ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ରହସ୍ୟମୟୀ ତାରା’ର ସତ୍ୟତା । ଏଲିୟନ ନୁହେଁ ବରଂ ଚମକିବାର କାରଣ ହେଲା କିଛି ଅନ୍ୟ, ଜାଣନ୍ତୁ . . .

38

ବୈଜ୍ଞାନିକଙ୍କ ମତାନୁସାରେ, ଟ୍ୟାବି ଷ୍ଟାର ହେଉଛି ବିଶ୍ୱର ସବୁଠାରୁ ରହସ୍ୟମୟୀ ତାରା । ଯାହାକି ଧୂଳିକଣା କାରଣରୁ ଅସାମାନ୍ୟ ଢଙ୍ଗରେ ଝାପସା ଏବଂ ଉଜ୍ଜଳମୟ  ଦିଶିଥାଏ ତେବେ ଏହି ତାରାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭ୍ରମକୁ  ଦୂର କରିଛି ନାସା । ନାସା ସ୍ପଷ୍ଟ କରିଛି କି ଏହା ହେଉଛି ଏକ ରହସ୍ୟମୟୀ ଅସ୍ଥିର ତାରା ଏବଂ ଏହା କୌଣସି ଏଲିଏନ୍ସ ନୁହେଁ ।

ସୂଚନା ମୁତାବକ, କେଆଇସି ୮୪୬୨୮୫୨ ବା ଟ୍ୟାବି ଷ୍ଟାର, ସାଧାରଣତଃ ସୂର୍ଯ୍ୟଙ୍କ ତୁଳନାରେ ପାଖାପାଖି ୫୦ ପ୍ରତିଶତ ବଡ ଏବଂ ୧୦୦୦ଡିଗ୍ରୀ ଅଧିକ ଉତ୍ତପ୍ତ । ଯାହାକି ଅନ୍ୟ ତାରାଙ୍କ ଭଳି ହିଁ ଅସ୍ପଷ୍ଟ ଏବଂ ବହୁ ମାତ୍ରାରେ ଚମକି ଥାଏ । ଏହି ତାରାର ଅସାମାନ୍ୟ କିରଣକୁ ବହୁ ସିଦ୍ଧାନ୍ତରେ ବୁଝାଯାଇଛି । ଯେଉଁଥିରେ ଏକ ଏଲିୟନ ମେଗାଷ୍ଟ୍ରକଜର ବି ସାମିତ ରହିଛି । ଯାହା ଏହି ତାରକାର କକ୍ଷ ପଥରେ ଘୂରି ବୁଲୁଛି ।

ଆମେରିକାର ଲୁସିୟାନା ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ତାବେଥା ବୋୟାଜିଆନର ସୂଚନା ମୁତାବକ, ଏହି ତାରକାଟି ଏଭଳି ଚମକିବାର ଏକମାତ୍ର କାରଣ ହେଉଛି ଧୂଳିକଣା । ସେହିପରି ଏକ ନୂଆ ଆକଳନରୁ ଏକଥା ଜଣା ପଡିଛି କି ଆଲୋକର ବିଭିନ୍ନ ରଙ୍ଗକୁ ପୃଥକ ପୃଥକ ତିବ୍ରତାରୁ ଅବରୁଦ୍ଧ କରାଯାଇପାରେ, ଯେଉଁଥିପାଇଁ  ଭୂପୃଷ୍ଠ ଏବଂ ତାରା ମଧ୍ୟରେ ଯାହା ବି କିଛି ଗତି କରୁଛି ସେସବୁ ଅସ୍ୱଚ୍ଛ ନୁହଁନ୍ତି ।