ମିସ୍ଡ କଲ କିମ୍ବା ଏସଏମଏସ ଜରିଆରେ ଜାଣନ୍ତୁ ପିଏଫ ସଂପର୍କିତ ଟିକିନିଖି ଖବର ! ଜାଣନ୍ତୁ ଏହାର ନମ୍ବର ଏବଂ ବ୍ୟବହାର କରିବାର ପ୍ରକ୍ରିୟା

71

ଇପିଏଫଓ ଖାତାଧାରକ ଯଦି ନିଜର ପିଏଫ ବାଲାନ୍ସ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଏଥିପାଇଁ ଅନେକ ଉପାୟ ରହିଛି । ଆପଣ ଘରେ ବସି ହିଁ ନିଜର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ କଂପାନୀକୁ ଯାଇ ବି କୌଣସି କାମ କରିବାର ଆବଶ୍ୟକତା ପଡିବନାହିଁ । କାରଣ ପିଏଫ ବାଲାନ୍ସ ଚେକ୍ କରିବା ବହୁତ ସହଜ । ପିଏଫ ବାଲାନ୍ସ କେବଳ ଏକ ମିସଡ କଲ ଦେଇ କିମ୍ବା ଇପିଏଫଓରେ ରେଡିଷ୍ଟର୍ଡ ମୋବାଇଲ ନମ୍ବରରେ ଏସଏମଏସ କରି ବାଲାନ୍ସ ଚେକ୍ କରିପାରିବେ ।

ଜାଣନ୍ତୁ ପୂରା ପ୍ରକ୍ରିୟା

ଏସଏମଏସ ଜରିଆରେ ଜାଣନ୍ତୁ

• ଆପଣ ଆପଣଙ୍କର ମୋବାଇଲରୁ ଏକ ଏସଏମଏସ ପଠାଇ ପିଏଫ ସଂପର୍କିତ ଖବର ଜାଣିପାରିବେ ।

• ଏଥିପାଇଁ ଆପଣଙ୍କୁ ଆପଣଙ୍କର ଫୋନର ମେସେଜ ବକ୍ସକୁ ଯାଇ ଇଂରାଜୀରେ ଋଚୠଙଐଙ ଟାଇପ କରିବାକୁ ହେବ, ପୁଣି ଏକ ସ୍ପେସ ଦେବାକୁ ପଡିବ ।

• ସ୍ପେସ ଦେଇ ନିଜର ୟୁଏଏନ ଲେଖିବାକପ ହେବ । ୟୁଏଏନ ଲେଖିବା ପରେ ଏକ ସ୍ପେସ ଦେଇ ଋଘଏ ଟାଇପ କରିବାକୁ ହେବ ।

• ଏହାସବୁ ଟାଇପ କରିବା ପରେ ୭୭୩୮୨୯୯୮୯୯ନମ୍ବରକୁ ମେସେଜଟିକୁ ପଠାଇବାକୁ ହେବ ।

• ଏହାପରେ ଆପଣଙ୍କୁ ନିକଟକୁ ଏକ ମେସେଜ ଆସିବ, ଯେଉଁଥିରେ ପିଏଫ ବାଲାନ୍ସର ସମସ୍ତ ସୂଚନା ସହିତ ୟୁଏଏନ ନମ୍ବର ଆଦି ନଜର ଆସିବ ।

• ଆପଣ ଆପଣଙ୍କର ସୁବିଧା ଅନୁସାରେ ସୂଚନା ନିଜ ଭାଷାରେ ମଧ୍ୟ ପ୍ରାପ୍ତ କରିପାରିବେ ।

• ଏଥିପାଇଁ ଆପଣଙ୍କୁ ଋଘଏ ସ୍ଥାନରେ ନିଜ ଭାଷାର ପ୍ରଥମ ତିନୋଟି ଅକ୍ଷରକୁ ଟାଇପ କରିବାକୁ ହେବ । ଉଦାହରଣ ସ୍ୱରୂପ-ଋଚୠଙଐଙ ଟଇଘ ଋଘଏ ଝରଦ୍ଭୟ ଗ୍ଧକ୍ଟ ୭୭୩୮୨୯୯୮୯୯ ।

ମିସଡ କଲ କରି ଜାଣନ୍ତୁ

• ଏହି ସେବାଟି ସଂପୂଣ୍ଣ ର୍ଭାବରେ ମାଗଣା ।

• ଏଥିପାଇଁ ଆପଣଙ୍କୁ ନମ୍ବର ୦୧୧-୨୨୯୦-୧୪୦୬ କେବଳ ଏକ ମିସଡ କଲ କରିବାକୁ ହେବ । ଦୁଇ ଥର ରିଙ୍ଗ ହେବା ପରେ କାଟି ଦିଅନ୍ତୁ ।

• ଏହାପରେ ଆପଣଙ୍କ ନିକଟକୁ ଇପିଏଫଓ ତରଫରୁ ଏକ ମେସେଜ ଚାଲି ଆସିବ ।

• ଏଥିପାଇଁ ଆପଣଙ୍କୁ ରେଜିଷ୍ଟର୍ଡ ନମ୍ବରରୁ ସ୍ଥାୟୀ ନମ୍ବରରେ ଏକ ମିସଡ କଲ ଦେବାକୁ ହୋଇଥାଏ ।

• ଏଥିରେ ଆପଣଙ୍କର ନାମ, ଜନ୍ମଦିନ,ୟୁଏଏନ, କେୱାଇସି ସେଂଟର, ପୂର୍ବମାସର ଦରମା ଏବଂ ପିଏଫ ବାଲାନ୍ସ ଦିଆଯାଇଥାଏ ।

ଇପିଏଫର ମୋବାଇଲ ଆପରୁ ଜାଣନ୍ତୁ

• ଆପ ଜରିଆରେ ଆପଣ ଆପଣଙ୍କର ଇପିଏଫ ବାଲାନ୍ସ ଚେକ କରିପାରିବେ । ଏବଂ ଏଠାରେ ୟୁଏଏନକୁ ମଧ୍ୟ ଆକ୍ଟିଭେଟ୍ କରିପାରିବେ ।

• ଗୁଗଲ ପ୍ଲେ ଷ୍ଟୋରରେ ବି ଏହି ଆପଟି ଉପଲବ୍ଧ ।

• ଆପରେ ପିଏଫ ବାଲାନ୍ସ ଚେକ୍ କରିବା ପାଇଁ ୟୁଏଏନ ନମ୍ବର ଏବଂ ରେଜିଷ୍ଟର୍ଡ ମୋବାଇଲ ନମ୍ବରର ଆବଶାକତା ପଡିଥାଏ ।

• ଏହି ସୁବିଧାର ଲାଭ ସେହି ଖାତାଧାରକମାନେ ବି ଉଠାଇପାରିବେ, ଯେଉଁମାନେକି ନିଜର ୟୁଏଏନ ନମ୍ବରକୁ ଆକ୍ଟିଭେଟ କରିଛନ୍ତି ।