଶ  ବ୍ୟବହାରକାରୀ ନିଜ ଫୋନକୁ ଭାଇବ୍ରେସନ ମୋଡରେ ରଖିବାକୁ ଅଧିକ ପସନ୍ଦ କରିଥାନ୍ତି । ଯାହାକି ଆଦୌ ଠିକ୍ ନୁହେଁ । କାରଣ ଏହାଦ୍ୱାରା ଅଧିକ ଚାର୍ଡ ସରିଥାଏ । ତେଣୁ ଯଦି ଆପଣ ଫୋନକୁ ଭାଇବ୍ରେସନ ମୋଡରେ ରଖୁଛନ୍ତି ତେବେ ଏହାକୁ ବି ଅଫ୍ କରି ରଖନ୍ତୁ । କାରଣ ଫୋନ ରିଂଗର ଅପେକ୍ଷା ଭାଇବ୍ରେସନ ମୋଡରେ ହିଁ ଅଧିକ ଚାର୍ଜ ସରିଥାଏ ।

ଫୋନରେ ରଖିଥିବା ୱାଲପେପର

ଯଦି ଆପଣଙ୍କର ଫୋନ ଏମୋଲେଡ ଡିସପ୍ଲେ ଲେସ ଅଟେ ତେବେ ଫୋନର ବ୍ୟାଟେରୀକୁ ବଂଚାଇବା ପାଇଁ ବ୍ଲାକ କଲର ୱାଲପେପରର ବ୍ୟବହାର କରନ୍ତୁ ।

ସୌଜନ୍ୟ: ଦୈନିକ ଜାଗରଣ