ଅଚଳ ନୁହେଁ କୌଣସି ବି କଏନ ! ଆରବିଆଇର କଡା ନିର୍ଦ୍ଦେଶ, ଏଣିକି ଖୁଚୁରା ନେବାକୁ ମନା କଲେ ହେବ ସାତ ବର୍ଷ କାଳ ଜେଲ୍

Advertisment
ଅଚଳ ନୁହେଁ କୌଣସି ବି କଏନ ! ଆରବିଆଇର କଡା ନିର୍ଦ୍ଦେଶ, ଏଣିକି ଖୁଚୁରା ନେବାକୁ ମନା କଲେ ହେବ ସାତ ବର୍ଷ କାଳ ଜେଲ୍

ବିମୁଦ୍ରାକରଣକୁ ନେଇ ପାଖାପାଖି ୨ ବର୍ଷ ବିତିଗଲାଣି, ହେଲେ ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କକୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବଡ କଥା ହେଲା, ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ଅନେକ ଗାଇଡନାଇନ୍ ଜାରି କରାଯିବା ସତ୍ୱେ ବି ଲୋକେ ତାକୁ ଗ୍ରହଣ କରିବାକୁ ପୂରା ଅମଙ୍ଗ ।

publive-image

ସରକାରଙ୍କ କହିବା କଥା ହେଲା, ସମସ୍ତ ପ୍ରଚଳିତ କଏନ ବୈଧ ଅଟେ । କିନ୍ତୁ ଏବେବି ଲୋକେ ଏହାକୁ ମାନିବାକୁ ସଂପୂର୍ଣ୍ଣ ନାରାଜ । ଓଡିଶାରୁ ଆରମ୍ଭ କରି ଦେଶର ଅଧିକାଂଶ ରାଜ୍ୟରେ କଏନକୁ ନେଇ ଏବେ ଅନେକ ଅନିଶ୍ଚତତା ଦେଖିବାକୁ ମିଳୁଛି । କଏନକୁ ଏବେ ଦେଖିବା ମାତ୍ରେ ବ୍ୟାଙ୍କ ନେଉନାହାନ୍ତି କହି ନାକ ଟେକୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି । ଏଭଳି ସ୍ଥିତିରେ କଏନ ଅଚଳ ହୋଇନାହିଁ, ବରଂ ଏହା ଏକ ଗୁଜବ ବୋଲି କହିଛି ବ୍ୟାଙ୍କ ।

publive-image

ବଜାରରେ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ଅବା ଗାଁ ଗହଳି ସବୁଠି କଏନ୍ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି କଏନ୍ କେହି ନନେବାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଖୁଚୁରା ବ୍ୟବସାୟୀ । ସେପଟେ ବ୍ୟାଙ୍କ କର୍ତୃପକ୍ଷ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ବ୍ୟାଙ୍କର କହିବା କଥା କଏନ ଅଚଳ ଏକ ଗୁଜବ । ଏହାକୁ ବିଶ୍ୱାସ ନକରି ସମସ୍ତେ କଏନ ଗ୍ରହଣ କରନ୍ତୁ । ନଚେତ୍ ଆଇନଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ଏନେଇ ଆପଣ ପୁଲିସରେ ଅଭିଯୋଗ କରିପାରିବେ, ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲର ହାୱା ଖାଇବାକୁ ପଡିପାରେ ।

publive-image

ରିଜର୍ଭ ବ୍ୟାଙ୍କର ପ୍ରବକ୍ତାଙ୍କ କହିବା କଥା ହେଲା କି, ଯେଉଁ ସବୁ କଏନ ଜାରି କରାଯାଇଛି , ତାହା ରିଜର୍ଭ ବ୍ୟାଙ୍କର ନିୟମ ଆଧାରରେ ଜାରି କରାଯାଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାର ସୂଚନା ପୁଲିସକୁ ଦେଇଦେବା ଉଚିତ , କାରଣ ଏଭଳି କରିବା ଅପରାଧ ଅଟେ । ଗତ କିଛି ମାସ ହେବା କଏନ ସବୁ ଅଚଳ ହୋଇଗଲାଣି ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି । ତେବେ ଏହା ଏକ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe