ସରକାରଙ୍କ ଏହି ପୋର୍ଟାଲ ଜରିଆରେ ଏଣିକି ଆପଣ ଘରେ ବସି ବି କରିପାରିବ ଟଙ୍କା ରୋଜଗାର
ଏଣିକି ଆପଣ ଘରେ ବସି ବି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । କାରଣ ରୋଜଗାର ପାଇଁ ମୋଦି ସରକାର ଜନତାଙ୍କୁ ଭେଟି ଦେଇଛନ୍ତି ପୁଣି ଏକ ନୂଆ ପ୍ଲାଟଫର୍ମ । ଯେଉଁଥିରେ ଆପଣ ଘରେ ବସି ଅତି ସହଜରେ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା । ଯଦି ଆପଣଙ୍କ ନିକଟରେ କୌଣସି ପ୍ରତିଭା ରହିଛି ତେବେ ଏହି ପ୍ରତିଭା ବଳରେ ହିଁ ଆପଣ ଘରେ ବସି ବ୍ୟବସାୟ କରି ଟଙ୍କା କମେଇ ପାରିବେ । ଏଠାରେ ଆମେ କହି ରଖୁଛୁ କି ଏହି ଯୋଜନା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚାନ ମୁତାବକ, ଯଦି ଆପଣ ଘରେ ବସି କିଛି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟ ଆପଣଙ୍କ ପାଇଁ ଏକ ମଂଚ ପ୍ରସ୍ତୁତ କରିଛି । ଯାହାର ନାଁ ରଖାଯାଇଛି ‘ମହିଳା ଇ-ହାଟ’ । ଏହି ମଂଚ (ପ୍ଲାଟଫର୍ମ)ରେ ଆପଣ ଘରେ ରହି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରି ତାକୁ ଅନଲାଇନ ମାଧ୍ୟମରେ ବିକ୍ରି କରିପାରିବେ । ସବୁଠାରୁ ବଡ କଥା ହେଲା କି, ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଚାର୍ଜ ଦେବାକୁ ପଡିବନାହିଁ କି ନା ହିଁ ଆପଣଙ୍କର ପ୍ରଡକ୍ଟ ‘ମହିଳା ଇ-ହାଟ’ ପୋର୍ଟାଲରେ ଲିଷ୍ଟ କରିବା ପାଇଁ ସରକାର ଆପଣଙ୍କଠାରୁ କୌଣସି କମିସନ ମାଗିବେ ।
ତେବେ ମହିଳା ଇ-ହାଟ ଏକ ଅନଲାଇନ ପ୍ଲାଟଫର୍ମ । ଯେଉଁଠି ଆପଣ ଫ୍ୟାସନଠାରୁ ଆରମ୍ଭ କରି ଖେଳନା ପର୍ଯ୍ୟନ୍ତ କିମ୍ବା ଖାଦ୍ୟ ସାମଗ୍ରୀ ମଧ୍ୟ ତିଆରି କରି ତାହାକୁ ଏହି ପୋର୍ଟାଲରେ ସହଜରେ ଲିଷ୍ଟ କରିପାରିବେ ଏବଂ ତାକୁ ବିକ୍ରିକରି ଭଲ ରୋଜଗାର ବି କରିପାରିବେ । ହେଲେ ଏହି ପୋର୍ଟାଲରେ ନିଜ ପ୍ରଡକ୍ଟଗୁଡିକର ଲିଷ୍ଟ କରିବା ପାଇଁ ଆପଣଙ୍କୁ କିଛି ସର୍ତ୍ତକୁ ପୁରଣ କରିବା ପାଇଁ ପଡିବ । ଏହି ସାଇଟରେ ନିଜର ସାମଗ୍ରୀ ତଥା ଉତ୍ପାଦ ଲିଷ୍ଟ ହୋଇଯିବା ପରେ ଗ୍ରାହକ ଆପଣଙ୍କ ସହ ଯୋଗାଯୋଗ କରିବେ ଏବଂ ଉତ୍ପାଦକୁ କିଣିବେ ଓ ଏଥିସହିତ ଆପଣଙ୍କ ଉତ୍ପାଦ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହିଁବେ । ଯାହାକି ଆପଣଙ୍କର ଏହି ପୋର୍ଟାଲ୍ ବିଜନେସକୁ ବଢାଇବାରେ ସହାୟକ କରିବ ।
ମହିଳା ଇ-ହାଟ ପୋର୍ଟାଲରେ ଦିଆଯାଇଥିବା ସୂଚନା ମୁତାବକ, ଏହି ପୋର୍ଟାଲ ସହିତ କେବଳ ମହିଳାମାନେ ହିଁ ଯୋଡି ହୋଇପାରିବେ । ଏଥିପାଇଁ ଉକ୍ତ ଇଚ୍ଛୁକଙ୍କର ବୟସ ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ । ଖାଲି ସେତିକି ନୁହେଁ ଯେଉଁ ସାମଗ୍ରୀଗୁଡିକୁ ପୋର୍ଟାଲରେ ଲିଷ୍ଟ କରାଯାଇଛି ଏବଂ ଯେଉଁ ମହିଳାଙ୍କ ନାମରେ କରାଯାଇଛି ସେ, ସେହି ସାମଗ୍ରୀ ତିଆରି କରିବାର ପ୍ରକ୍ରିୟା ସହ ଜଡିତ ଥିବା ଦରକାର । ଆପଣଙ୍କୁ ନିଜର ଉତ୍ପାଦ ତଥା ସାମଗ୍ରୀଗୁଡିକୁ ଏବଂ ତା’ ସହ ଜଡିତ ସୂଚନା ପୋର୍ଟାଲକୁ ଦେବାକୁ ପଡିବ । ଏଥିସହିତ ଆପଣଙ୍କୁ ଏହାର ଫଟୋ ମଧ୍ୟ ପୋର୍ଟାଲକୁ ପଠାଇବାକୁ ପଡିବ । ଯାହାଦ୍ୱାରା ତାଙ୍କୁ ପୋର୍ଟାଲରେ ପ୍ରକାଶ କରାଯାଇପାରିବ ।
ଆପଣ ନିଜ ଘରେ ବସି ହିଁ ଏହି ଉତ୍ପାଦ ତଥା ସାମଗ୍ରୀଗୁଡିକୁ ତିଆରି କରିପାରିବେ । ପୋର୍ଟାଲରେ ସ୍ପଷ୍ଟ କରାଯାଇଛି କି, ଆପଣ ନିଜର ଉତ୍ପାଦର କ୍ୱାଲିଟିର ସମସ୍ତ ଦାୟିତ୍ୱ ନିଜକୁ ହିଁ ରଖିବାକୁ ପଡିବ । ତେବେ ଧ୍ୟାନ ରଖିବେ ଏହା କେବଳ ଏକ ପ୍ଲାଟଫର୍ମ । ଯାହାକି ଆପଣଙ୍କୁ ଗ୍ରାହକଙ୍କ ସହ ଯୋଡିବାକୁ ସୁଯୋଗ ଦେଇଥାଏ ।
ସୌଜନ୍ୟ: ଆଜତକ୍