ଆସନ୍ତା ୪ ତାରିଖରେ ଆପଣଙ୍କୁ ମିଳିପାରେ ୪ଟି ଖୁସି ଖବର ! ଆପଣଙ୍କ ଜୀବନରେ ହୋଇପାରେ ବଡ ପରିବର୍ତ୍ତନ

62

ମେ’ ୪ ତାରିଖରେ ଆପଣଙ୍କ ପାଇଁ ଆସିପାରେ ଚାରିଟି ବଡ ଖୁସି । ବଦଳି ଯାଇପାରେ ଆପଣଙ୍କ ଜୀବନରେ ଅନେକ କିଛି । ଏଭଳି ଆମେ ଏଥିପାଇଁ କହୁଛୁ, କାରଣ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ତଥା ବସ୍ତୁ ଏବଂ ସେବାର ବ୍ୟବହାର ବହୁତ ଶସ୍ତା ହୋଇଯିବ । ଏହାଦ୍ୱାରା ଆପଣଙ୍କର ସେଭିଂ ତ ହେବ ସତ ଏଥିସହିତ ବ୍ୟବସାୟୀଙ୍କୁ ମଧ୍ୟ ଅନେକ ଲାଭ ମିଳିବ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଜିଏସଟି କାଉସିଲ ହେବ ବୈଠକ

୪ ମଇରେ ଜିଏସଟିର ୨୭ ତମ କାଉସିଲିଂ ବୈଠକ ଅନୁଷ୍ଠିତ ହେବ । ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ସବୁ ସାମିଲ ହେବେ । ଯଦିଓ ଏହି ବୈଠକଟି ଭିଡିଓ କନ୍ଫରେସିଂ ଜରିଆରେ ହେବ । ତେବେ ଏହି ବୈଠକ ଏଥିପାଇଁ ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ, କାହିଁକି ନା , ଏହାର ଠିକ୍ ପରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ ।

ପେଟ୍ରୋଲ-ଡିଜେଲ ଉପରେ ହୋଇପାରେ ବଡ ନିଷ୍ପତି

ସାରା ଦେଶରେ ପେଟ୍ରୋଲ-ଡିଜେଲର ଦରଦାମ ବର୍ତ୍ତମାନ ନିଆଁ ଲାଗି ଯିବା ପରିସ୍ଥିତିରେ ରହିଛି । ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ପଡିଛି । ଦୀର୍ଘଦିନ ହେଲା ଉଭୟ ପେଟ୍ରୋଲ-ଡିଜେଲକୁ ଜିଏସଟିରେ ସାମିଲ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । କାରଣ ପେଟ୍ରୋଲ-ଡିଜେଲ ଜିଏସଟି ପରିସରରେ ଆସିବା ଦ୍ୱାରା ଏହାର ଦରଦାମରେ ବି ପରିବର୍ତ୍ତନ ଆସିବ ତଥା ଶସ୍ତା ହୋଇଯିବ । ଯଦିଓ ଅଧିକାଂଶ ରାଜ୍ୟରେ ଏହି ପ୍ରସ୍ତାବକୁ ବିରୋଧ ମଧ୍ୟ କରାଯାଇଛି । କାରଣ, ଏଭଳି ହେବା ଦ୍ୱାରା ରାଜ୍ୟଗୁଡିକୁ ଟାକ୍ସ ଜରିଆରେ ହେଉଥିବା ଲାଭ ଉପରେ ଗଭୀର ପ୍ରଭାବ ପଡିବ ।

ଡିଜିଟାଲ ଟ୍ରାନ୍ସାକସନ ଉପରେ ମିଳିବ କ୍ୟାସବ୍ୟାକ

ଡିଜିଟାଲ ପେମେଂଟ କରୁଥିବା ଦୋକାନୀମାନଙ୍କୁ ବି ଏହା ବଦଳରେ କ୍ୟାସବ୍ୟାକ ଭଳି ଆକର୍ଷଣୀୟ ଲାଭ ମିଳିପାରେ । ଏହି ବ୍ୟବସ୍ଥା ଲାଗୁ କରିବାର ଏକ ପ୍ରସ୍ତାବ ଉପରେ ବର୍ତ୍ତମାନ ସରକାର ବିଚାର କରୁଛନ୍ତି । ତେବେ ଏହି ପ୍ରସ୍ତାବରେ ଡିଜିଟାଲ ତରିକାରେ ପେମେଂଟ କରୁଥିବା ଉପଭୋକ୍ତାଙ୍କୁ କିଣିଥିବା ସାମଗ୍ରୀର ମୂଲ୍ୟ ତଥା ଏମଆରପି ଉପରେ ରିହାତି ଭଳି ସୁବିଧା ଦିଆଯିବ । ତେବେ ଏହି ରିହାତି ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସେହିପରି ବ୍ୟବସାୟୀଙ୍କୁ ମଧ୍ୟ ଏଥିରେ କ୍ୟାସବ୍ୟାକ ଭଳି ଲାଭ ମିଳିବ ।

୧୫ ଟଙ୍କା ପ୍ରତି କିଲୋ ବଢିପାରେ ଚିନିର ଦାମ

ଏହି ବୈଠକରେ ଏକ ଏଭଳି ନିଷ୍ପତି ବି ନିଆଯାଇପାରେ ,ଯାହା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ । ସରକାର ଚିନି ଉପରେ ୫ ପ୍ରତିଶତ ସେସ ଲଗାଇପାରନ୍ତି । ଯାହାଦ୍ୱାରା ଚିନିର ଦାମ କିଲୋ ପ୍ରତି ୧୫ ଟଙ୍କା ବୃଦ୍ଧି ପାଇପାରେ । ଆଖୁ ଚାଷୀଙ୍କର ପାଖାପାଖି ୧୯,୭୮୦ କୋଟି ଟଙ୍କା ର ବକେୟା ରହିଛି । ଆଉ ଏହି ସେସରୁ ଏକ ଫମ୍ଡ ଫଣ୍ଡ ପ୍ରସ୍ତୁତ କରାଯିବ ଏବଂ ଏହାଦ୍ୱାରା ହିଁ ଚାଷୀଙ୍କ ଟଙ୍କା ପରିଶୋଧ କରାଯିବ ।

ବ୍ୟବସାୟୀଙ୍କ ପାଇଁ ସିଙ୍ଗିଲ ରିଟର୍ନ ଫର୍ମ

ବସ୍ତୁ ଏବଂ ସେବା କର ତଥା ଜିଏସଟି ପରିସରରେ ଆସୁଥିବା କୋଟି କୋଟି ବ୍ୟବସାୟୀଙ୍କୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ହିଁ ଏକ ବହୁତ ବଡ ଉପହାର ଦେଇପାରନ୍ତି । ଏହି ବ୍ୟବସାୟୀଙ୍କୁ ପ୍ରତି ମାସ ୩ଟି ଲେଖାଏଁ ରିଟର୍ନ ଫାଇଲ ଭରିବା ଜନ୍ତ୍ରଣାରୁ ମୁକ୍ତ କରିପାରନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ନିଜର ବିଜନେସ ଅତି ସହଜରେ କରିପାରିବେ ।

ଅଧିକାରୀ କରିବେ ଯାଂଚ

ଟାକ୍ସ ଚୋରି ରୋକିବା ପାଇଁ ସିଷ୍ଟମ ପ୍ରତି ତ୍ରିମାହିରେ ଏକ ଏଭଳି ତାଲିକା ପ୍ରସ୍ତୁତ କରିବ, ଯେଉଁଥିରେ ଟାକ୍ସ ଜମା କରୁନଥିବା ଖିଲାପିକାରୀଙ୍କ ଉପରେ ନଜର ରଖାଯାଇପାରିବ । ଟାକ୍ସ ଅଧିକାରୀ ପୁଣି ଏଭଳି ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିବେ ।

ଚାଲାଣଗୁଡିକର ହେବ ଅଟୋ ଜେନେରେସନ

ଏଣିକି ନୂଆ ଫର୍ମରେ ଟାକ୍ସ ପେମେଂଟ କରିବାର ଚାଲାଣ ଅଟୋ ଜେନରେଟ ହେବ । ଏହି ଇନପୁଟ ଟାକ୍ସ କ୍ରେଡିଟଠାରୁ ଭିନ୍ନ ହେବ । ଏହାଛଡା ଟାକ୍ସପେୟର ନିକଟରେ କ୍ରେଡିଟ ରାଶିକୁ ଏଡିଟ କରିବାର ବିକଳ୍ପ ମଧ୍ୟ ଦିଆଯିବ ।