ଯଦି ଆପଣଙ୍କ ପାଖରେ ରହିଛି କି ସାର୍ଟିଫିକେଟ୍ ? ତେବେ ଆପଣଙ୍କୁ ବି ମିଳିବ ମୋଦି ସରକାରଙ୍କ ଏହି ଉପହାର

30

ଯଦି ଆପଣ ମଧ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ପଢନ୍ତୁ ପୂରା ଖବର .. .

ଏଣିକି କେନ୍ଦ୍ରସରକାରଙ୍କ ତରଫରୁ ଉଜ୍ଜ୍ୱଳା ଯୋଜନା ପରେ ଉଜ୍ଜ୍ୱଳା ପ୍ଲସ ଯୋଜନା ଲଂଚ କରାଯାଇଛି । ଯାହାଦ୍ୱାରା ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ପଛୁଆ ବର୍ଗର ମହିଳାଙ୍କୁ କନେକସନ ସମେତ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏଥିପାଇଁ ମହିଳାମାନଙ୍କୁ ସହରାଂଚଳରେ ଥିବା ଗ୍ୟାସ ଏଜେନ୍ସିରେ କମ୍ପ୍ୟୁଟରାଇଜଡ ଜାତିଗତ ପ୍ରମାଣ ପତ୍ର ସହିତ ଆବଦେନ କରିବାକୁ ପଡିବ । ୨୦ ଏପ୍ରିଲରେ ଉଜ୍ଜ୍ୱଳା ଦିବସ ଉପଲକ୍ଷେ ବିଭିନ୍ନ ବ୍ଲକମାନଙ୍କରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆବେଦନକାରୀଙ୍କୁ କନେକସନ ପ୍ରଦାନ କରାଯିବ ।

ସୂଚନା ମୁତାବକ, ମୋଦି ସରକାର ଉଜ୍ଜ୍ୱଳା ଯୋଜନା ପରେ ଏବେ ଉଜ୍ଜ୍ୱଳା ପ୍ଲସ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ଏସସି/ଏସଟି ଏବଂ ଓବିସିର ମହିଳାଙ୍କୁ ମାଗଣାରେ ଗ୍ୟାସ କନେକସନ ଦିଆଯିବ । କେନ୍ଦ୍ର ସରକାର କନେକସନର ସିକ୍ୟୁରିଟି ବାବଦକୁ ଦେବାକୁ ପଡୁଥିବା ୧୬୦୦ ଟଙ୍କାକୁ ନିଜେ ବହନ କରିବାକୁ ଘୋଷଣା କରିଛନ୍ତି । ମହିଳାଙ୍କୁ ଗ୍ୟାସ କନେକସନ ମାଗଣାରେ ଯୋଗାଇ ଦେବା ସହିତ ହିଁ ଖାଲି ଥିବା ଗ୍ୟାସ ସିଲିଣ୍ଡର ମଧ୍ୟ ପ୍ରଦାନ କରିବେ । ଯଦି ଗ୍ୟାସ ରିଫିଲ କରିବା ସହିତ କନେକସନ ନେବାକୁ ଥିବ ତେବେ ଏଥିପାଇଁ ୬୬୭ ଟଙ୍କା ଦେବାକୁ ପଡିବ । ଏହି ଯୋଜନା ଆଧାରରେ ଆବେଦନକାରୀଙ୍କୁ କମ୍ପ୍ୟୁଟରାଇଜଡ ଜାତିଗତ ପ୍ରମାଣ ପତ୍ର ଧରି ଏଜେନ୍ସିଙ୍କ ନିକଟରେ ପଇଠ କରିବାକୁ ହେବ । ଏହାପରେ ଯାଇ ଆପଣଙ୍କୁ ଏହି ସୁବିଧା ମିଳିପାରିବ । ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ବିପିଏଲ କାର୍ଡଧାରୀଙ୍କୁ ଉଜ୍ଜ୍ୱଳା ଯୋଜନାର ସୁବିଧା ମିଳୁଥିଲା ।

ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ କେବଳ ଆବେଦନକାରୀଙ୍କ ହିଁ ସାର୍ଟିଫିକେଟ୍ ଜମା କରିବା ଜରୁରୀ ନୁହେଁ ବରଂ ପରିବାରରେ କୌଣସି ବି ସଦସ୍ୟଙ୍କର ଜାତିଗତ ପ୍ରମାଣ ପତ୍ରକୁ ବି ଜମା କରିପାରିବେ । କାରଣ କନେକସନ ପୂର୍ବରୁ କେବଳ ଆପଣଙ୍କୁ ସ୍ପଷ୍ଟ କରିବାକୁ ହେବ କି ଆବେଦନକାରୀ ଏସସି-ଏସଟି କିମ୍ବା ଓବିସି ।