ଆଉ ପାଖରେ ରଖିବାକୁ ପଡିବନି ନଗଦ ଟଙ୍କା ! ଏହି ଗୋଟିଏ କାର୍ଡ ଦେଖାଇ ଆପଣ କରିପାରିବେ ଟ୍ରେନ, ବସ୍ ଏବଂ ଅଟୋରେ ଯାତ୍ରା

Advertisment
ଆଉ ପାଖରେ ରଖିବାକୁ ପଡିବନି ନଗଦ ଟଙ୍କା ! ଏହି ଗୋଟିଏ କାର୍ଡ ଦେଖାଇ ଆପଣ କରିପାରିବେ ଟ୍ରେନ, ବସ୍ ଏବଂ ଅଟୋରେ ଯାତ୍ରା

ଖୁବ୍ ଶୀଘ୍ର ଦେଶବାସୀଙ୍କୁ ଗୋଟିଏ ସହରରୁ ଅନ୍ୟ ଏକ ସହର ତଥା ସହର ଭିତରେ ଯାତ୍ରା କରିବା ସମୟରେ ବିଭିନ୍ନ ପ୍ରକାରର କାର୍ଡ କିମ୍ବା କ୍ୟାସ ରଖିବା ଭଳି ସମସ୍ୟାରୁ ମୁକ୍ତି ମିଳିବ । କାହିଁକି ନା ଜନତାଙ୍କ ସୁବିଧା ପାଇଁ ମୋଦି ସରକାର ଖୁବ୍ ଶୀଘ୍ର ସାରା ଦେଶରେ ଲାଗୁ କରିବାକଯାଉଛନ୍ତି ଏକ କମନ ମୋବିଲିଟି କାର୍ଡ । ଏହି କାର୍ଡ ଜରିଆରେ ଲୋକେ କେଉଁଠି ବି ବିନା କୌଣସି ଟେନସନରେ ଯାତ୍ରା କରିପାରିବେ । କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏବଂ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ ଏନପିସିଆଇ ମିଶି ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି ।

କେବେ ହେବ ଆରମ୍ଭ

ଡିସେମ୍ବର ସୁଧା ଏହି କାର୍ଡ ସାରା ଦେଶରେ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି । ମିଳିଥିବା ସୂଚନା ମୁତାବକ, ଏନପିସିଆଇ ଦେଶର ସମସ୍ତ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାମାନଙ୍କ ସହ ଏନେଇ ଆଲୋଚନା କରୁଛି । ଏହି କାର୍ଡ ଦ୍ୱାରା ଲୋକେ ଟିକେଟ କିଣିବା ସହିତ ହିଁ ପେମେଂଟ ମଧ୍ୟ କରିପାରିବେ ।

ଡେବିଟ୍-କ୍ରେଡିଟ୍ କାର୍ଡ ଭଳି କରିବ କାମ

ଏହି ମୋବିଲିଟି କାର୍ଡ ପୂରାପୂରି ଡେବିଟ- କ୍ରେଡିଟ୍ କାର୍ଡ ଭଳି ହିଁ କାମ କରିବ । ଏହି କାର୍ଡ ପାଇଁ ସବୁ ପ୍ରକାରର ଗାଡିରେ ପଏଂଟ ଅଫ ସେଲ ତଥା ପିଓଏସ ମେସିନ ଲଗାଇବାକୁ ମଧ୍ୟ ଆଲୋଚନା ଚାଲିଛି । ଯାହାଦ୍ୱାରା ଲୋକଙ୍କୁ ଗାଡିରେ ଯିବା ଆସିବା କରିବା ସମୟରେ କେବଳ ଏହାକୁ ସ୍ୱାଇପ କରିବାକୁ ହେବ ।ତେବେ ଯେଉଁ ଗାଡିମାନଙ୍କରେ ଏହି ମେସିନ ଲଗାଯିବ, ସେଥିରେ ଅଟୋରିକ୍ସା, ଟ୍ୟାକ୍ସି ଏବଂ ସିଟି ବସ ସାମିଲ ରହିଛି । ରେଲେଓ ଏବଂ ରାଜ୍ୟ ପରିବହନର ବସଗୁଡିକରେ ମଧ୍ୟ ଏହି କାର୍ଡ ଜରିଆରେ ଯାତ୍ରା କରିପାରିବେ ।

ଏଠାରେ ଆମେ କହି ରଖୁଛି କି, ଏହି କାର୍ଡ ବର୍ତ୍ତମାନ ଦିଲ୍ଲୀରେ ଆରମ୍ଭ ହୋଇସାରିଲାଣି । ଦିଲ୍ଲୀବାସୀ ଏବେ ଏହି କାର୍ଡ ଜରିଆରେ ହିଁ ଯାତାୟତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe