ଅମ୍ବାନୀଙ୍କ ଖାଦ୍ୟରେ ଆମିଷ ନାହିଁ ! ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ହୋଇ ବି ବଂଚନ୍ତି ଅତି ସାଧାରଣ ଜୀବନ

369

ଆପଣଙ୍କୁ ଲାଗୁଥିବ କି ବିଶ୍ୱର ସବୁଠାରୁ ଧନୀ ଉଦ୍ୟୋଗପତି ତଥା ମୁକେଶ ଅମ୍ବାନୀ ନିଶ୍ଚୟ ରୟାଲ ଲାଇଫ୍ ବଂଚିବାକୁ ପସନ୍ଦ କରୁଥିବେ । ତାଙ୍କୁ ସବୁବେଳେ ଏସିରେ ରହିବାକୁ ପସନ୍ଦ ଥିବ । ତାଙ୍କର ସବୁ କାମ ତାଙ୍କର ଚାକରବାକର କରୁଥିବେ । କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ସଂପୂର୍ଣ୍ଣ ରୂପେ ଭୁଲ୍ । କାରଣ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିରେ ଗଣା ହୋଇଥିଲେ ବି ମୁକେଶଙ୍କଠାରେ ଏଭଳି କିଛି ଠାଣି ଦେଖିବାକୁ ମିଳେନାହିଁ । ତେବେ ଆସନ୍ତୁ ଜାଣିବା ଜିଓ ମାଲିକଙ୍କର ପସନ୍ଦ ଏବଂ ନାପସନ୍ଦ ସଂପର୍କରେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୁକେଶ ଅମ୍ବାନୀ ସଂପୂର୍ଣ୍ଣ ଶାକାହାରୀ । ତାଙ୍କୁ ଭାରତୀୟ ଖାଦ୍ୟ ବେଶ୍ ପସନ୍ଦ । ବିଶେଷ କରି ଭାତ ଡାଲି, ରୁଟି-ଭଜା ଖାଇବାକୁ ସେ ପସନ୍ଦ କରନ୍ତି । ମୁକେଶ ଜଣେ ଖାଦ୍ୟରେ ସଉକ ରଖୁଥିବା ବ୍ୟକ୍ତିତ୍ୱ । ଏପରିକି ଅଫିସ ଯିବା ସମୟରେ ରାସ୍ତା କଡରେ ଯଦି କୌଣସି ଷ୍ଟଲ ପଡିଛି ଆଉ ତାଙ୍କର ଇଚ୍ଛା ହୋଇଛି ତେବେ ସେ ଗାଡିରୁ ଓହ୍ଲାଇ ସେଠାରୁ ଖାଆନ୍ତି । ସେହିପରି ମୁକେଶଙ୍କର ଚାଟ୍ ବହୁତ ପସନ୍ଦ ।

ମୁକେଶଙ୍କର ନିକ୍ ନେମ ହେଉଛି ମୁକ୍କୁ । ତେବେ ଭାରତର ସବୁଠୁ ଧନୀ ବ୍ୟକ୍ତିତ୍ୱ ହୋଇଥିଲେ ବି ମୁକେଶ ଆଂଟିଲିୟାରେ ଆସୁଥିବା ସମସ୍ତ ଅତିଥିଙ୍କୁ ନିଜ ହାତରେ ଖାଦ୍ୟ ପରଷନ୍ତି । ଖାଲି ଏତିକି ନୁହେଁ ଏହି ସମୟରେ ଖାଇବା ବି ଅତିଥିଙ୍କ ପସନ୍ଦ ଅନୁସାରେ ତିଆରି କରାଯାଇଥାଏ । ସେହିପରି ମୁକେଶଙ୍କୁ ନିଜ ଜନ୍ମ ଦିନ ପାଳିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ପତ୍ନୀ ଏବଂ ପିଲାଙ୍କର ଜନ୍ମଦିନକୁ ସେ ବେଶ୍ ଧୂମଧାମରେ ପାଳନ କରନ୍ତି ।

ମୁକେଶ ଅମ୍ବାନୀ ନିଜର ପିଲାମାନଙ୍କୁ ମାତ୍ର ୫ଟଙ୍କା ଖର୍ଚ୍ଚ ପାଇଁ ଦେଉଥିଲେ । ଜିଓ ମାଲିକଙ୍କ ମତରେ ପିଲାଙ୍କୁ ଟଙ୍କା ଦେବା ପରିବର୍ତ୍ତେ ତାଙ୍କର ଆବଶ୍ୟକତାକୁ ପୂରଣ କରିବା ଉଚିତ । ଯାହା ତାଙ୍କ ପାଇଁ ନିହାତି ଜରୁରୀ ଅଟେ । ଖାଲି ଏତିକି ନୁହେଁ ମୁକେଶଙ୍କୁ କୌଣସି ବ୍ରାଣ୍ଡେଡ କଂପାନୀର ପୋଷାକ ପିନ୍ଧିବାକୁ ସଉକ ନାହିଁ । ସେ ସବୁବେଳେ ଧଳା ସର୍ଟ ଏବଂ ଡାର୍କ ରଙ୍ଗର ପ୍ୟାଂଟ ପିନ୍ଧିବାକୁ ପସନ୍ଦ କରନ୍ତି । ସାଧାରଣ ଖାଦ୍ୟ ଖାଆନ୍ତି । ମାଛ, ମାଂଶ ଖାଇବାକୁ ସେ ପସନ୍ଦ କରନ୍ତି ନାହିଁ ।

ତେବେ ସିଧା ଭାଷାରେ କହିବାକୁ ଗଲେ ମୁକେଶ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି ସତ ହେଲେ ଜଣେ ସାଧାରଣ ଲୋକ ଭଳି ଜୀବନ ଜାପନ କରିବା ଗୁଣ ବାସ୍ତବରେ ତାଙ୍କୁ ଅନ୍ୟଠାରୁ ଭିନ୍ନ କରିଛି ।