ଫୋନରେ ଆସୁଥିବା ଅଜଣା ନମ୍ବର ସଂପର୍କରେ ଜାଣିବେ କିପରି ? ବ୍ୟବହାର କରନ୍ତୁ ଏହି ୩ଟି ସହଜ ଉପାୟ

ଫୋନରେ ଆସୁଥିବା ଅଜଣା ନମ୍ବର ସଂପର୍କରେ ଜାଣିବେ କିପରି ? ବ୍ୟବହାର କରନ୍ତୁ ଏହି ୩ଟି ସହଜ ଉପାୟ

Source: dainak jagaran

ଅଧିକାଂଶ ସମୟରେ ଏମିତି ହୋଇଥାଏ କି ଯେତେବେଳେ ଆପଣଙ୍କ ମୋବାଇଲରେ କୌଣସି ଅଜଣା ନମ୍ବରର କଲ କିମ୍ବା ମିସକଲ ଆସିଥାଏ ହେଲେ ବିନା କଥାରେ କଲଟି କଟିଯାଏ ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ନମ୍ବରଟିକୁ ନେଇ ଅନେକ ପ୍ରଶ୍ନମାନ ଉଙ୍କି ମାରିଥାଏ । କିନ୍ତୁ ଆପଣଙ୍କର ଏହି ସମସ୍ୟାର ସମାଧାନ ଆମେ ଆଜିର ଏହି ରିପୋର୍ଟରେ ଜରିଆରେ ଦେବାକୁ ଯାଉଛୁ । ଏଠାରେ ଆମେ ଆପଣଙ୍କୁ ଜଣାଇବୁ କି କିଭଳି ଭାବେ ଆପଣ କୌଣସି ବି ଅଜଣା ମୋବାଇଲ ନମ୍ବରର ଡିଟେଲ୍ସକୁ ଅନଲାଇନ୍ ଜରିଆରେ ଅତି ସହଜରେ ଜାଣିପାରିବେ ।

ତେବେ ଏଥିପାଇଁ ମୁଖ୍ୟତଃ ତିନୋଟି ଉପାୟ ରହିଛି । ସେଗୁଡିକ ହେଲା ସୋସିଆଲ ମିଡିଆ ମେଟୱର୍କ ଜରିଆରେ,ସର୍ଚ୍ଚ ଇଂଜିନ ଜରିଆରେ ଏବଂ ଟ୍ରୁକଲର ଆପ ଜରିଆରେ ।

ସୋସିଆଲ ମିଡିଆ ନେଟୱର୍କ ଜରିଆରେ

ଅନେକ ଲୋକ ସୋସିଆଲ ମିଡିଆ ନେଟୱର୍କରେ ନିଜର ମୋବାଇଲ ନମ୍ବର ଦେଇଥାନ୍ତି । ଯାହାଦ୍ୱାରା କି ଆପଣ ସୋସିଆଲ ମିଡିଆ ଜରିଆରେ ଅତି ସହଜରେ କୌଣସି ବି ନମ୍ବର ସଂପର୍କରେ ଜାଣି ପାରିବେ । ନିଜର ସୋସିଆଲ ମିଡିଆ ଆକାଉଂଟକୁ ଯାଇ ଉକ୍ତ ବ୍ୟକ୍ତି ବିଶେଷଙ୍କର ନାଁ ସର୍ଚ୍ଚ କରନ୍ତୁ ଏବଂ ତାଙ୍କର ପ୍ରୋଫାଇଲ୍ କଂଟାକ୍ଟକୁ ଯାଇ ତାଙ୍କର ମୋବାଇଲ ନମ୍ବରକୁ ମଧ୍ୟ ଜାଣିପାରିବେ ।

ସର୍ଚ୍ଚ ଇଂଜିନ ଜରିଆରେ

ଆପଣ ସର୍ଚ୍ଚ ଇଂଜିନ ସହାୟତାରେ ବି କାହାର ବି ମୋବାଇଲ ନମ୍ବର ସଂପର୍କରେ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଗୁଗଲ ସର୍ଚ୍ଚରେ ସେହି ନମ୍ବରକୁ ଟାଇପ କରିବାକୁ ପଡିବ । ଏହାପରେ ନିଜର ପସନ୍ଦିଆ ୱେବସାଇଟକୁ ଚୟନ କରନ୍ତୁ । ଏବେ ଆପଣ ଯେଉଁ ମୋବାଇଲ ନମ୍ବରର ଲୋକେସନର ଡିଟେଲ୍ସ ସଂପର୍କରେ ଜାଣିବାକୁ ଚାହୁଁଥିବେ ସେହି ନମ୍ବରକୁ ସେଠାରେ ଦର୍ଶାଯାଇଥିବା ବକ୍ସରେ ଦାଖଲ କରନ୍ତୁ । ଧ୍ୟାନ ରଖିବେ କି ଏଠାରେ ଆପଣଙ୍କୁ କେବଳ ୧୦ ଡିଜିଟ ନମ୍ବର ଦେବାକୁ ପଡିବ । ଏହାପରେ ସର୍ଚ୍ଚରେ କ୍ଲିକ କରି ଆପଣ ସେହି ମୋବାଇଲ ନମ୍ବରର ଲୋକେସନ ଜାଣି ପାରିବେ ।

ଟ୍ରୁକଲର ଆପ ଜରିଆରେ

ମୋବାଇଲ ନମ୍ବର ସଂପର୍କିତ ସମସ୍ତ ସୂଚନା ଜାଣିବାକୁ ହେଲେ ଟ୍ରୁକଲର ଏଥିପାଇଁ ଉପଯୁକ୍ତ ଆପ ଅଟେ । ଯାହାର ଏବେ ବହୁଳ ମାତ୍ରାରେ ବ୍ୟବହାର ହେବାରେ ଲାଗିଛି । ଏହି ଆପ ସହାୟତାରେ ଆପଣ ମୋବାଇଲ ନମ୍ବରର ଲୋକେସନ ସହିତ ନାଁକୁ ମଧ୍ୟ ଜାଣିପାରିବେ । ଯଦିଓ ଅଧିକାଂଶ ସମୟରେ ଏଥିରେ ଭୁଲ ନାଁ ମଧ୍ୟ ନଜର ଆସିଥାଏ, ଏଥିସହିତ ଏହି ଆପ ଆପଣଙ୍କୁ ମୋବାଇଲ ଅପରେଟରଙ୍କର ବି ସୂଚନା ଦେଇଥାଏ । ଏହା ବ୍ୟତୀତ ଏଥିରେ କଲକୁ ବି ବ୍ଲକ୍ କରିବାର ସୁବିଧା ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe