ଜୁଇଁର ଚିତାରେ ହୋଲି ! ଯେଉଁଥିରେ ସ୍ୱୟଂ ମହାଦେବ ମଧ୍ୟ ହୁଅନ୍ତି ସାମିଲ

168

ହୋଲିର ଏହି ପବିତ୍ର ସପ୍ତାହରେ ସବୁ ଆଡେ ଖାଲି ରଙ୍ଗର ଚର୍ଚ୍ଚା । କେଉଁଠାରେ ଏହାର ରଙ୍ଗ ଫିକା ତ ଆଉ କେଉଁଠି ଗାଢ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବିଶ୍ୱରେ ଏକ ଏଭଳି ସ୍ଥାନ ଅଛି ଯେଊଁଠି ହୋଲିର ଉତ୍ସବ ରହିଛି ସଂପୂର୍ଣ୍ଣ ନିଆରା । ସେଠାରେ ବହୁତ ଧୁମ ଧାମରେ ହୋଲି ପାଳନ କରାଯାଏ ସତ କିନ୍ତୁ କୌଣସି ରଙ୍ଗରେ ନୁହେଂ ବରଂ ମଣିଷର ଚିତାରେ । ତେବେ ଏଭଳି ଏକ ଅଜବ ପରମ୍ପରା ରହିଛି ବନାରସର ମଣିକର୍ଣ୍ଣିକା ଘାଟରେ ।

ଶାସ୍ତ୍ର ଅନୁସାରେ ଏହି ମଣିକର୍ଣ୍ଣିକା ଘାଟକୁ ଏକ ଏଭଳି ଘାଟ କୁହାଯାଏ । ଯେଉଁଠାରେ କି ଜୁଇଁର ନିଆଁ କେବେ ଶାନ୍ତ ହୋଇ ନଥାଏ ।

ପ୍ରତିବର୍ଷ ହୋଲି ଉତ୍ସବର ତଥା ଏକାଦଶୀର ପରଦିନ ହିଁ ଏଠାରେ ହୋଲି ଖେଳାଯାଇଥାଏ । ତେବେ ଏହାର ମାନ୍ୟତା ଅଛି କି, ଏହି ଅବସରରେ ସ୍ୱୟଂ ମହାଦେବ କୌଣସି ନା କୌଣସି ରୂପରେ ଆସି ଉତ୍ସବରେ ଭକ୍ତଙ୍କ ସହ ସାମିଲ ହୋଇଥାନ୍ତି ।

ମାନ୍ୟତା ଆଉ ମଧ୍ୟ ରହିଛି କି, ଏକାଦଶୀ ଦିନ ମା ପାର୍ବତୀଙ୍କ ପୂଜାର୍ଚ୍ଚନା ପରେ ବାବା ଶିବ ମାଙ୍କ ସହ ହୋଲି ଖେଳିଥାନ୍ତି । କିନ୍ତୁ କୌଣସି ଭୂତ-ପ୍ରେତ କିମ୍ବା ପିଶାଚ ତାଙ୍କ ସହ ଖେଳି ପାରନ୍ତି ନାହିଁ । ଏଥିପାଇଁ ଏହାର ଠିକ୍ ପରଦିନ ହିଁ ବାବା ମଣିକର୍ଣ୍ଣିକା ତୀଥିରେ ଏହି ଘାଟକୁ ସ୍ନାନ କରିବାକୁ ଆସନ୍ତି ଏବଂ ଚିତାଭସ୍ମରେ ସେମାନଙ୍କ ସହିତ ହୋଲି ଖେଳନ୍ତି ।