କନକ ବ୍ୟୁରୋ : ଚାଲିଛି ମହାକାର୍ତ୍ତିକ ମାସ । ହବିଷ ବ୍ରତଧାରୀ ହୁଅନ୍ତୁ କିମ୍ବା ଅନ୍ୟ କେହି, ଏହି ମାସରେ ସମସ୍ତେ ହବିଷାନ୍ନ ଖାଇବାକୁ ମନବଳାନ୍ତି । ତେଣୁ ଘରେ ଓ ବିଭିନ୍ନ ମନ୍ଦିରରେ ପ୍ରସ୍ତୁତ ହୋଇଥାଏ ହବିଷାନ୍ନ । ତେବେ ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତବାସୁଦେବ ମନ୍ଦିରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ।

Advertisment

- ସାଦା ଅନ୍ନ ୩୦ରୁ ୩୫ ଜଣଙ୍କ ପାଇଁ ୫୦୦ରୁ ୬୦୦ ଟଙ୍କା
- ଡାଲି ୩୦ରୁ ୩୫ ଜଣଙ୍କ ପାଇଁ ୮୦୦ରୁ ୯୦୦ ଟଙ୍କା
- ବେସର ୫୦ରୁ ୬୦ ଜଣଙ୍କ ପାଇଁ ୮୦୦ରୁ ୯୦୦ ଟଙ୍କା
- ଶାଗମୁଗ ୫୦ରୁ ୬୦ ଜଣଙ୍କ ପାଇଁ ୮୦୦ରୁ ୯୦୦ ଟଙ୍କା
- ମହୁର ୫୦ରୁ ୬୦ ଜଣଙ୍କ ପାଇଁ ୮୦୦ରୁ ୯୦୦ ଟଙ୍କା
- ପୋଟଳ ରସା ୭୦ ଜଣଙ୍କ ପାଇଁ ୧୪୦୦ରୁ ୧୬୦୦ ଟଙ୍କା
- ସୋଲା ୭୦ ଜଣଙ୍କ ପାଇଁ ୧୪୦୦ରୁ ୧୬୦୦ ଟଙ୍କା
- ନବରତ୍ନ ୭୦ ଜଣଙ୍କ ପାଇଁ ୧୪୦୦ରୁ ୧୬୦୦ ଟଙ୍କା
- ମିଠା କାନିକା ୪୦ ଜଣଙ୍କ ପାଇଁ ୧୨୦୦ରୁ ୧୪୦୦ ଟଙ୍କା
- ଘିଅ ଅନ୍ନ ୪୦ ଜଣଙ୍କ ପାଇଁ ୧୨୦୦ରୁ ୧୪୦୦ ଟଙ୍କା
- ଖଜୁରୀ ଖଟା ୫୦ ଜଣଙ୍କ ପାଇଁ ୪୫୦ ଟଙ୍କା
- ଓଉ ଖଟା ୫୦ ଜଣଙ୍କ ପାଇଁ ୪୫୦ ଟଙ୍କା
- ଆମ୍ବୁଲ ରାଇ ୫୦ ଜଣଙ୍କ ପାଇଁ ୬୦୦ରୁ ୭୦୦ ଟଙ୍କା
- ଦହି ପାଚେଡି ୫୦ ଜଣଙ୍କ ପାଇଁ ୭୦୦ ଟଙ୍କା
- ଦହି ବାଇଗଣ ୫୦ ଜଣଙ୍କ ପାଇଁ ୭୦୦ ଟଙ୍କା
- ଖିରି ୫୦ ଜଣଙ୍କ ପାଇଁ ୧୨୦୦ ଟଙ୍କା