ଯଦି କେସ୍ ଲଢିବା ପାଇଁ ପାଖରେ ନାହିଁ ଧନ, ତେବେ ମାଗଣାରେ ଓକିଲ ଉପଲବ୍ଧ କରାଇବେ ସରକାର! ଜାଣନ୍ତୁ କେଉଁଠି ଏବଂ କିଭଳି କରିବେ ଯୋଗାଯୋଗ

730

ଯଦି ଆପଣ ନ୍ୟାୟ ପାଇବା ପାଇଁ ମକଦ୍ଦମା ଲଢିବାକୁ ଚାହୁଁଛନ୍ତି ଆଉ କେସ୍ ଲଢିବା ପାଇଁ ଆପଣଙ୍କ ନିକଟରେ ଓକିଲଙ୍କୁ ପାରିଶ୍ରମିକ ଦେବା ଲାଗି ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନାହିଁ । କାହିଁକି ନା ସରକାର ମାଗଣାରେ ଆଡଭୋକେଟ୍ ଉପଲବ୍ଧ କରାଇବେ । ଏଥିପାଇଁ ଭାରତୀୟ ସଂସଦ ପକ୍ଷରୁ ବିଦ୍ଧିକ୍ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ପାରିତ କରିଛନ୍ତି । ଯେଉଁଥିରେ ଗରିବଙ୍କୁ ମାଗଣାରେ ଆଇନ୍ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

ଏହାବ୍ୟତୀତ ସୁପ୍ରିମକୋର୍ଟ ପକ୍ଷରୁ ପ୍ରତିଟି ବ୍ୟକ୍ତି ମାଗଣା ଆଇନ ସହାୟତା ପାଇବା ପାଇଁ ଯୋଗ୍ୟ ଏବଂ ଏହା ତାଙ୍କର ମୌଳିକ ଅଧିକାର ବୋଲି ଘୋଷଣା କରିସାରିଛନ୍ତି । ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି କି, ମାଗଣା ଆଇନ ସହାୟତା ପାଇବାର ଅଧିକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ବଂଚିବାର ଅଧିକାର ପରିସରର୍ଭୁକ୍ତ ଅଟେ ।

ଏହାଛଡା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୯ଏରେ ମଧ୍ୟ କୁହାଯାଇଛି କି, ଦେଶରେ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରାଯିବ, ଯାହାଦ୍ୱାରା ସମସ୍ତ ନାଗରିକଙ୍କୁ ନ୍ୟାୟ ମିଳିପାରିବ । ଆର୍ଥିକ ଦୁରାବସ୍ଥା କିମ୍ବା ଅନ୍ୟ କୌଣସି ଅଯୋଗ୍ୟତା କାରଣରୁ କୌଣସି ବି ନାଗରିକ ନ୍ୟାୟ ପାଇବାରୁ ବଂଚିତ ହୋଇପାରିବେ ନାହିଁ ।

କାହାକୁ ମିଳିବ, କାହାକୁ ନୁହେଁ ?

ଭାରତୀୟ ସଂସଦ ପକ୍ଷରୁ ଗରିବସୀମା ରେଖା ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ମାଗଣା ଆଇନ ସହାୟତା ଦେବା ପାଇଁ ୧୯୮୭ ମସିହାରେ ବିଦ୍ଧିକ୍ ସେବା ପ୍ରାଧିକରଣ ଅଧିନିୟମ ପାରିତ କରାଯାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ..

• ଅନୁସୂଚିତ ଜାତି ବା ଜନଜାତି ସମୁଦାୟର ଲୋକଙ୍କୁ ।

• ଭିକ୍ଷାରୀ ତଥା ଦାଦନ ଚାଲାଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ

• ମହିଳା, ଶିଶୁ ଏବଂ ଦିବ୍ୟାଙ୍ଗଙ୍କୁ

• କୌଣସି ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂମିକମ୍ପ, ବନ୍ୟା, ବାତ୍ୟା ଏବଂ ମରୁଡିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ

• ପ୍ରତିଶୋଧମୂଳକ ତଥା ଜାତିଗତ ହିଂସା କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ

• କୌଣସି ଔଦ୍ୟୋଗିକ ଦୁର୍ଘଟଣାର ଶିକାର ବ୍ୟକ୍ତି ବା ଶ୍ରମିକଙ୍କୁ

• ଶିଶୁ ସୁଧାର ଗୃହର କିଶୋର ଏବଂ ମାନସିକ ରୋଗୀଙ୍କର

• ସେହିଭଳି ଯେଉଁ ବ୍ୟକ୍ତିର ବାର୍ଷିକ ଆୟ ୨୫ ହଜାରରୁ କମ ହୋଇଥିବ

ମାଗଣାରେ ଓକିଲ ପାଇବା ପାଇଁ କେଉଁଠି କରିବେ ଯୋଗାଯୋଗ

ଯଦି ଆପଣଙ୍କ ନିକଟରେ କେସ୍ ଲଢିବା ପାଇଁ ଟଙ୍କା ନାହିଁ । ତେବେ ଆପଣ ମାଗଣାରେ ଆଡଭୋକେଟର ମାଗିପାରିବେ । ଏଥିପାଇଁ ଆପଣ ସୁପ୍ରିମକୋର୍ଟରେ କେସ୍ ଲଢିପାରିବେ ତେବେ ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି କିମ୍ବା ଏହାର ୱେବସାଇଟ୍ ତଥା https://nalsa.gov.in/lsams/ ରେ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଯଦି ଆପଣ ହାଇକୋର୍ଟରେ ବି କେସ ଲଢି ପାରିବେ । ତେବେ ମାଗଣା ଆଇନ ସହାୟତା ପାଇଁ ଆପଣଙ୍କୁ ରାଜ୍ୟ ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି (https://nalsa.gov.in/state-lsas-websites) ସହ ସଂପର୍କ କରିବାକୁ ହେବ । ଏହାବ୍ୟତୀ ଗରିବଙ୍କୁ ଜିଲ୍ଲା ସ୍ତରରେ ବି ମାଗଣା ଆଇନ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟିଙ୍କ ସହ ଆପଣ ଯୋଗାଯୋଗ କରିପାରିବେ ।