ମାତ୍ର ୪୮ ଘଂଟାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ….ଘରେ ବସି ଏଭଳି କରନ୍ତୁ ଆବେଦନ

2,225

ବିନା ଡ୍ରାଇଭିଂ ଲାଇସେନ୍ସରେ ଆପଣ କୌଣସି ବି ଗାଡି ଚଲାଇପାରିବେ ନାହିଁ ଆଉ ଯଦି ବି ଆପଣ ଏଭଳି କିଛି କରନ୍ତି ତେବେ ଏହା ଆଇନକୁ ଉଲ୍ଲଂଘନ କରିଥାଏ । ସେହିଭଳି ଲାଇସେନ୍ସ ବନାଇବା ପାଇଁ ସରକାର ନିୟମକୁ ଲଗାତର ଭାବରେ କୋହଳ ଏବଂ ସହଜ କରିବାରେ ଲାଗିଛନ୍ତି । ଯଦି ଆପଣ ଡିଏଲ କରିବାକୁ ଚାହୁଁଛନ୍ତି ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ । ବଡ କଥା ହେଲା ଆପଣ ଆବେଦନ କରିବାର ମାତ୍ର ୪୮ ଘଂଟା ଭିତରେ ହିଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଯିବ । ତେବେ କିଭଳି ଜାଣନ୍ତୁ..

ଅନଲାଇନ କରିପାରିବେ ଆବେଦନ

ଲାଇସେନ୍ସ ପ୍ରସ୍ତୁତ କରିବାର ପ୍ରକ୍ରିୟା ବହୁତ ସହଜ ଅଟେ । ଯଦି ଆପଣ ଲାଇସେନ୍ସ ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି ଏବଂ ଆରଟିଓ ଚକ୍କର କାଟିବା ଭଳି ଝନଝଟକୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି କାମ ଆପଣ ଅନଲାଇନ ଜରିଆରେ ବି କରିପାରିବେ । ତେବେ ପ୍ରଥମେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ହେବ ଏବଂ ୬ ମାସ ପରେ ଆପଣଙ୍କୁ ଆପଣଙ୍କର ଲାଇସେନ୍ସ ମିଳିଯିବ ।

କେତେ ଲାଗିବ ଫିସ

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଏହାର ଫିସ୍ ବାବଦକୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣ ପ୍ରଥମ ଥର ପାଇଁ ଲାଇସେନ୍ସ ବନାଉଛନ୍ତି ତେବେ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିବ । ଏବଂ ଲର୍ଣ୍ଣିଂ ପରେ ହିଁ ପରମାନେଟ ତଥା ସ୍ଥାୟୀ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ବୟସ ସୀମା ଅତି କମରେ ୧୮ ବର୍ଷ ହୋଇଥିବା ଦରକାର ।

କିଭଳି କରିବେ ଆବେଦନ

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅନଲାଇନ ପ୍ରକ୍ରିୟା ଖୁବ୍ ସହଜ ଅଟେ । ସଡକ ପରିବହନ ମନ୍ତ୍ରାଳୟର ଆଧିକାରୀକ େଓବସାଇଟ୍ https://paribahan.gov.in/sarathiservice10/stateSelection.doକୁ ଯାଇ ଆପଣ ଏଥିପାଇଁ ଆବେଦନ କରିପାରିବେ । ଏଠାରେ ରାଜ୍ୟଗୁଡିକର ତାଲିକା ନଜର ଆସିବ । ସର୍ବପ୍ରଥମେ ଆପଣଙ୍କ ରାଜ୍ୟ ଚୟନ କରିବାକୁ ହେବ । ରାଜ୍ୟ ଚୟନ କରିବା ପରେ ଲର୍ଣ୍ଣର ପାଇଁ ବିକଳ୍ପ ମିଳିବ । ଏଠାରେ କ୍ଲିକ କରିବା ଦ୍ୱାରା ସଂପୂର୍ଣ୍ଣ ଫର୍ମ ଖୋଲିଯିବ ଏବଂ ଫର୍ମ ଭରିବା ପରେ ଏକ ନମ୍ବର ଜେନରେଟ୍ ହେବ, ଯାହାକୁ ଆପଣଙ୍କୁ ସେଭ କରି ରଖିବାକୁ ହେବ । ଏଠାରେ ଆପଣଙ୍କୁ ଆପଣଙ୍କର ବୟସ ପ୍ରମାଣ ପତ୍ର , ଆଡ୍ରେସ ପ୍ରୁଫ୍ ଏବଂ ଆଇଡି ପ୍ରୁଫ୍ ଆଟାଚ୍ କରିବାକୁ ପଡିବ ।

ଫଟୋ ଏବଂ ଡିଜିଟାଲ ସିଗନେଚର କରି ଅପଲୋଡ କରନ୍ତୁ

ଏହି ପ୍ରକ୍ରିୟା ସରିବା ପରେ ନିଜର ଫଟୋ ଏବଂ ଡିଜିଟାଲ ସିଗନେଚର ଅପଲୋଡ କରିବାକୁ ହେବ । ଏହାପରେ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲର୍ଟ ବୁକ କରିବାକୁ ହେବ । ତେବେ ସ୍ଲର୍ଟ ବୁକର ଚୟନ କରିବା ସମୟରେ ଫିସ୍ ଭରିବାକୁ ପଡିଥାଏ । ଏହାପରେ ରେଡିଷ୍ଟର୍ଡ ନମ୍ବର ଉପରେ ଏକ ମେସେଜ ଆସିବ, ଯାହାକୁ ଆପଣଙ୍କୁ ସେଭ କରି ରଖିବାକୁ ହେବ ।

ଅନଲାଇନ ହେବ ଟେଷ୍ଟ

ଫିସ ଜମା କରିବା ପରେ ସ୍ଲର୍ଟ ହିସାବରେ ଆରଟିଓ ଅଫିସ ଯାଇ ଟେଷ୍ଟ ଦେବାକୁ ହେବ । ଏହି ଟେଷ୍ଟ ଅନଲାଇନ ହୋଇଥାଏ । ଏବଂ ଏଥିରେ ଯାତାୟତ ନିୟମ ତଥା ପରିବହନ ଚିହ୍ନ ସଂପର୍କରେ ପ୍ରଶ୍ନ କରାଯିବ । ଗୋଟିଏ ପ୍ରଶ୍ନର ୪ଟି ଉତର ରହିଥାଏ । ଯେଉଁଥିରେ ଆପଣଙ୍କୁ ସଠିକ୍ ଉତର ଉପରେ କ୍ଲିକ କରିବାକୁ ହେବ । ସେହିପରି ଗୋଟିଏ ପ୍ରଶ୍ନର ଜବାବ ଦେବା ପରେ ଆପଣଙ୍କର କମ୍ପ୍ୟୁଟର ସ୍କ୍ରିନରେ ଆଉ ପ୍ରଶ୍ନ ଚାଲିଆସିବ । ଏଥି ସହିତ ଜଣା ପଡିଥାଏ କି, ଆପଣ ଦେଇଥିବା ପ୍ରଶ୍ନ ଉତର ସଠିକ୍ କି ନୁହେଁ ।

ଯେଭଳି ଭାବରେ ଆପଣ ପ୍ରଶ୍ନଗୁଡିକର ଉତର ଦେବେ ସେହି ଅନୁଯାୟୀ ଆପଣ ଦେଇଥିବା ପ୍ରଶ୍ନର ଉତର ସଠିକ୍ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଚାଲିଆସିବ । ଏବଂ ଟେଷ୍ଟ ସରିବା କ୍ଷଣି ହିଁ ଆପଣଙ୍କ ସାମ୍ନାରେ ଆପଣଙ୍କ ରେଜଲ୍ଟ ଆସିଯିବ କି ଆପଣ ପାସ୍ ହୋଇଛନ୍ତି ନା ଫେଲ୍ ।

୪୮ ଘଂଟାରେ ମିଳିବ ଅନଲାଇନ ଲାଇଲେନ୍ସ

ଟେଷ୍ଟରେ ପାସ୍ ହେବା ପରେ ମାତ୍ର ୪୮ ଘଂଟା ମଧ୍ୟରେ ଅନଲାଇନ ଲର୍ଣ୍ଣିଂ ଲାଇସେନ୍ସ ଆପଣଙ୍କୁ ଅନଲାଇନ ମିଳିଯିବ । ଯାହାର ବୈଧତା ୬ ମାସ ହୋଇଥାଏ । ୬ ମାସ ଭିତରେ ଆପଣଙ୍କୁ ସ୍ଥାୟୀ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେବ । ଲର୍ଣ୍ଣିଂ ଲାଇସେନ୍ସ ମିଳିବାର ମାସକଠୁ ଆରମ୍ଭ କରି ୬ ମାସ ମଧ୍ୟରେ ଆପଣଙ୍କୁ ପୁଣି ଥରେ ଅନଲାଇନ ଆବେଦନ କରି ଆପଣଙ୍କର ଗାଡି ସହିତ ଆରଟିଓ ଅଫିସ ଆସି ଡ୍ରାଇଭିଂର ଟେଷ୍ଟ ଦେବାକୁ ପଡିବ । ତେବେ ଦ୍ୱିତୀୟ ଥର ଟେଷ୍ଟ ପାସ କରିବା ଦ୍ୱାରା ଆପଣଙ୍କୁ ସ୍ଥାୟୀ ଲାଇସେନ୍ସ ମିଳିବ ।