ଇଏ ବି ପ୍ରେମ ! ପ୍ରେମିକାର ଗୋଡ ଧରି ବିଚ୍ ରାସ୍ତାରେ ପ୍ରେମିକର ବୁକୁ ଫଟା କାନ୍ଦ

64

ପ୍ରେମରେ ଅନେକ ବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ରାଗ ରୁଷା ତ ହୋଇଥାଏ । ଏବଂ କଥା ଯଦି ବଢିଯାଏ ତେବେ ତାହା ବ୍ରେକଅପର ରୂପ ନେଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ ବୋଧେ ଆପଣଙ୍କ ହୃଦୟ ଭାଙ୍ଗି ଯିବ । ଆଜ୍ଞା ହଁ । ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୀନର ଏକ ସହରରେ ।

ସୂଚନା ମୁତାବକ, ଚୀନର ଏକ ବ୍ୟସ୍ତ ବହୁଳ ସ୍ଥାନର ଠିକ୍ ରାସ୍ତାର ମଝିଆ ମଝିରେ ଏକ ବ୍ରେକଅପ ଜନିତ ପ୍ରେମ କାହାଣୀକୁ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡର ଗୋଡ ଧରି ଛୋଟ ପିଲାଙ୍କ ଭଳି ଚିତ୍କାର କରି କାନ୍ଦିବାକୁ ଲାଗିଛି । ଖାଲି ସେତିକି ନୁହେଁ ସେ କିଛି ବାଟ ଯାଏଁ ମଧ୍ୟ ଘୋଷାଡି ହୋଇ ଚାଲି ଯାଇଥିଲା ମାତ୍ର ଯୁବତୀଟି ତାର କୌଣସି ବି କଥା ଶୁଣି ନଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଯୁବକଟି ବଡ ପାଟି କରି କହିବାରେ ଲାଗିଥାଏ, ‘ମୋତେ କ୍ଷମା କରି ଦିଅ’ବୋଲି କିନ୍ତୁ ଯୁବତୀର କଠୋର ହୃଦୟରେ ତାହା ଭେଦ କରି ପାରି ନଥିଲା । ପ୍ରତିବଦଳରେ ଯୁବତୀ ଜଣଙ୍କ ଯୁବକଟିକୁ ୨-୪ ଚାପୁଡା ମାରିଥିଲା ।

ତେବେ ପ୍ରକୃତ ଘଟଣା ସଂପର୍କରେ ଯଦିଓ ଆମକୁ ଅଧିକ ସୂଚନା ମିଳିପାରି ନାହିଁ । କିନ୍ତୁ ଉପସ୍ଥିତ ଲୋକେ ଏହାର ମଜା ଉଠାଇବା ସହ ଏହାର ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସୂଚନା ମିଳିଛି । ତେବେ ଦେଖନ୍ତୁ ଏହି ଭିଡିଓ-