ଖୁସି ଖବର: ଏଣିକି ଜିନିଷ ଖରାପ ପଡିଲେ ଗ୍ରାହକଙ୍କୁ ତୁରନ୍ତ ମିଳିବ ଟଙ୍କା ଫେରସ୍ତ

28

ଯଦି ଆପଣ ବଜାରରୁ କିଛି କିଣିଛନ୍ତି ଓ ଆପଣଙ୍କୁ ଲାଗୁଛି କି, ଏଥିରେ କୌଣସି ସମସ୍ୟା ରହିଛି ତେବେ ଆପଣଙ୍କୁ ଫ୍ରୁଡ ଇନସ୍ପେକ୍ଟରଙ୍କ ଆସିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଅର୍ଥାତ୍ ଏଣିକି କୌଣସି ବି ବ୍ୟକ୍ତି କୌଣସି ବି National Accreditation Board for Testing and Calibration Laboratories(ଏନଏବିଏଲ)ରୁ ମାନ୍ୟତା ପ୍ରାପ୍ତ ଲ୍ୟାବରୁ ଖାଦ୍ୟର ଯାଂଚ କରିପାରିବେ । ଯଦି ଖାଦ୍ୟରେ କୌଣସି ଗଡବଡି ମିଳେ , କିମ୍ବା ଖାଦ୍ୟରେ ନିର୍ଧାରିତ ମାନର ତତ୍ୱ ନମିଳେ ତେବେ ଏହାର ପୂରା ଟଙ୍କା ଏଫଏସଏସଏଆଇ ହିଁ ପରିଶୋଧ କରିବ । ଯାହାର ନମୂନା ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଫୁଡ ସିକ୍ୟୁରିଟି ଅଫିସର ନିଜ ପାଖରେ ସଂରକ୍ଷିତ କରି ରଖିବେ ।

ସୂଚନା ମୁତାବକ, ଖାଦ୍ୟ-ପେୟ ସାମଗ୍ରୀର ଯାଂଚ କରିବା ଖୁବ୍ ଶୀଘ୍ର ସରଳ ହେବାକୁ ଯାଉଛି । କୌଣସି ଲମ୍ବା ପ୍ରକ୍ରିୟାକୁ ଅପେକ୍ଷା ନକରି ଆପଣ ଖାଦ୍ୟର ଯାଂଚ ସିଧା କୌଣସି ସରକାର କିମ୍ବା ଭଲ ପ୍ରାଇଭେଟ୍ ଲ୍ୟାବରେ ବି କରିପାରିବେ । ଏବଂ ଖାଦ୍ୟରେ କୌଣସି ପ୍ରକାରର ଖରାପ ପାଇଲେ, ପୂରା ଟଙ୍କା ଏଫଏସଏସଏଆଇ ପେମେଂଟ କରିବ ।

ତେବେ ଅଲଗା ଅଲଗା ଲ୍ୟାବର ଯାଂଚରେ କାଳେ କୌଣସି ବିଭ୍ରାଟ ସୃଷ୍ଟି ହେବ, ଏଥିପାଇଁ ଏଫଏସଏସଏଆଇ ପାଖାପାଖି ୧୫ଟି ଟେଷ୍ଟ ଅଫ ଦ ଆର୍ଟ ଅର୍ଥାତ୍ ଅତ୍ୟାଧୂନିକ ଲ୍ୟାବର ନେଟୱାର୍କ ପ୍ରସ୍ତୁତ କରୁଛି । ଯାହାର ରିପୋର୍ଟ ଗ୍ରହଣ ଯୋଗ୍ୟ ଅଟେ । ତେବେ ସେ ଯାହା ହେଉନା କାହିଁକି, ଯଦି ଆପଣ କିଣିଥିବା ସାମଗ୍ରୀରେ କୌଣସି ପ୍ରକାରର ବି ଅସୁବିଧା ଦେଖାଦିଏ ତେବେ ଆପଣଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ମିଳିବ ।