ଆଜିକାଲି ମାର୍କେଟରେ ଅନେକ ପ୍ରକାରର ନକଲି ଡିଭାଇସ୍ ଉପଲବ୍ଧ ଆଉ ଏଭଳି ପ୍ରକାରର ମାର୍କେଟରେ ବି ନକଲି ମେମୋରୀ କାର୍ଡ ଏବଂ ପେନଡ୍ରାଇଭ ଆସିବାରେ ଲାଗିଛି । ଅଧିକାଂଶ ମେମୋରୀ କାର୍ଡ ଏବଂ ପେନଡ୍ରାଇଭ ଏଭଳି ରହିଛି , ଯାହାର ମେମେ।।ରୀ ଉପରେ ତ କିଛି ଲେଖାଯାଇଥାଏ ସତ ଭିତରେ କିନ୍ତୁ କିଛି ଅଲଗା ନଜର ଆସିଥାଏ ।
ତେବେ ଏଭଳି ପରିସ୍ଥିତିରେ ଆଚ୍ଛା ଆଚ୍ଛା ଲୋକ ବି ଠକାମୀର ଶିକାର ହୋଇଯାଆନ୍ତି । ତେଣୁ ଆପଣ କିଣିଥିବା ଡିଭାଇସଟି ଅସଲି କି ନକଲି ତାହା ଜାଣିବା ପାଇଁ ଅନେକ ତରିକା ରହିଛି । ଆଉ ଏଗୁଡିକ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍ ଜଣାଇବୁ , ଯାହାଦ୍ୱାରା ଆପଣ ଅତି ସହଜରେ ଓ ମୁମୂର୍ତ୍ତକ ମଧ୍ୟରେ ଜାଣିପାରିବେ କି କିଣିଥିବା ଡିଭାଇସଟି ବାସ୍ତବରେ ଅସଲି ନା ନକଲି । ତେବେ ଆସନ୍ତୁ ଜାଣିବା . . .
• ସର୍ବପ୍ରଥମେ ଆପଣ କିଣିଥିବା ମେମୋରୀ କାର୍ଡ କିମ୍ବା ପେନଡ୍ରାଇଭକୁ କମ୍ପ୍ୟୁଟର କିମ୍ବା ଲାପଟପରେ କନେକ୍ଟ କରନ୍ତୁ ।
• ଏହାପରେ ଏହାକୁ ଦୁଇରୁ ତିନି ଥର ଫର୍ମାଟ କରନ୍ତୁ ।
• ତେବେ ଫର୍ମାଟ କରିବା ପରେ ଯଦି ଏହାର ମେମୋରୀ ସାଇଜ କମ୍ ହୋଇଯାଏ ତେବେ ଆପଣ ଜାଣି ରଖନ୍ତୁ କି ଏହି ଡିଭାଇସଟି ସଂପୂର୍ଣ୍ଣ ଭାବରେ ନକଲି ଅଟେ ।
• ସେହିପରି ଫର୍ମାଟ କରିବା ପରେ ବି ଯଦି ଏହାର ସାଇଜରେ କୌଣସି ପରିବର୍ତ୍ତନ ନହୁଏ ତେବେ ତାହା ଅସଲି ଅଟେ ।
ଏହି ଟ୍ରିକ୍ ଜରିଆରେ ଆପଣ ଅସଲି ଓ ନକଲି ମଧ୍ୟରେ ଫରକ କଣ ଜାଣିପାରିବେ ।