ପେଟ୍ରୋଲ ପମ୍ପମାନଙ୍କରେ ଏବେ ଏକ ନୂଆ ତରିକାରେ ତେଲ ଲୁଟ୍ ଚାଲିଛି । ଯଦିଓ ଏହି ତରିକାଟି କୌଣସି ନୂଆ କଥା ନୁହେଁ । ତେବେ ଅଧିକାଂଶ ପେଟ୍ରୋଲ ପମ୍ପମାନଙ୍କରେ ପେଟ୍ରୋଲ ଭରୁଥିବା ଚାଳକଙ୍କ ଆଖି ଆଗରେ ହିଁ ତାଙ୍କୁ ଚୂନା ଲଗାଇଦେଉଛନ୍ତି ପେଟ୍ରୋଲ ପମ୍ପର କର୍ମୀମାନେ । ବଡ କଥା ହେଲାକି, ଏସଂପର୍କରେ ଗାଡି ଚାଳକଙ୍କୁ ସାମାନ୍ୟତମ ସନ୍ଦେହ ବି ହୋଇନଥାଏ । ତେଣୁ ଯେତେ ସାବଧାନତା ପରଖିଲେ ମଧ୍ୟ ଅଧିକାଂଶ ସମୟରେ ଲୋକେ ପେଟ୍ରୋଲ ଭରିବା ସମୟରେ ଠକାମୀର ଶିକାର ହୋଇଯାଆନ୍ତି ।
ଘଟଣାଟି ହେଲା କି, କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଯାହାକି ଏକ ପେଟ୍ରୋଲ ପମ୍ପର ଦୃଶ୍ୟ ରହିଛି । ଏବଂ ଏଥିରେ ଜଣେ ପେଟ୍ରୋଲ ପମ୍ପର କର୍ମୀ କିଭଳି ଭାବରେ ଗ୍ରାହକଙ୍କୁ ଚୂନା ଲଗାଉଛି ତାର ପୂରା ଜୀବନ୍ତ ଦୃଶ୍ୟ କଏଦ କରାଯାଇଛି । ତେବେ ଭିଡିଓଟି ଦେହରାଦୂର ବୋଲି ଜଣାପଡିଛି । ତେବେ ଭିଡିଓଟିରେ ପେଟ୍ରୋଲ ଠକିବାର ଏକ ନୂଆ ତରିକା ନଜର ଆସିଛି । ଭିଡିଓଟିକୁ ଜଣେ ବାଇକ ଚାଳକ ନିଜେ ପିନ୍ଧିଥିବା ହେଲମେଂଟରେ ଲାଗିଥିବା କ୍ୟାମେରାରେ କଏଦ କରିଛନ୍ତି ।
ଭିଡିଓରେ ଜଣେ ବାଇକ ଚାଳକ ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ଆସି ପହଂଚନ୍ତି ଏବଂ କର୍ମୀଙ୍କୁ ୫୦୦ ଟଙ୍କାର ପେଟ୍ରୋଲ ଭରିବାକୁ କୁହନ୍ତି । ହେଲେ ଆଶ୍ଚର୍ଯ୍ୟକର କଥା ହେଲା କି, କର୍ମୀ ଜଣକ୫୦୦ଟଙ୍କା ପରିବର୍ତ୍ତେ ମାତ୍ର ୧୦୦ଟଙ୍କାର ପେଟ୍ରୋଲ ଭରି ମେସିନକୁ ବନ୍ଦ କରିଦେଉଛି । ଏହାପରେ ବାଇକ ଚାଳକଙ୍କ ତାଙ୍କୁ ବିରୋଧ କରିବାରୁ ଯାଇ ସେ ପୁଣି ଥରେ ଅର୍ଥାତ ୫୦୦ଟଙ୍କାର ତେଲ ଭରିଛି । ହେଲେ ଏହି ସମୟରେ ବି କର୍ମୀ ଜଣକ ୧୦୦ଟଙ୍କା ମାରିନିଏ । ତେବେ କେମିତି ଜାଣନ୍ତୁ ।ଘଟଣାଟି ଏମିତି ଥିଲା କି, ଗାଡି ଚାଳକ ବିରୋଧ କ୍ରମେ ପେଟ୍ରୋଲ କର୍ମୀ ଜଣକ ପୁଣି ଥରେ ମେସିନରେ ଚାରି ଶହ ଟଙ୍କା ଫିଡ କରିଥାଏ ସତ ହେଲେ ମେସିନ ଜିରୋରୁ ଆରମ୍ଭ କରିବା ପରିବର୍ତ୍ତେ ୧୦୦ଟଙ୍କାରୁ ହିଁ ଆରମ୍ଭ କରେ । ଯାହାଦ୍ୱାରା ଚାଳକକୁ ଲାଗିଥିଲା କି ସେ ପୂର୍ବରୁ ଭରିଥିବା ୧୦୦ଟଙ୍କା ଏବଂ ପରେ ୪ଶହକୁ ମିଶାଇ ୫୦୦ ଟଙ୍କାର ପୂରା ପେଟ୍ରୋଲ ଭରିଦିଆଗଲା ବୋଲି କିନ୍ତୁ କର୍ମୀ ଜଣକ ମେସିନକୁ ୧୦୦ରୁ ହିଁ ହିସାବ ଆରମ୍ଭ କରି ମୋଟ୍ ୪୦୦ଟଙ୍କାର ହିଁ ପେଟ୍ରୋଲ ଭରିଥିଲା ।
ତେବେ ଦ୍ୱିତୀୟ ଥର ପାଇଁ ୪୦୦ଟଙ୍କାର ପେଟ୍ରୋଲ ଭରିବା ପୂର୍ବରୁ ହିଁ ତାଙ୍କୁ ମେସିନକୁ ପୁଣି ଥରେ ଜିରୋରୁ ହିଁ ଆରମ୍ଭ କରିବାରେ ଥିଲା, ଯାହାକି ସେ ଏଭଳି କରିନଥିଲା । ଏଭଳି ଭାବରେ କର୍ମୀ ଜଣକ ଗ୍ରାହକଙ୍କଠାରୁ ୧୦୦ଟଙ୍କା ଚଳୁକରିନେଇଥିଲା । ତେଣୁ ଏବେ ଯେତେବେଳେ ବି ଆପଣ ତେଲ ଭରିବାକୁ କୌଣସି ପେଟ୍ରୋଲ ପମ୍ପ ଯାଉଛନ୍ତି ତେବେ ଏସବୁ ଦିଗରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ଏବଂ ଅନ୍ୟଙ୍କୁ ବି ଏନେଇ ସଚେତନ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/7-6.jpg)
/kanak/media/post_attachments/wp-content/uploads/2018/05/4-5-300x203.jpg)
/kanak/media/post_attachments/wp-content/uploads/2018/05/5-5-300x194.jpg)
/kanak/media/post_attachments/wp-content/uploads/2018/05/6-2-300x184.jpg)