ବିଶ୍ୱର ସବୁଠାରୁ ବଡ ସୋସିଆଲ ନେଟୱର୍କିଂ ସାଇଟ୍ ଭାବେ ଫେସବୁକ୍ ବର୍ତ୍ତମାନ ପରିଗଣିତ ହୋଇସାରିଛି । ଯାହାର ୟୁଜର୍ସଙ୍କ ସଂଖ୍ୟା ବର୍ତ୍ତମାନ କୋଟିଏରୁ ଅଧିକ ଛୁଇଁଲାଣି । ତେବେ ଫେସବୁକ୍ ନିଜର ୟୁଜର୍ସଙ୍କର ପ୍ରାଇଭେସିକୁ ଦୃଷ୍ଟିରେ ରଖି ପ୍ରତିଦିନ ନୁଆ ନୁଆ ପ୍ରାଇଭେସି ଟୁଲମାନ ଉପଲବ୍ଧ କରୁଛି । ହେଲେ ଏହାସବୁ ସତ୍ୱେ ବି ହ୍ୟାକର୍ସ ଅତି ସହଜରେ ୟୁଜର୍ସଙ୍କର ଫେସବୁକ୍ ଆକାଉଂଟକୁ ହ୍ୟାକ୍ କରିବାରେ ସଫଳ ହେବାକୁ ଲାଗିଛି ଆଉ ଯାହାର ସୂଚନା ୟୁଜର୍ସଙ୍କୁ ବି ଜଣା ନଥାଏ । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଏହି ଆଲୋଚନାରେ ହ୍ୟାକର୍ସଙ୍କ ଦ୍ୱାରା ଆକାଉଂଟ ହ୍ୟାକ କରିବା ପାଇଁ ବ୍ୟବହାର କରାଯାଉଥିବା ତରିକା ସଂପର୍କରେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା କି ଆପଣ ଆପଣଙ୍କର ଫେସବୁକ୍ ଆକାଉଂଟକୁ ସୁରକ୍ଷିତ ରଖି ପାରିବେ ।
ଫେସବୁକ୍ ଫିସିଂ ଆଟାକ୍ ଜରିଆରେ
କୌଣସି ଫେସବୁକ ଆକାଉଂଟକୁ ହ୍ୟାକ୍ କରିବା ପାଇଁ ଫିସିଂ ଆଟାକ ଏକ ସହଜ ତରିକା ହୋଇଥାଏ । ଏଥିପାଇଁ ହ୍ୟାକର୍ସ ଏକ ଫେକ୍ ଲଗଇନ୍ ପେଜକୁ କ୍ରିଏଟ୍ କରିଥାଏ । ଯାହା କି ଦେଖିବାକୁ ଅବିକଳ ରିୟଲ୍ ଫେସବୁକ୍ ପେଜ୍ ଭଳି । ଏହା ପରେ ହ୍ୟାକର୍ସ ୟୁଜର୍ସଙ୍କୁ ଏହାକୁ ଲଗଇନ୍ କରିବାକୁ କହିଥାଏ । ତେବେ ୟୁଜର୍ସଙ୍କ ଦ୍ୱାରା ଏହି ପେଜ୍ ଥରେ ମାତ୍ର ଲଗଇନ୍ ହେବା ମାତ୍ରକେ , ଉକ୍ତ ବ୍ୟକ୍ତିବିଶେଷଙ୍କର ଇମେଲ ଆଡ୍ରେସ ଏବଂ ପାସୱାର୍ଡକୁ ଟେକ୍ସଟ ଫାଇଲରେ ଷ୍ଟୋର କରି ଦିଆଯାଇଥାଏ । ଏବେ ହ୍ୟାକର ଟେକ୍ସଟ ଫାଇଲକୁ ଡାଉନଲୋଡ କରିବା ପରେ ୟୁଜରଙ୍କର ଫେସବୁକ୍ ପେଜକୁ ହ୍ୟାକ୍ କରିଦେଇଥାଏ ।
କିପରି ରଖିବେ ସୁରକ୍ଷିତ
• କୌଣସି ଅଗଲା ଡିଭାଇସରୁ ଫେସବୁକ୍ ଆକାଉଂଟକୁ ଲଗ ଇନ କରନ୍ତୁ ନାହିଁ ।
• ସବୁବେଳେ କ୍ରୋମ ବ୍ରାଉଜରର ବ୍ୟବହାର କରନ୍ତୁ ।
• ଏଭଳି ଇମେଲଗୁଡିକୁ ସବୁବେଳେ ଅଣଦେଖା କରନ୍ତୁ ଯାହାକି ଆପଣଙ୍କୁ ଫେସବୁକ୍ ଆକାଉଂଟକୁ ଲଗଇନ କରିବାକୁ କହିଥାଏ ।
କିଲଗିଂ ଜରିଆରେ ଫେସବୁକ୍ ଆକାଉଂଟର ପାସଓାର୍ଡକୁ ହ୍ୟାକ କରିବା
କିଲଗିଂ ଫେସବୁକ ପାସୱାର୍ଡ ହ୍ୟାକ୍ କରିବାର ସବୁଠାରୁ ସହଜ ତରିକା ଅଟେ । କିଲଗିଂ ମୂଳ ରୂପରେ ଏକ ଛୋଟିଆ ପ୍ରୋଗ୍ରାମ ଅଟେ, ଯାହାକୁ ୟୁଜର୍ସ ବ୍ୟବହାର କରୁଥିବା କମ୍ପ୍ୟୁଟରରେ ଇନଷ୍ଟଲ କରିବା ପରେ ଏହା ଆପଣଙ୍କର ସମସ୍ତ ତଥ୍ୟକୁ ରେକର୍ଡ କରିଦେଇଥାଏ । ଏହାପରେ, ୟୁଜର୍ସଙ୍କର ତଥ୍ୟ ହ୍ୟାକର୍ସକୁ ଏଫଟିପି ମାଧ୍ୟମରେ କିମ୍ବା ସିଧାସଳଖ ଭାବରେ ହ୍ୟାକର୍ସର ଇମେଲ ଆଡ୍ରେସରେ ପଠାଇଦେଇଥାଏ ।
କିପରି ରଖିବେ ସୁରକ୍ଷିତ
• ସବୁବେଳେ ବିଶ୍ୱାସ ଯୋଗ୍ୟ ୱେବସାଇଟଗୁଡିକରୁ ହିଁ ସଫ୍ଟୱେରକୁ ଡାଉନଲୋଡ କରନ୍ତୁ ।
• ନିଜର ୟୁଏସବି ଡ୍ରାଇଭକୁ ସବୁବେଳେ ସ୍କାନ କରନ୍ତୁ ।
• ନିଜର ସିଷ୍ଟମରେ ଏକ ଭଲ ଆଂଟିଭାଇରସକୁ ଡାଉନଲୋଡ କରନ୍ତୁ ।
ବ୍ରାଉଜରରେ ସେଭ୍ ରଖିଥିବା ପାସୱାର୍ଡରୁ ହୋଇପାରେ ହ୍ୟାକ୍
ଆମେ ସମସ୍ତ ନିଜର ସୁବିଧା ପାଇଁ କମ୍ପ୍ୟୁଟରର ବ୍ରାଉଜରରେ ଆକାଉଂଟର ପାସୱାର୍ଡକୁ ସେଭ୍ କରି ରଖିଦେଇଥାନ୍ତି । ତେବେ ଏହା ଆମ ପାଇଁ କୌଣସି ବିପଦରୁ କମ୍ ନୁହେଁ । କାରଣ ନା ଏହାଦ୍ୱାରା ହ୍ୟାକର ଖୁବ୍ ସହଜରେ ଆପଣଙ୍କର ପାସୱାର୍ଡକୁ ଆପଣଙ୍କର କମ୍ପ୍ୟୁଟରରୁ ଚୋରି କରି ଆପଣଙ୍କର ଆକାଉଂଟକୁ ହ୍ୟାକ କରିପାରେ ।
କିପରି ରଖିବେ ସୁରକ୍ଷିତ
• କେବେବି ନିଜର ବ୍ରାଉଜରରେ ଲଗଇନ କ୍ରେଡିସଲାନକୁ ସେଭ କରନ୍ତୁ ନାହିଁ ।
• ସବୁବେଳେ ନିଜର କମ୍ପ୍ୟୁଟରରେ ଷ୍ଟ୍ରଂଗ ପାସୱାର୍ଡ ବ୍ୟବହାର କରନ୍ତୁ ।
ସେସନ ହାଇଜ୍ୟାକିଂ ଜରିଆରେ ଫେସବୁକ୍ ଆକାଉଂଟର ପାସଓାର୍ଡ ହୋଇପାରେ ହ୍ୟାକ୍
ଯଦି ଆପଣ ଫେସବୁକର ବ୍ୟବହାର କରିବା ପାଇଁ ଏଚଟିଟିପି କନେକ୍ସନର ପ୍ରୟୋଗ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । ସେସନ ହାଇଜ୍ୟାକିଂ ଜରିଆରେ ହ୍ୟାକର ୟୁଜରଙ୍କର ବ୍ରାଉଜରକୁ ଚୋରି କରି ନେଇଥାଏ ଏବଂ ଏଥିସହିତ ଫେସବୁକ ଆକାଉଂଟକୁ ହ୍ୟାକ ମଧ୍ୟ କରିଦେଇଥାଏ ।
ମୋବାଇଲ ଫୋନ ହ୍ୟାକିଂ ଜରିଆରେ
ଅଧିକାଂଶ ଲୋକେ ନିଜର ମୋବାଇଲ ଫୋନ ମାଧ୍ୟମରେ ଫେସବୁକର ବ୍ୟବହାର କରିଥାନ୍ତି । ଯଦି ହ୍ୟାକର ୟୁଜରଙ୍କର ମୋବାଇଲ ଫୋନକୁ ହ୍ୟାକ କରିଦିଏ ତେବେ ସେ ଫେସବୁକ ସମେତ ଅନ୍ୟ ଆକାଉଂଟ ସଂପର୍କରେ ମଧ୍ୟ ତଥ୍ୟ ଚୋରି କରିପାରିବାରେ ସଫଳ ହୋଇପାରିଥାଏ । ଅର୍ଥାତ ହ୍ୟାକର ଅତି ସହଜରେ ୟୁଜରର ଫେସବୁକ୍ ଆକାଉଂଟ ହ୍ୟାକ କରିବାରେ ସଫଳ ହୋଇପାରେ । ତେବେ ଅନଲାଇନରେ ଏଭଳି ଅନେକ ସଫ୍ଟୱେର ବା ଆପ ରହିଛି ଯାହାକି ଆପଣଙ୍କର ସ୍ମାର୍ଟଫୋନ ଉପରେ ନଜର ରଖିଥାଏ ।
କିପରି ରଖିବେ ସୁରକ୍ଷିତ
• ନିଜର ସ୍ମାର୍ଟଫୋନରେ ଏକ ଭଲ ଆଂଟିଭାଇରସ ପ୍ରୋଗ୍ରାମ ଏବଂ ମୋବାଇଲ ସଫ୍ଟୱେରର ବ୍ୟବହାର କରନ୍ତୁ ।
• କୌଣସି ବି ଅଜଣା ଉତ୍ସରୁ ଆପଗୁଡିକୁ ଇନଷ୍ଟଲ କରନ୍ତୁ ନାହିଁ ।
ସୌଜନ୍ୟ: ଦୈନିକ ଜାଗରଣ