ଆପଣ ବ୍ୟବହାର କରୁଥିବା ସିମ୍ କାର୍ଡଟି କେତେ ସୁରକ୍ଷିତ ? ମାତ୍ର ୩ଟି ତରିକାରେ ଜାଣନ୍ତୁ ଏସଂପର୍କିତ ସମସ୍ତ ତଥ୍ୟ

42

ମିଛ ପ୍ରମାଣପତ୍ରରେ ସିମ କାର୍ଡ କିଣା-ବିକାକୁ ନେଇ ଏଯାବତ୍ ଅନେକ ମାମଲା ସାମ୍ନାକୁ ଆସିସାରିଛି । ଯଦି ଆପଣ ବି ନୂଆ ସିମ କିଣିଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି କି ଆପଣ କିଣିଥିବା ସିମଟି କାହା ନାଁରେ ରେଜିଷ୍ଟର ରହିଛି ତେବେ ଏହାକୁ ଜାଣିବାର ତରିକା ଖୁବ୍ ସହଜ ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମାତ୍ର ୩ଟି ସୋପାନରେ ଆପଣଙ୍କୁ ଏସଂପର୍କରେ ସମସ୍ତ ସୂଚନା ମିଳିପାରେ । ଅନେକ ସମୟରେ ଏଭଳି ହୋଇଥାଏ କି ଦୋକାନୀ କୌଣସି ବି ନମ୍ବରରେ ଅନ୍ୟ କାହାର ଆଇଡି ଲଗାଇଦେଇଥାନ୍ତି । ଯାହାଦ୍ୱାରା କି ଭବିଷ୍ୟତରେ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣ ବ୍ୟବହାର କରୁଥିବା ସିମଟି କାହା ନାଁରେ ରେଜିଷ୍ଟର ହୋଇଛି ।

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଥିପାଇଁ ଆପଣଙ୍କ ନିକଟରେ ସ୍ମାର୍ଟଫୋନ ଥିବା ଆବଶ୍ୟକ । କାରଣ ଏହାର ଠିକଣା ଏକ ମୋବାଇଲ ଆପରୁ ହିଁ ଲଗାଯାଇଥାଏ । ଏହାର ଠିକଣା ସେହି କଂପାନୀର ମୋବାଇଲ ଆପରେ ଲଗାଯାଇପାରିବ । ଯାହାର ନମ୍ବର ଆପଣ ବ୍ୟବହାର କରୁଛନ୍ତି । ଆଇଡିଆ, ଏୟାରଟେଲ, ଭୋଡାଫୋନ, ଟୋକୋମୋ ଇତ୍ୟାଦିଙ୍କର ଆପ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଯାହାକୁ ଆପଣ ମାଗଣାରେ ଡାଉନଲୋଡ କରିପାରିବେ । ଏସବୁଥିରେ ସିମ୍ ମାଲିକଙ୍କର ନାଁ ଜାଣିବା ପାଇଁ ପ୍ରକ୍ରିୟା ପ୍ରାୟତଃ ସମାନ । ତେବେ ଏଠାରେ ଆମେ ଆପଣଙ୍କୁ ଏୟାରଟେଲର ସିମ୍ ମାଲିକଙ୍କର ନାଁ ଜାଣିବା ପାଇଁ ଉପାୟ ଜଣାଇବାକୁ ଯାଉଛୁ ।

ବ୍ୟବହାର କରିବାର ପ୍ରକ୍ରିୟା

• ପ୍ଲେ ଷ୍ଟୋରକୁ ଯାଇ ସର୍ବ ପ୍ରଥମେ ମାଇ ଏୟାରଟେଲ ଆପକୁ ଡାଉନଲୋଡ କରନ୍ତୁ ।

• ଆପ ଡାଉନଲୋଡ କରିବା ପରେ ଆପଣଙ୍କୁ କିଛି ପର୍ମିସନ ପାଇଁ କୁହାଯିବ ।

• ଯେତେବେଳେ ଆପଟିକୁ ଇନଷ୍ଟଲ ହେବା ପାଇଁ ପର୍ମିସନ ମାଗିବ ସେତେବେଳେ ତାକୁ ‘ଆଲାଓ’ କରିଦେବେ ।

• ଆପଟି ଆପଣଙ୍କ ମୋବାଇଲରେ ‘ଇନଷ୍ଟଲ’ ହୋଇଯିବା ପରେ ସେଥିରେ ଆପଣଙ୍କ ମୋବାଇଲ ନମ୍ବରକୁ ଦେବାକୁ ପଡିବ ।

• ଆଉ ଯେମିତି ଆପଣ ଆପଣଙ୍କର ମୋବାଇଲ ନମ୍ବରଟିକୁ ସେଠାରେ ଟାଇପ କରିବେ, ସେହି ସମୟରେ ଏକ ‘ଓଟିପି କୋର୍ଡ’ ଆପଣଙ୍କ ଫୋନକୁ ଆସିଯିବ ।

• ଯାହାକୁ ଆପଣଙ୍କୁ ସେଠାରେ ତୁରନ୍ତ ଦେବାକୁ ପଡିବ । ଏପରି କରିବା ପରେ ଆପଣଙ୍କର ଏକ ଆକାଉଂଟ ସେଠାରେ ଖୋଲି ଯିବ ।

• ଏବେ ‘ମାଇ ଏୟାରଟେଲ’ ଆପର ସବୁଠାରୁ ଶୀର୍ଷ ତାଲିକାର କୋଣରେ ତିନୋଟି ଲାଇନ ନଜର ଆସିବ, ଯାହାକି ଆପଣଙ୍କର ପ୍ରୋଫାଇଲ ଅଟେ ।

• ଯେତେବେଳେ ଆପଣ ଆପଣଙ୍କର ଏହି ପ୍ରୋଫାଇଲକୁ ଖୋଲିବେ ସେତେବେଳେ ଯାହା ନାମରେ ନମ୍ବରଟି ରେଜିଷ୍ଟର ଥିବ ତାର ନାଁ ସେଠାରେ ନଜର ଆସିବ ।

ସୌଜନ୍ୟ- ଜନସତ୍ତା