କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଦେଶବ୍ୟାପୀ ରାମ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଥିବା ବେଳେ ମାତା ସୀତାଙ୍କ ବାପଘର କୁହାଯାଉଥିବା ବିହାରର ମିଥିଲାରୁ ଅଯୋଧ୍ୟାରେ ପହଁଚିଛି ସ୍ୱତନ୍ତ୍ର ଉପହାର ।
ମୋଟ ୧୨ଟି ଟ୍ରକରେ ବିଭିନ୍ନ ରକମର ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ସାମଗ୍ରୀ ଅଯୋଧ୍ୟାରେ ପହଁଚଛି । ଏସବୁକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ହିନ୍ଦୁ ରିତୀନିତିରେ ମାଙ୍ଗଳିକ କାର୍ଯ୍ୟରେ ଶଶ୍ରୁ ଘରୁ ଭାର ଆସିବାର ପରମ୍ପରା ରହିଥିବା ବେଳେ ମିଥିଲା ରାଜ ପରିବାର ପକ୍ଷରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଏସବୁ ଉପହାର ସ୍ୱରୁପ ଭେଟି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/5-19.jpg)