ହଜିଯାଇଥିବା ସ୍ମାର୍ଟଫୋନକୁ ପାଇବେ କିପରି ? ଆପଣାନ୍ତୁ ଏହି ସହଜ ଉପାୟ

74

କ’ଣ ଆପଣ ଜାଣନ୍ତି କି ଆପଣ ହଜିଯାଇଥିବା ମୋବାଇଲ୍ ଫୋନ୍ଟି ଆପଣଙ୍କୁ ପୁଣିଥରେ ମିଳିପାରେ ବୋଲି ! ନାଇଁନା ! ତେବେ ଆଜି ଆମେ ଆପଣଙ୍କୁ ଏ ନେଇ କିଛି ଟିପ୍ସ ବିଷୟରେ କହିବୁ, ଯେଉଁ ଟିପ୍ସକୁ ଫଲୋ କରି ଆପଣ ପୁଣି ଥରେ ଆପଣଙ୍କର ସେଇ ହଜିଯାଇଥିବା ଫୋନଟିକୁ ପାଇପାରିବେ ।

ପ୍ରଥମ ସୋପାନ: ଏ ନେଇ ପ୍ରଥମେ ଆପଣଙ୍କୁ ‘ଗୁଗୁଲ୍’କୁ ଯିବାକୁ ପଡ଼ିବ ।ଏହାପରେ ଆପଣଙ୍କୁ ‘ଫାଇଣ୍ଡ୍ ମାଇଁ ଡ଼ିଭାଇସ୍’ବା ‘ଲୋକେଟ୍ ମାଇଁ ଫୋନ୍’ ଲେଖି ସର୍ଚ୍ଚ କରିବାକୁ ହେବ । ତେବେ ଏହାପରେ ଆପଣଙ୍କୁ ଏକ ‘ଗୁଗୁଲ୍ ଏଣ୍ଡ୍ରୋଏଡ଼୍ ଡ଼ିଭାଇସ୍ ମ୍ୟାନେଜର୍’ଦେଖିବାକୁ ମିଳିବ । ଯେଉଁଠାରେ କି ଆପଣଙ୍କୁ ଆପଣଙ୍କର ‘ଇ-ମେଲ୍’ ଆଇଡ଼ିକୁ ଲଗ୍ ଇନ୍ କରିବାକୁ ହେବ ।

ଦ୍ୱିତୀୟ ସୋପାନ: ଏହାପରେ ଆପଣଙ୍କୁ ସମସ୍ତ ସ୍ମାର୍ଟଫୋନ୍ ଆପଣଙ୍କ କଂପ୍ୟୁଟରର ସ୍କ୍ରିନରେ ଦେଖାଯିବାକୁ ଲାଗିବ। ତେବେ ଆପଣଙ୍କୁ ଏଠାରେ ଆପଣ ଯେଉଁଫୋନ୍ ପାଇଁ ଆପଣଙ୍କର ଆଇଡ଼ିକୁ ଲଗ୍ଅନ୍ କରିଥିଲେ,ସେହି ଡ଼ିଭାଇସକୁ ହିଁ ବାଛିବାକୁ ହେବ, ଯାହାକୁ ଆପଣ ଖୋଜିବାକୁ ଚାହୁଁଛନ୍ତି । ତେବେ ଏହାକୁ କ୍ଲିକ୍ କରିଲା ପରେ ଆପଣଙ୍କ ଫୋନ୍ରେ ଏକ ଲୋକେସନ୍ ଦେଖିବାକୁ ମିଳିବ । ଏଥି ସହିତ ଆପଣଙ୍କୁ ଏଠାରେ ଆହୁରି ୩ଟି ବିକଳ୍ପ ମଧ୍ୟ ପ୍ରଦର୍ଶିତ ହେବ- ରିଂଗ୍, ଲକ୍, ଇରେଜ୍ ।

ରିଙ୍ଗ୍ : ଯଦି ଆପଣ ଆପଣଙ୍କ ଫୋନଟିକୁ ଘର କିମ୍ବା ଅଫିସରେ ଛାଡ଼ିଦେଇ ଆସିଥିବେ ତ, ତେବେ ଆପଣଙ୍କୁ ରିଂଗ୍ ବିକଳ୍ପକୁ ବାଛିବାକୁ ପଡ଼ିବ। ଏହାପରେ ଆପଣଙ୍କ ଫୋନଟି ରିଂଗ୍ ହେବାକୁ ଲାଗିବ ।

ଲକ୍ : ଯଦି ଆପଣଙ୍କୁ ଲାଗୁଥାଏ କି ଅନ୍ୟ ଜଣେ କେହି ବ୍ୟକ୍ତି ଆପଣଙ୍କ ଫୋନ୍ଟି ବ୍ୟବହାର କରୁଛନ୍ତି ତ,ତେବେ ଆପଣ ଏଥିରେ ରହିଥିବା‘ଲକ୍ ଅପସନ୍’କୁ ଦବାନ୍ତୁ । ଏହାପରେ ଆପଣ ଆପଣଙ୍କ ଫୋନ୍ ପାଇଁ ନୂଆ ପାସଓ୍ଵାର୍ଡ଼ ଦିଅନ୍ତୁ । ଯାହାଫଳରେ କି ଆପଣଙ୍କ ଫୋନଟି ନୂତନ ପାସଓ୍ଵାର୍ଡ଼ ବ୍ୟତୀତ ଆଉ ଖୋଲିବ ନାହିଁ ।

ଇରେଜ୍ : ଆପଣ ସେତିକିବେଳେ ହିଁ ତୃତୀୟ ବିକଳ୍ପ ବା ‘ଇରେଜ୍’କୁ ବାଛନ୍ତୁ, ଯେତେବେଳେ କି ଆପଣଙ୍କ ଫୋନ୍ଟି ଆଉ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇଯିବେ। କାରଣ ଏହା କରିବା ପରେ ଆପଣଙ୍କ ଫୋନ୍ ମଧ୍ୟରେ ରହିଥିବା ସମସ୍ତ ଡ଼ାଟା ଡ଼ିଲିଟ୍ ହୋଇଯିବ ।

ଏଥିସହିତ ଆପଣ ଯଦି ମୋବାଇଲ୍ରେ ଏହି ଉପାୟକୁ ଆପଣେଇବା ପାଇଁ ଚାହୁଁଛଅଛନ୍ତି ତ, ତେବେ ଆପଣଙ୍କୁ ଫୋନ୍ରେ ରହିଥିବା ‘ଗୁଗୁଲ୍ ପ୍ଲେ ଷ୍ଟୋର୍’କୁ ଯାଇ ‘ଏଣ୍ଡ୍ରୋଏଡ଼୍ ଡ଼ିଭାଇସ୍ ମ୍ୟାନେଜର୍’କୁ ଡ଼ାଉନ୍ଲୋଡ଼୍ କରିବକୁ ପଡ଼ିବ । ଏହାପରେ ଆପଣଙ୍କୁ ଏହି ଆପ୍କୁ ଲଗଇନ୍ କରିବାକୁ ହେବ । ଏଥିସହିତ ଆପଣଙ୍କୁ ଗୁଗୁଲ୍ ଆକାଉଣ୍ଟରେ ଆପଣଙ୍କର ସଂପୂର୍ଣ୍ଣ ବିବରଣୀକୁ ଦେବାକୁ ପଡ଼ିବ । ଯାହା ଫଳରେ ଆପଣଙ୍କ ମୋବାଇଲ୍ ଫୋନଟି ଆପଣଙ୍କୁ ସେହିଭଳି ଭାବରେ ଅପସନ୍ ଦେଖାଇବ, ଯାହାକି କଂପ୍ୟୁଟରରେ ଦେଉଅଛି !