ଯଦି ଆପଣଙ୍କ ଏଟିଏମ କାର୍ଡ ଚୋରି ହୋଇଯାଇଛି, କିମ୍ବା କେଉଁଠି ହଜି ଯାଇଛି ତେବେ ତାକୁ ବ୍ଲକ କରିବା ନିହାତି ଜରୁରୀ । କାରଣ ଯଦି ଆପଣ ଆପଣଙ୍କ ଚୋରି ତଥା ହଜି ଯାଇଥିବା ଏଟିଏମ କାର୍ଡକୁ ବ୍ଲକ୍ ନକରନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ସମସ୍ତ ସଂଚିତ ପୁଂଜି ମୁହୂର୍ତ୍ତକ ମଧ୍ୟରେ ଗାଏବ ହୋଇପାରେ । ତେଣୁ କାର୍ଡ ଚୋରି ହୋଇଯିବା ପରିସ୍ଥିତିରେ ଲୋକେ ବ୍ୟାଙ୍କ ଯାଇ ତାକୁ ବ୍ଲକ୍ କରିଥାନ୍ତି , ସେହିଭଳି କିଛି ଲୋକ ତ ଏସଏମଏସ ପଠାଇ କାର୍ଡ ବ୍ଲକ କରିଥାନ୍ତି । ହେଲେ ଏଥିପାଇଁ ବହୁତ ସମୟ ଲାଗିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ଜଣାଇବୁ ଯାହା ଦ୍ୱାରା ଆପଣ ଆପଣଙ୍କ ମୋବାଇଲରୁ ହିଁ ଏଟିଏମ କାର୍ଡକୁ ବ୍ଲକ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ମୋବାଇଲରୁ ଏଟିଏମ କାର୍ଡକୁ ବ୍ଲକ୍ କରିବେ...
ଯଦି ଆପଣ ଇଂଟରନେଟ ବ୍ୟାଙ୍କିଂ ବ୍ୟବହାର କରୁଛନ୍ତି ତେବେ ଅତି ସହଜରେ ଏଟିଏମ କାର୍ଡକୁ ଆପଣ ବ୍ଲକ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଂଟରନେଟ ବ୍ୟାଙ୍ିକଂକୁ ଯାଇ ଏଟିଏମ କାର୍ଡକୁ ବ୍ଲକ୍ କରିବାକୁ ହେବ । ତେବେ ଏହି କାମ ପାଇଁ ଆପଣଙ୍କୁ ମାତ୍ର ୬ଟି ସୋପାନ ଅନୁସରଣ କରିକାବୁ ହେବ ।
• ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଲଗଇନ କରନ୍ତୁ ।
• ଏଠାରେ ATM service>block ATMଉପରେ କ୍ଲିକ କରନ୍ତୁ ।
• ଏହାପେର ନିଜର ଆକାଉଂଟ ସିଲେକ୍ଟ କରନ୍ତୁ, ଯାହାର ଏଟିଏମ ଡେବିଟ୍ କାର୍ଡ ଆପଣ ବ୍ଲକ କରିବାକୁ ଚାହୁଁଛନ୍ତି ।
• ଏହାକୁ ଏହାକୁ ସିଲେକ୍ଟ କରି ଏବଂ ସବମିଟ୍ ବଟନ ଉପରେ କକ୍ଲିକ କରନ୍ତୁ ଏବଂ ନିଜର ଡିଟେଲ୍ସ ଫେରିଫାଇ କରି ତାକୁ କନଫର୍ମ କରିଦିଅନ୍ତୁ ।
• ଏହାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଆସିବ, ଯାହାକୁ ଆପଣଙ୍କୁ ଏଠାରେ ଥିବା ବକ୍ସରେ ପୁରଣ କରି ତାକୁ ସବମିଟ୍ କରିବାକୁ ହେବ ।
• ଏହାପରେ ଆପଣଙ୍କ ଏଟିଏମ କାର୍ଡ ବ୍ଲକ ହୋଇଯିବ ଏବଂ ଆପଣଙ୍କୁ ଏକ ରିଫ୍ରେସ ନମ୍ବର ମିଳିବ, ଯାହାକୁ ପ୍ରୟୋଗ କରି ଆପଣ ଏକ ନୂଆ ଏଟିଏମ କାର୍ଡ ନେଇ ପାରିବେ ।
ବ୍ୟାଙ୍କକୁ ମେଲ କରି କାର୍ଡ ବ୍ଲକ କରିପାରିବେ
ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା କଷ୍ଟମର କେୟାରର ମେଲ ଆଇଡିରେ ମେଲ କରି ବି ଆପଣ ଏଟିଏମ କାର୍ଡକୁ ବ୍ଲକ୍ କରିପାରିବେ । ତେବେ ସମସ୍ତ ବ୍ୟାଙ୍କର ନିଜର ଅଲଗା ଅଲଗା ମେଲ ଆଇଡି ରହିଥାଏ । ଏଥିରେ ଆପଣ ଏଟିଏମ କାର୍ଡ ନମ୍ବର ଏବଂ ଖାତା ନମ୍ବର, କାର୍ଡ-ଖାତା ଧାରକର ନାଁ, ରେଜିଷ୍ଟର୍ଡ ମୋବାଇଲ ନମ୍ବର ସହିତ ବ୍ୟାଙ୍କକୁ ମେଲ କରି କାର୍ଡକୁ ବ୍ଲକ କରିପାରିବେ ।