୧୨,୯୯୯ଟଙ୍କାର ମୋବାଇଲ କିଣନ୍ତୁ ମାତ୍ର ୯୯୯ଟଙ୍କାରେ

29

ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ବୈଦ୍ୟୁତିକ ଉପକରଣ କମ୍ପାନିମାନେ ଅନଲାଇନରେ ନିଜ ନିଜର ଅଫରର ଘୋଷଣା କରି ସାରିଲେଣି । ଅନଲାଇନ୍ ଜରିଆରେ ବିଭିନ୍ନ କମ୍ପାନି ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ଏହି କ୍ରମରେ ଅନଲାଇନରେ ବିଭିନ୍ନ କମ୍ପାନି ମଧ୍ୟରେ ଅଫରକୁ ନେଇ ପ୍ରତିଯୋଗିତା ଚଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ଅନଲାଇନ୍ ସ୍ମାର୍ଟଫୋନଠାରୁ ଆରମ୍ଭ କରି ଟିଭି ଓ ଲାପଟପ୍ ଆଦି ବୈଦ୍ୟୁତିକ ଉପକରଣ ଉପରେ ଆକର୍ଷୀୟ ଅଫରର ଘୋଷଣା କରାଯାଇଛି। ଏହି ଦୌଡ଼ରେ ସାମିଲ ହୋଇଥିବା ଭାରତର ସବୁଠାରୁ ବଡ଼ ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ । ଫ୍ଲିପକାର୍ଟ ମଧ୍ୟ ଧମକାଦାର ଅଫର ସ୍ମାର୍ଟଫୋନ୍ ଉପରେ ଘୋଷଣା କରିଛି । ଫ୍ଲିପକାର୍ଟର୍ରେ ରେଡମି ନୋଟ- ୪ ମାତ୍ର ୯୯୯ଟଙ୍କାରେ ମିଳୁଛି । ତେବେ ରେଡମି ନୋଟ- ୪ର ପ୍ରକୃତ ମୂଲ୍ୟ ୧୨,୯୯୯ଟଙ୍କା ରହିଛି ।

ଫ୍ଲିପକାର୍ଟରେ ଦୀପାବଳି ଅବସରେ ରେଡମି ନୋଟ -୪ର ମୂଲ୍ୟ ଉପରେ ୨୦୦୦ଟଙ୍କାର ଛାଡ କରାଯାଇଛି। ଏହି ଛାଡ଼ ପରେ ରେଡମି ନୋଟ -୪ ସ୍ମାର୍ଟଫୋନର ମୂଲ୍ୟ ୧୦,୦୦୦ ହୋଇଯାଇଛି । ଯାହାକୁ ଆପଣ କସ୍ତିରେ ୯୯୯ଟଙ୍କାରେ କତଣି ପାରିବେ । ଏତଦବ୍ୟତୀତ ୱେବସାଇଟରେ ପୁରୁଣା ଫୋନ୍ ପାଇଁ ଏକ୍ସଚେଞ୍ଜ ଅଫର ବି ରହିଛି । ଅର୍ଥାତ ପୁରୁଣା ଫୋନ୍ ଏକ୍ସଚେଞ୍ଚ କଲେ ୧୦,୦୦୦ଟଙ୍କାର ଛାଡ ମିଳୁଛି । ଏହି ଅଫର ୪ଜିବି ରାମ ଓ ୬୪ଜିବି ଷ୍ଟେରେଜ ଥିବା ଫୋନ୍ ପାଇଁ ଉପଲବ୍ଧ । ଜିଓମି ରେଡମି ନୋଟ -୪ରେ ୪୧୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରି ସହିତ ଆସୁଛି ।

ଏତଦବ୍ୟତୀତ ଫ୍ଲିପକାର୍ଟରେ ଏଚଡିଏଫସି ବ୍ୟାଙ୍କର ଡେବିଟ ଓ କେଡିଡ କାର୍ଡ ଜରିଆରେ କ୍ରୟ କଲେ ୧୦ପ୍ରତିଶତ ପର୍ୟ୍ୟନ୍ତ ରିହାତି ମିଳିବ । ନୋ କଷ୍ଟ ଇଏମ୍ ଆଇରେ ଫୋନ୍ କିଣିଲେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡ ବି ବ୍ୟବହାର କରି ପାରିବେ । ଫ୍ଲିପକାର୍ଟରେ ୫୭,୦୦୦ଟଙ୍କାର ଗୁଗୁଲ ଫିକସେଲ (୩୨ଜିବି) ମାତ୍ର ୩୯,୦୦୦ଟଙ୍କାରେ ମିଳୁଛି । ସେହିପରି ୬୭,୦୦୦ଟଙ୍କାର ଗୁଗୁଲ ଫିକସେଲ ମାତ୍ର ୩୯,୦୦୦ଟଙ୍କାରେ ଗ୍ରାହକ ପାଇ ପାରିବେ । ଫ୍ଲିପକାର୍ଟରେ ହୁଆଇ ପି୯ ଉପରେ ୫୦ପ୍ରତିଶତ ରିହାତି ରହିଛି ।