Xiaomi ଭାରତୀୟ ସ୍ମାର୍ଟଫୋନ ବଜାର ସେଗମେଂଟରେ ସଂପୂର୍ଣ୍ଣ ଭାବରେ କବଜା କରିସାରିଲାଣି । କଂପାନୀର ଦାବି ରହିଛି କି, ପ୍ରତ୍ୟେକ ୭ରୁ ୫ଟି ସ୍ମାର୍ଟଫୋନ Xiaomiର ରହିଛି । କଂପାନୀ ବର୍ତ୍ତମାନ ଏହି ଆକଳନକୁ ଆହୁରୀ ଆଗକୁ ବୃଦ୍ଧି କରିବାକୁ ଚାହୁଁଛି । ଯେଉଁଥିପାଇଁ କଂପାନୀ ସାରା ଦେଶରେ ଏମଆଇ ଷ୍ଟୋର ପାଇଁ ପ୍ରାଂଚାଇଜ ଦେବାକୁ ଘୋଷଣା କରିଛି । ଏଠାରେ ଆମେ କହି ରଖୁଛୁ କି, କଂପାନୀ ଆପଣଙ୍କୁ ବିନା କୌଣସି ଟଙ୍କାରେ ହିଁ ଫ୍ରାଂଚାଇଜ ଦେଉଛି । ତେବେ ଆସନ୍ତୁ ଜାଣିବା ଏମଆଇ ଷ୍ଟୋରର ଫ୍ରାଂଚାଇଜ ନେବା ପାଇଁ କଣ ରହିଛି କଣ କଣ କରିବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏମଆଇ ଷ୍ଟୋର ଖୋଲିବା ପାଇଁ କଣ ରହିଛି ସର୍ତ୍ତ
Xiaomi ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନଙ୍କ ସୂଚନା ମୁତାବକ, କଂପାନୀର ନୂଆ ସ୍ମାର୍ଟଫୋନ ରେଡମି ନୋଟ୍ ୬ ପ୍ରୋର ଲଂଚି ଗୁରୁବାର ଦିନ ହୋଇଛି । ଆଉ ଏହି ଅବସରରେ ଏମଆଇ ଷ୍ଟୋରର ଫ୍ରାଂଚାଇଜ ସଂପର୍କରେ ଘୋଷଣା କରିଛନ୍ତି କଂପାନୀର ମ୍ୟାନେଜିଂ ଡାଇରେକ୍ଟର । ସେ କହିଛନ୍ତି କି, ଯଦି ଆପଣ ଆପଣଙ୍କର ଗାଁରେ କିମ୍ବା ସହରରେ କୌଣସି ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ ଫର୍ମ ଭରିବାକୁ ପଡିବ । ଏହିକ୍ରମରେ ଦେଶର କୌଣସି ବି ସାଧାରଣ ବ୍ୟକ୍ତି ନିଜ ଗାଁରେ ଏମଆଇ ଷ୍ଟୋର ଖୋଲିପାରିବେ । ମନୁ ଜୈନ ଆହୁରୀ ମଧ୍ୟ କହିଛନ୍ତି କି, ଯଦି ଆପଣଙ୍କ ନିକଟରେ ଫ୍ରାଂଚାଇଜ ନେବା ପାଇଁ ଟଙ୍କା ନାହିଁ ତେବେ ଖୋଦ କଂପାନୀ ବି ଆପଣଙ୍କୁ ଷ୍ଟୋର ଖୋଲିବାକୁ ଟଙ୍କା ସହାୟତା କରିବ ।
ଫ୍ରାଂଚାଇଜ ପାଇଁ କେଉଁଠି ମିଳିବ ଫର୍ମ
ଏହି ସବୁ ସର୍ତ୍ତକୁ ଜାଣିବା ପରେ ଯଦି ଆପଣ ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ ଏମଆଇ ଷ୍ଟୋରର ଆଧିକାରୀକ ୱେବସାଇଟ https://in.event.mi.com/in/apply/mistoreapplicationformକୁ ଯାଇ ଏକ ଫର୍ମ ଭରିବାକୁ ହେବ । ଯେଉଁଥିରେ ଆପଣଙ୍କୁ ଷ୍ଟୋର ଖୋଲିବାର ସ୍ଥାନ ସମେତ ଅନ୍ୟାନ୍ୟ ସୂଚନା ସବୁ ଦେବାକୁ ହେବ । ଏହାପରେ ଆପଣଙ୍କ ନାଁର ଲିଷ୍ଟିଂ କଂପାନୀର ରେକର୍ଡରେ ରହିଯିବ । ଯଦି କଂପାନୀକୁ ଆପଣଙ୍କର ଲୋକେସନ ପସନ୍ଦ ଆସିବ ତେବେ ଆପଣଙ୍କୁ ଫ୍ରାଂଚାଇଜ ମିଳିବ ।