ଆକାଉଂଟରୁ ଗାଏବ ହେଲା କୋଟି କୋଟି ଟଙ୍କା ! ତେବେ ଏହି ତାଲିକାରେ ନାହାଁନ୍ତି ତ ଆପଣ?

35

ସୂଚନା ମୁତାବକ, ଅନଲାଇନ ସପିଂ ପୋଟାର୍ଲ ଆମାଜନ ଡଟ୍ କମରେ ଗ୍ରାହକମାନଙ୍କୁ ରିଫଣ୍ଡର କୋଟି କୋଟି ଟଙ୍କା ହେରଫେର ହୋଇଥିବା ମାମଲା ସାମ୍ନାକୁ ଆସିଛି । ଚାଲାକ ହ୍ୟାକର୍ସ ଏହି ରକମକୁ କ୍ୟାସ ଅନ ଡେଲିଭରି ସେବା ନେଉଥିବା ଗ୍ରାହକମାନଙ୍କର ଆମାଜନ ଆକାଉଂଟ ହ୍ୟାକ କରି ଟଙ୍କା ହଡପ କରିଛନ୍ତି । ତେବେ ଏଭଳି ସାଂଘାତିକ ଘଟଣା ଘଟିଛି ଲକ୍ଷ୍ନୌରେ ।

ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏଯାବତ ୧୫୦୦ରୁ ଅଧିକ ଗ୍ରାହକଙ୍କୁ ହ୍ୟାକର୍ସ ଚୂନା ଲଗାଇସାରିଛନ୍ତି । ଏନେଇ କଂପାନୀ ତରଫରୁ ମଧ୍ୟ ମାମଲା ରୁଜୁ କରାଯାଇଛି । ଯାହାକୁ ବର୍ତ୍ତମାନ ଉଭୟ ପୁଲିସ ଏବଂ ସାଇବର ସେଲ ସହିତ ଏସଟିଏଫ ମଧ୍ୟ ମାମଲାର ଯାଂଚ କରୁଛି । ଆମାଜନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କଂପାନୀର କଷ୍ଟୋମର କେୟାର ନମ୍ବରରେ କିଛି ଦିନ ହେଲା ଅସନ୍ତୁଷ୍ଟ ଗ୍ରାହକ ଲଗାତର ଭାବରେ ଅଭିଯୋଗ କରୁଥିଲେ କି ତାଙ୍କୁ ରିଫଣ୍ଡର ରକମ ମିଳୁନାହିଁ । ଏହାପରେ କଂପାନୀ ତରଫରୁ ଯାଂଚ କରାଯିବା ପରେ ଜଣାପଡିଥିଲା କି, କଂପାନୀ ତରଫରୁ ଗ୍ରାହକଙ୍କୁ ରିଫଣ୍ଡ କରାଯାଉଛି ସତ ହେଲେ ଏହି ଟଙ୍କା ଗ୍ରାହକଙ୍କ ନିକଟରେ ପହଂଚିବା ପୂର୍ବରୁ ହିଁ ହ୍ୟାକର୍ସଙ୍କ ହାତକୁ ଚାଲିଯାଉଥିଲା ।

କିଭଳି କରୁଥିଲେ ଟଙ୍କା ହଡପ

ହ୍ୟାକର୍ସ କୌଣସି ମାଧ୍ୟମରେ ଆମାଜନରେ ରିଫଣ୍ଡ ପାଇଁ ଯୋଗାଯୋଗ କରିବା ପାଇଁ ଗ୍ରାହକଙ୍କ ମୋବାଇଲ ନମ୍ବର ହାସଲ କରିନେଉଥିଲେ । ଏହାପରେ ନିଜକୁ ଆମାଜନର ପ୍ରତିନିଧି ବୋଲି କହି ଅସନ୍ତୁଷ୍ଟ ଗ୍ରାହକଙ୍କୁ ରିଫଣ୍ଡର ଭରସା ଦେଇ ତାଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପଠାଇବାର କଥା କୁହନ୍ତି । ଆଉ ଯେମିତି ହିଁ ଗ୍ରାହକ ଏହି ଓଟିପିୃର ସୂଚନା ତାଙ୍କୁ ଦେଇ ଦେଉଥିଲେ, ତତ କ୍ଷଣାତ୍ ସେମାନେ ଗ୍ରାହକଙ୍କ ଆମାଜନ ଆକାଉଂଟ ହ୍ୟାକ କରିଦେଉଥିଲେ । କାରଣ ଏହି ଆକାଉଂଟରେ ସେମାନଙ୍କ ବ।।ଙ୍କ ଖାତାର ବିବରଣୀ ରହୁଥିଲା । ହ୍ୟାକର୍ସ ଗ୍ରାହକଙ୍କ ବ୍ୟାଙ୍କ ଖାତା ହଟାଇ ନିଜ ଖାତା ନମ୍ବର ଦେଉଥିଲେ । ଆଉ ଯେତେବେଳେ ଆମାଜନ କଂପାନୀ ତରଫରୁ ଅସନ୍ତୁଷ୍ଟ ଗ୍ରାହକଙ୍କ ଆକାଉଂଟରେ ରିଫଣ୍ଡ ପଠାଯାଉଥିଲା ସେତେବେଳେ ଏହି ଟଙ୍କା ଗ୍ରାହକଙ୍କ ପାଖକୁ ନ ଯାଇ ସିଧା ହ୍ୟାକର୍ସଙ୍କ ଖାତାକୁ ଚାଲି ଯାଉଥିଲା । ତେବେ ଯେତେବି ମାମଲା ସାମ୍ନାକୁ ଆସିଛି ସେଥିରେ ହ୍ୟାକର୍ସ ଏକ ୱାଲେଟ ବ୍ୟବହାର କରିଛନ୍ତି । ଅର୍ଥାତ୍ କଂପାନୀଠାରୁ ଗ୍ରାହକଙ୍କୁ ପଠାଯାଉଥିବା ଟଙ୍କା ହ୍ୟାକର୍ସଙ୍କ ଏୟାରଟେଲ ୱାଲେଟକୁ ଚାଲି ଯାଉଥିଲା । ତେବେ ଏହି ୱାଲେଟ କେଉଁ ବ୍ୟକ୍ତିଙ୍କ ନାଁରେ ରହିଛି ?ଏନେଇ ଅଧିକ ସୂଚନା ମିଳିପାରି ନାହିଁ ।