କନକ ବ୍ୟୁରୋ: ଓଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । କଇଁଛ ଅଣ୍ଡା ଦେଉଥିବା ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ । ମୁତୟନ ହେବ ହାଇସ୍ପିଡ୍ ବୋଟ୍ । ୪ ଟି ସ୍ଥାନରେ କରାଯିବ ପାଟ୍ରୋଲିଂ ଘାଟି ।

Advertisment

ସମୁଦ୍ରରେ ବେଆଇନ ଭାବେ ମାଛଧରା ଟ୍ରଲର ବୁଲୁଥିବାରୁ ବହୁ କଇଁଛଙ୍କ ମୃତ୍ୟୁ ହେଉଛି । ଏହାକୁ କିପରି ରୋକାଯାଇପାରିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଊଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ, ରାଜନଗର ବନ୍ୟପାଣୀ, ଭଦ୍ରକ ବନ୍ୟପ୍ରାଣୀ, ବ୍ରହ୍ମୁପର ଡିଭିଜନରେ କଇଁଛଙ୍କ ସୁରକ୍ଷା ପାଇଁ ହାଇସ୍ପିଡ ବୋଟ ମୁତୟନ ହେବ । ସେହିପରି ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଆଦି ସମୁଦ୍ର ଯାତାୟତରେ ପାଟ୍ରୋଲିଂ ହେବ । ସେହିପର ନଭେମ୍ବର ପହିଲାରୁ ମେ ୩୧ ତାରିଖ ମଧ୍ୟରେ ଧାମରା, ଦେବୀ ଓ ଋଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି ।

ଏଥିସହ ପୁରୀ, ଭଦ୍ରକ, ବ୍ରହ୍ମପର ଡିଭିଜନରେ ଗୋଡିଏ ଳେଖାଏଁ ଏବଂ ରାଜନଗରରେ ୪ଟି ଏପିଆର ସେକ୍ସନ ମୁତୟନ ରହିବେ । ତେବେ ଉପକୂଳବର୍ତି ଜିଲ୍ଲାଗୁଡିକର ଜିଲ୍ଲାପାଳ ଏବଂ ଏସପିଙ୍କୁ ଡିଏଫଓମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।