ଆପଣ ବ୍ୟବହାର କରୁଥିବା ଏଲପିଜି ସିଲିଣ୍ଡରରେ ରହିଛି କେତେ ଗ୍ୟାସ୍ ? ଏହାକୁ ନେଇ ଅଧିକାଂଶ ଲୋକେ ଦ୍ୱନ୍ଦ୍ୱରେ ରହିଥାନ୍ତି । ସେହିପରି କିଛି ଲୋକେ ଗ୍ୟାସ୍ ସିଲିଣ୍ଡରକୁ ହଲାଇ ଏବଂ ରଙ୍ଗ ଦେଖି ଟାଙ୍କିରେ କେତେ ଗ୍ୟାସ ରହିଛି ତାହା ଅନୁମାନ କରିଦିଅନ୍ତି । ତେବେ ଆପଣ ଚାହିଁଲେ ଏକ ଓଦା କପଡା ଜରିଆରେ ବି ଜାଣିପାରିବେ କି ସିଲିଣ୍ଡରରେ କେତେ ଗ୍ୟାସ୍ ରହିଛି ।
ଏହି ଟ୍ରିକ୍ ବହୁତ ସହଜ ଏବଂ ଏହାଦ୍ୱାରା ଆପଣ ମୁହୂର୍ତ୍ତକ ଭିତରେ ଜାଣିପାରିବେ କି ସିଲିଣ୍ଡରରେ ଗ୍ୟାସ କେତେ ପରିମାଣରେ ରହିଛି । କାରଣ ଯେଉଁଠି ଲିକ୍ୱିଡ ଥାଏ , ସେଠାରେ ଟେମ୍ପ୍ରେଚର ଫାଙ୍କା ସ୍ଥାନ ଅପେକ୍ଷା କମ୍ ହୋଇଥାଏ ।
ଓଦା କପଡାରୁ ଜାଣନ୍ତୁ ସିଲିଣ୍ଡରେ ରହିଛି କେତେ ଗ୍ୟାସ୍
• ସର୍ବ ପ୍ରଥମେ ଏକ ଓଦା କପଡାରେ ସିଲିଣ୍ଡର ଟାଙ୍କିକୁ ଭଲ ଭାବରେ ପୋଛି ଦିଅନ୍ତୁ ।
• ଏଭଳି ପୋଛିବେ କି, ଯେପରି ସିଲିଣ୍ଡରର ଉପରି ଭାଗ ଅଂଶ ସଂପୂର୍ଣ୍ଣ ଭାବରେ ଓଦା ହୋଇଯିବ ।
• ଏବେ କିଛି ସମୟ ପର୍ଯ୍ୟନ୍ତ ସିଲିଣ୍ଡରକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ ।
• ଦୁଇ ତିନି ମିନିଟ ପରେ ଦେଖିବେ କି ଟାଙ୍କିର କିଛି ଭାଗ ଅଂଶ ଶୁଖିଲା ନଜର ଆସୁଥିବା ବେଳେ କିଛି ଅଂଶ ଓଦା ରହିଥିବ ।
• ତେବେ ଟାଙ୍କିର ଯେଉଁ ଭାଗ ବା ଅଂଶ ଓଦା ନଜର ଆସିବ, ଜାଣି ନିଅନ୍ତୁ କି, ସେତିକି ହିଁ ଗ୍ୟାସ୍ ସିଲିଣ୍ଡରରେ ବଂଚିଛି । କିଛି ସମୟ ପରେ ଟାଙ୍କିର ସେହି ଅଂଶ ମଧ୍ୟ ଶୁଖି ଯିବ ।