ଆପରେ ଖୋଜି ବାହାର କରନ୍ତୁ କୌଣସି ବି ଦୁର୍ବଳତା ! ମିଳିବ ୬୪ ହଜାର ଟଙ୍କା ପୁରସ୍କାର

29

ଗୁଗଲ ଆରମ୍ଭ କଲା ବଗ ବାଉଂଟି ପ୍ରୋଗ୍ରାମ । ଯାହାଦ୍ୱାରା ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ପୂର୍ବପେକ୍ଷା ଅଧିକ ସୁରକ୍ଷିତ ରଖାଯାଇ ପାରିବ । ଏହି ପ୍ରୋଗ୍ରାମ ଜରିଆରେ ହ୍ୟାକର୍ସ କିମ୍ବା ସିକ୍ୟୁରିଟି ରିସଚର୍ସଙ୍କୁ ସୁଯୋଗ ଦିଆଯାଉଛି କି ଯଦି ଗୁଗଲକୁ ସେମାନେ ଗୁଗଲ ପ୍ଲେ ଷ୍ଟୋରରେ ରହିଥିବା କୌଣସି ଦୁର୍ବଳତା ସଂପର୍କରେ ଜଣାଇବେ ତେବେ ଗୁଗଲ ତାକୁ ପୁରଷ୍କୃତ କରିବ । ଗୁଗଲର ଏଭଳି ନିଷ୍ପତ୍ତି ପଛରେ ଏକମାତ୍ର ଉଦ୍ଦେଶ୍ୟ ରହିଛି ଆଣ୍ଡ୍ରଏଡ ଆପଗୁଡିକୁ ସୁରକ୍ଷା ଦେବା ।

ଗୁଗଲ ଏହି ବଗ ବାଉଂଟି ପ୍ରୋଗ୍ରାମର ନାମ ରଖିଛି ଗୁଗଲ ପ୍ଲେ ସିକ୍ୟୁରିଟି ରିୱାର୍ଡ । ଏହାଦ୍ୱାରା ଉଭୟ ହ୍ୟାକର୍ସ ଏବଂ ସିକୁାରିଟି ରିସଚର୍ସ ଆଣ୍ଡ୍ରଏଡ ଆପର ଡେଭଲେପର୍ସଙ୍କ ସହିତ ବଗ ଖୋଜିବା ଏବଂ ତାକୁ ଠିକ୍ କରିବାରେ କାମ କରିବେ । ଏଥିପାଇଁ ଗୁଗଲ ସେମାନଙ୍କୁ ୧,୦୦ ଡଲାରର ପୁରସ୍କାର ରାଶି ମଧ୍ୟ ଦେବାକୁ ସ୍ଥିର କରିଛି ।

ଗୁଗଲ ସୂଚନା ମୁତାବକ, ଏହି ପ୍ରୋଗ୍ରାମର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି, ଆପଗୁଡିକର ସିକ୍ୟୁରିଟିକୁ ବୃଦ୍ଧି କରିବା । ଯାହାକି ଡେଭଲପର୍ସଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଭାବେ ପ୍ରମାଣିତ ହେବ । ଖାଲି ସେତିକି ନୁହେଁ , ଏହା ଆଣ୍ଡ୍ରଏଡ ୟୁଜର୍ସ ଏବଂ ସଂପୂର୍ଣ୍ଣ ଗୁଗଲ ପ୍ଲେ ଇକୋସିଷ୍ଟମ ପାଇଁ ମଧ୍ୟ ଫଳପ୍ରଦ ପ୍ରମାଣିତ ହେବ ।
ଏଠାରେ ଆମେ କହି ରଖୁଛୁ କି, ଗୁଗଲ ଏହି ପାଇଁ ବଗ ବାଉଂଟି ପ୍ଲାଟଫର୍ମ ହ୍ୟାକରୱାନ ସହିତ ପାର୍ଟନର୍ସିପ କରିଛି । ତେବେ ହ୍ୟାକର୍ସୱାନ ଏକ ଏଭଳି ପ୍ଲାଟଫର୍ମ ଯେଉଁଥିରେ ବ୍ୟବସାୟ ଏବଂ ସାଇବର ସିକ୍ୟୁରିଟି ରିସର୍ଚର୍ସଙ୍କ ମଧ୍ୟରେ ଏକ ଚେନ ଭଳି କାମ କରିଥାଏ ଏବଂ ଏହା ବିଶ୍ୱର ସବୁଠାରୁ ବଡ ସାଇବର ସିକ୍ୟୁରିଟି ପ୍ଲାଟଫର୍ମ ଅଟେ ।

ସୌଜନ୍ୟ: ଆଜତକ୍