ମୋଦିଙ୍କ ବଡ ଘୋଷଣା: ଜନତାଙ୍କୁ ମାଗଣାରେ ଦିଆଯିବ ଏଲପିଜି । ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ କିପରି

Advertisment
ମୋଦିଙ୍କ ବଡ ଘୋଷଣା: ଜନତାଙ୍କୁ ମାଗଣାରେ ଦିଆଯିବ ଏଲପିଜି । ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ କିପରି

Source:NewsBytes

ଯଦି ଆପଣ ବି ଚାହୁଁଛନ୍ତି ମାଗଣାରେ ଗ୍ୟାସ କନେକସନ ନେବାକୁ ତେବେ ନିମ୍ନରେ ଏସଂପର୍କରେ ଆମେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ସୂଚନା ଅନୁସାରେ, ଉଜ୍ଜ୍ୱଳା ଦିବସ (୨୦ ଏପ୍ରିଲ) ଅବସରରେ ରାଜ୍ୟର ପାଖାପାଖି ୧୧୬ଟି ଗାଁର ୪୦ ହଜାର ପରିବାରକୁ ଉଜ୍ଜ୍ୱଳା ଯୋଜନା ଆଧାରରେ ମାଗଣାରେ ଇନ୍ଧନ ଗ୍ୟାସ କନେକସନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧.୩୭ ଲକ୍ଷ ପରିବାରକୁ ଏଥିରେ ଅନ୍ତର୍ଭୂକ୍ତ କରିଦିଆସାରିଛି । ଏସଂପର୍କିତ ସୂଚନା ଖୋଦ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ହିଁ ଦିଆଯାଇଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଆଇଓସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁାସାରେ, ଆସନ୍ତା ୨୦ ତାରିଖରେ ସାରା ଦେଶରେ ଉଜ୍ଜ୍ୱଳା ଦିବସ ପାଳନ କରାଯିବ ଏବଂ ଏହି ଅବସରରେ ଉତ୍ତରାଖଣ୍ଡର ୧୧୬ଟି ଗାଁର ପାଖାପାଖି ୪୦ ହଜାରଟି ପରିବାରଙ୍କୁ ଇନ୍ଧନ ଗ୍ୟାସ ମାଗଣାରେ କନେକସନ ଯୋଗାଇ ଦିଆଯିବ । ଖାଲି ଏତିକି ନୁହେଁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ହିଁ ଲୋକଙ୍କୁ ମାଗଣାରେ କନେକସନ ପ୍ରଦାନ କରାଯିବା ନେଇ ସ୍ଥିର କରାଯାଇଛି । ତେଣୁ ଏଥିପାଇଁ ମଧ୍ୟ ବିଭିନ୍ନ ଗାଁରେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଏହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁବିଧାରେ ଅନ୍ତର୍ଭୁକ୍ତ କରାଯିବ ।

ଯଦି କୌଣସି କାରଣରୁ କୌଣସି ହିତାଧିକାରୀ ଏହି ସୁବିଧାରୁ ବାଦ ପଡିଯାଇଥିବେ ତେବେ ମଇ ୫ ତାରିଖ ପର୍ଯ୍ୟନ୍ତ ମାଗଣା ଗ୍ୟାସ କନେକସନ ପ୍ରଦାନ କରାଯିବାର ଯୋଜନା ରହିଛି । ଏହାଛଡା କଂପାନୀ ପକ୍ଷରୁ ସମଗ୍ର ରାଜ୍ୟରେ ଥିବା ଗରିବ ପାରିବାରକୁ ଚିହ୍ନଟ କରାଯାଉଛି । ଯେଉଁମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଇନ୍ଧନ ଗ୍ୟାସ କନେକସନ ପ୍ରଦାନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe