ଯଦି ଆପଣ ପେଶାରେ ଜଣେ ଚାକିରୀଆ ତେବେ ସାଧାରଣ କଥା କି ଆପଣ କରୁଥିବା ସଂସ୍ଥା ବା କଂପାନୀ ତରଫରୁ ଆପଣଙ୍କର ଗୋଟିଏ ପିଏଫ ଖାତା ନିଶ୍ଚୟ ଖୋଲିଯାଇଥିବ । ଯେଉଁ ଖାତାରେ ପ୍ରତିମାସ କଂପାନୀ ତରଫରୁ ଏକ ନିର୍ଧାରିତ ପ୍ରତିଶତର ଅର୍ଥରାଶି ଜମା କରାଯାଇଥାଏ । ଏହି ପିଏଫ ଖାତାକୁ ଏମ୍ଲୋଇ ପ୍ରୋଭିଡେଂଟ ଫଣ୍ଡ ତଥା ଇପିଏଫଓ ମଧ୍ୟ କୁହାଯାଇଥାଏ । ଏହି ଖାତାରେ ଆକାଉଂଟ ହୋଲଡରଙ୍କର ନାଁ, ମୋବାଇଲ ନମ୍ବର, ବାପାଙ୍କ ନାଁ ଏବଂ ୟୁଏଏନ ନମ୍ବର ଭଳି ଗୁରୁୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ । ଯଦି ଏଥି ମଧ୍ୟରୁ କୌଣସି ବି ତଥ୍ୟରେ କୌଣସି ପ୍ରକାରର ଭୁଲ ରହିଯାଏ ତେବେ ଆପଣଙ୍କର ଏହି ଭୁଲକୁ ଆପଣ ଘରେ ବସି ନିଜେ ହିଁ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା

Advertisment

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ପିଏଫରେ ଜମା ଟଙ୍କାକୁ ଅଫଲାଇନ ସହିତ ଅନଲାଇନ ଜରିଆରେ ବି ଉଠାଇପାରିବେ । ପିଏଫ ଟଙ୍କା ଉଠାଇବା ସମୟରେ କୌଣସି ବି ପ୍ରକାରର ସମସ୍ୟା ନଆସୁ ଏଥିପାଇଁ ଏହି ଆକାଉଂଟରେ ପ୍ରତ୍ୟେକଟି ଅସୁବିଧାକୁ ଆପଣ ଅନଲାଇନ୍ ଜରିଆରେ ସମାଧାନ କରିପାରିବେ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫ ଏହି ସୁବିଧା ଏବେ ଦେଇରଖୁଛି ।

ପୂରା ପ୍ରକ୍ରିୟା

• ସର୍ବପ୍ରଥମେ ଆପଣ www.epfindia.gov.inକୁ ଯାଆନ୍ତୁ । ଏଠାରେ ଏକ ପେଜ ଓପନ ହେବ, ଯେଉଁଥିରେ ଆପଣଙ୍କୁ Our servicesର ଫର ଏମ୍ଲୋଇ ସେକସନକୁ ଯିବାକୁ ପଡିବ ।

• ଏହାପରେ ଆପଣ Inoperative A/c Helpdesk  ଉପରେ କ୍ଲିକ୍ କରନ୍ତୁ । ଏବେ ଏଠାରେ ଏକ ନୂଆ ପେଜ ଖୋଲିବ, ଯେଉଁଥିରେ ସବା ଶେଷରେ ଥିବା ‘First time user click here to proceed’ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ଇପିଏଫଓ ପୋର୍ଟାଲ ଆପଣଙ୍କ ଆକାଉଂଟରେ ଥିବା ସମସ୍ୟା ସଂପର୍କରେ ପ୍ରଶ୍ନ କରାଯିବ । ଏଠାରେ ଆପଣଙ୍କୁ ଯେଉଁ ତଥ୍ୟରେ ପରିବର୍ତ୍ତନ ଆଣିବାକୁ ଥିବ , ସେ ସଂପର୍କରେ ଲେଖି ନେକ୍ସଟ ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଏଠାରେ ଏକ ନୂଆ ପେଡ ଖୋଲିବ, ଯେଉଁଠି ଆପଣଙ୍କୁ ଆପଣଙ୍କର ଏମ୍ଲୋୟମେଂଟ ସହ ଜଡିତ ଅନେକ ଡିଟେଲ୍ସ ଭରିବାକୁ ହେବ । ଡିଟେଲ୍ସ ଭରିବା ପରେ ଶେଷରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ ।

• ଏବେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଏବଂ କେୱାଇସି ଡିଟେଲ୍ସ ଭରିବାକୁ ହେବ ।

• ଏହାପରେ ପିନ ଜେନରେଟ କରିବାକୁ ହେବ, ଯାହା ଆପଣଙ୍କର ପିଏଫରେ ରେଡିଷ୍ଟର୍ଡ ତଥା ପିଏଫ ଆକାଉଂଟ ସହ ଲିଙ୍କ ଥିବା ମୋବାଇଲ ନମ୍ବରରେ ଆସିବ ।

• ପିନ୍ ଏଂଟର କରିବା ପରେ ଏକ ନୋଟିଫିକେସନ ଆସିବ, ଯାହା ଆପଣଙ୍କ ଡିଟେଲ୍ସର ସକ୍ସେସଫୁଲି ରିସିଭଡ ହେବା ସଂପର୍କରେ ଅଟେ ।