କଠୁଆ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିବାରୁ ଚାଲିଗଲା ଚାକିରି । ଜାଣନ୍ତୁ କାହିଁକି

କଠୁଆ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିବାରୁ ଚାଲିଗଲା ଚାକିରି । ଜାଣନ୍ତୁ କାହିଁକି

କଠୁଆ-ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ବ୍ୟାପୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଚେଷ୍ଟା ଆରମ୍ଭ କରିଛନ୍ତି । ଅଭିଯୁକ୍ତମାନଙ୍କୁ କିପରି ଉଚିତ୍ ଦଣ୍ଡ ମଳିବ ସେ ନେଇ ଦେଶର ପ୍ରତି କୋଣରେ ଆନ୍ଦୋଳନ ଜାରି ରହିଛି । ଗତ ଜାନୁଆରି ୧୦, ୨୦୧୮ରେ ଜନୈକା ୮ବର୍ଷୀୟା ନାବାଳିକାକୁ କିଛି ଦୃର୍ବୁତ୍ତ ଅପହରଣ କରି ନେଇ ତା ସହ ଗଣଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।

publive-image

ସମସ୍ତେ ଅଭିଯୁକ୍ତମାନଙ୍କର ଏଭଳି ଅପରାଧକୁ ନିନ୍ଦା କରୁଥିବା ବେଳେ କେରଳର ଜଣେ ବରିଷ୍ଠ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଯାହା ହୋଇଛି ଠିକ୍ ହୋଇଛି ବୋଲି କହିଛନ୍ତି । ଭଲ ହୋଇଛି ସେ ମରି ଯାଇଛି । ପୀଡ଼ିତାଙ୍କ ପାଇଁ କର୍ମଚାରୀ ଜଣଙ୍କ ଏପରି କହିଥିବା ବେଳେ ଅନ୍ୟ କର୍ମଚାରୀଙ୍କୁମାନଙ୍କୁ ମଧ୍ୟ ଏପରି କହିବା ପାଇଁ ସେ ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ବିଷୟରେ ଜଣା ପଡ଼ିବା ପରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର କୋଚି ଶାଖାରେ ଥିବା ଆସିଷ୍ଟାଣ୍ଟ ମ୍ୟାନେଜର ବିଷ୍ଣୁ ନନ୍ଦକୁମାରଙ୍କୁ ବ୍ୟାଙ୍କ ତରଫରୁ ବହିଷ୍କାର କରା ଯାଇଥିବା ଜଣା ପଡ଼ିଛି ।

publive-image

ସୂଚନା ମୁତାବକ, କଠୁଆ ଗଣଦୁଷ୍କର୍ମ ମାମଲାର କିଛି ଦିନ ପରେ ବିଷ୍ଣୁ ନିଜ ଫେସବୁକ୍ ପେଜରେ, ଭଲ ହୋଇଛି ସେ ଏତେ କମ ବୟସରୁ ମରି ଯାଇଛି, ନହେଲେ ବଡ଼ ହୋଇ ସେ ଭାରତ ଉପରକୁ ବୋମା ମାଡ଼ କରିଥାନ୍ତା ବୋଲି ଲେଖିଥିଲେ । ପ୍ରଥମେ କେହି ଏ ବିଷୟରେ ଜାଣି ପାରି ନଥିବା ବେଳେ ଧିରେ ଧିରେ ଏହା ଫେସ୍ବୁକ୍ରେ ପ୍ରସାରିତ ହେବାକୁ ଲାଗିଥିଲା । ଫେସବୁକରେ ବିଷ୍ଣୁଙ୍କ ଏଭଳି ଅପମାନଜନକ ପୋଷ୍ଟକୁ ଦେଖି ବ୍ୟବହାରକରୀମାନେ ତା’ଙ୍କ ଚିନ୍ତାଧାରାକୁ ନିନ୍ଦା କରିବା ସହ ତା’ଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦରୁ ବହିଷ୍କାର କରିବା ପାଇଁ କୋଟାକ୍ ବ୍ୟାଙ୍କକୁ ଦାବି କରିଥିଲେ । ଏହା ସହ ବିଷ୍ଣୁଙ୍କ ବିରୋଧରେ ପୁଲିସ ନିଜ ଆଡ଼ୁ ଧାରା ୧୫୩ଏ ଅନୁଯାୟୀ ଏତଲା ମଧ୍ୟ ଦାୟର କରିଥିଲା । ବିଷ୍ଣୁଙ୍କୁ ସବୁ ଆଡ଼ୁ ବିରୋଧ କରାଯିବାରୁ ଶୁକ୍ରାବାର କୋଟାକ୍ ବ୍ୟାଙ୍କ ତା’ଙ୍କୁ ବହିଷ୍କାର କରିଥିବା ଜଣା ପଡ଼ିଛି । ଏନେଇ ଫେସବୁକରେ ବ୍ୟାଙ୍କ ତରଫରୁ ଏକ ପୋଷ୍ଟ ମଧ୍ୟ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe