ଜୀବନ ନେଇଗଲା ରେଫ୍ରିଜରେଟର । ଫ୍ରିଜ୍ ପାଇଁ ଚାଲି ଯାଇଛି ୪ ଜଣଙ୍କର ଜୀବନ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟରର ଦର୍ପଣ ନାମକ କଲୋନୀରେ । ଏଠାରେ ଏକ ଘର ଭିତରେ ଥିବା ଏକ ଫ୍ରିଜର କମ୍ପ୍ରେସର ଫାଟିବା କାରଣରୁ ଘରଟି ସଂପୂର୍ଣ୍ଣ ରୂପେ ଭଶୁଡି ପଡିଛି । ଯାହାଦ୍ୱାରା ୪ଜଣଙ୍କର ଜୀବନ ଦ୍ୱୀପ ଲିଭିଯାଇଛି । ତେବେ ଏହି ଘଟଣାଟି ଘଟିଥିଲା ଗତକାଲି ବିଳମ୍ବିତ ରାତିରେ । ଆଉ ଏହି ସମୟରେ ମୃତକ ପରିବାର ନିଘୋଡନିଦରେ ଶୋଇ ଥିଲେ ।

Advertisment

ସୂଚନା ମୁତାବକ,ଘରେ ଥିବା ଫ୍ରିଜରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଭୁଶୁଡି ପଡିଥିଲା । ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା କିଛି ଘରର ଝରକା ଓ କବାଟ କାଚ ମଧ୍ୟ ଭାଙ୍ଗିରୁଜି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ ବାହାର କେହି ମୃତାହତ ହୋଇନଥିଲେ ସୁଦ୍ଧା ଘରେ ଭିତରେ ଶୋଇଥିବା ଗୋଟି ପରିବାରର ୪ଜଣ ସଦସ୍ୟଙ୍କର ଜୀବନ ଚାଲି ଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । କାରଣ ଏହି ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ସଂପତି ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯିବା ସହ ଗୋଟି ପରିବାରର ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ସୂଚନାଯୋଗ୍ୟ, ବିସ୍ଫୋରଣ ଘଟିଥିବା ଘରଟି ଅନନ୍ତରାମ ପରିହାରଙ୍କର। ଏହାକୁ ଭଡ଼ାରେ ନେଇ ସେଠାରେ ସେ ନିଜ ପରିବାର ସହ ରହୁଥିଲେ ।

ପଡୋଶୀଙ୍କ କହିବା ଅନୁସାରେ, ଦର୍ପଣ କଲୋନୀରେ ଅନନ୍ତରାମ ପରିହାର ନାମକ ଜଣେ ବ୍ୟକ୍ତି ନିଜ ପରିବାର ଧରି ରହୁଥିଲେ । ଗତକାଲି ରାତିରେ ପରିହାର ଫ୍ୟାମିଲି ଘରେ ଶୋଇଥିବା ବେଳେହଠାତ୍ ପରିହାରଙ୍କ ଘରୁ ଧୂଆଁ ବାହାରିବା ପରେ ଲୋକେ ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ତୁରନ୍ତ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ପରେ ଘରଟି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡ଼ିଥିଲା।

ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଆଉ କିଛି ବାକି ନ ଥିଲା। ଉକ୍ତ ଘରେ ଥିବା ରନ୍ଧନ ଗ୍ୟାସ୍ ଟାଙ୍କି ଫାଟିଯାଇ ବିସ୍ଫୋରଣ ଘଟିଥିବା ଲୋକେ ଅନୁମାନ କରିଥିଲେ। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଯାଞ୍ଚ କରିବା ପରେ ସେଠାରେ ଥିବା ଫ୍ରିଜର ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିବା ଜଣାପଡ଼ିଥିଲା।

ଫ୍ରିଜରେ ଦେଖା ଦେଉନି ତ ଏଭଳି କିଛି ପରିବର୍ତ୍ତନ

୧. ଯଦି ଆପଣଙ୍କ ଫ୍ରିଜ ଭିତରେ ସର୍ବଦା ଆବଶ୍ୟକତାଠାରୁ ଅଧିକ ବରଫ ଜମି ଯାଉଛି , ତେବେ ଜାଣି ରଖନ୍ତୁ ଆପଣଙ୍କ ଫ୍ରିଜ ବଦଳାଇବାର ସମୟ ଆସି ଯାଇଛି।

୨. ସେହିପରି ଫ୍ରିଜରୁ ଯଦି ଲଗାତାର ପାଣି ଲିକ୍ ହୋଇ ରବର କୋଟିଙ୍ଗ ଉପରେ ଜମିବାର ଦେଖିବାକୁ ପାଉଛନ୍ତି, ତେବେ ଖୁବ୍ ଶୀଘ୍ର ମେକାନିକ୍ ଡାକି ଫ୍ରିଜ ଠିକ୍ କରାଇ ନିଅନ୍ତୁ।

୩. ସେହିପରି ଆପଣଙ୍କ ଫ୍ରିଜ ଯଦି ପୂର୍ବ ଅପେକ୍ଷା ଅଧିକ ଗରମ ହୋଇଯାଇଛି। ତେବେ ଡେରି ନକରି ତୁରନ୍ତ ଫ୍ରିଜକୁ ବଦଳାଇ ଦିଅନ୍ତୁ। ନହେଲେ ଅସୁବିଧାରେ ପଡ଼ି ପାରନ୍ତି। କିନ୍ତୁ ମନେରଖନ୍ତୁ ଫ୍ରିଜ ପଛ ପଟ ଗରମ ରହିବା ସାମାନ୍ୟ କଥା।

୪. ଫ୍ରିଜ ଡୋର ଖୋଲିବା ସମୟରେ ଏହା ଭିତରେ ଥିବା ମୋଟର ଚାଲିବା ଶୁଣାଯାଇଥାଏ। ଏହାର କାରଣ ହେଉଛି ମୋଟର ଫ୍ରିଜର ଭିତରର ତାପମାତ୍ରା ଠିକ୍ ରଖିବା ପାଇଁ ଚାଲିଥାଏ। ଯଦି ଫ୍ରିଜ ବନ୍ଦ କରିବା ପରେ ବି ଏପରି ଶୁଣାଯାଉଛି ତେବେ ଜାଣି ରଖନ୍ତୁ ମୋଟର ଫ୍ରିଜକୁ ଥଣ୍ଡା ରଖିବା ପାଇଁ ସର୍ବଦା ଚେଷ୍ଟା କରୁଛି। ଏହା ଫ୍ରିଜରେ ତ୍ରୁଟି ଥିବା ନଚେତ ଖରାପ ହେବାର ସଙ୍କେତ ହୋଇଥାଏ।

୫. ସେହିପରି ଫ୍ରିଜ ଚଲାଇବା ଦ୍ୱାରା ଯଦି ପୂର୍ବ ଅପେକ୍ଷା ଅଧିକ ମିଟର ଉଠୁଛି ତେବେ ଫ୍ରିଜରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣି ରଖନ୍ତୁ।